ପୁରୀ ୨୯।୦୭ : ଶ୍ରୀମନ୍ଦିର ଭିତର ବେଢ଼ା ଫୋଟୋ ପୁଣି ସୋସିଆଲ ମିଡ଼ିଆରେ ଭାଇରାଲ୍। କୌଣସି ଭକ୍ତ କିମ୍ବା ଶ୍ରଦ୍ଧାଳୁ ଶ୍ରୀମନ୍ଦିର ଭିତର ବେଢ଼ା ଫଟୋ ଭାଇରାଲ କରିନାହାନ୍ତି। ଖୋଦ ଏଏସଆଇ ତଥା ପ୍ରତ୍ନତତ୍ତ୍ଵ ବିଭାଗ ଶ୍ରୀମନ୍ଦିର ଭିତର ବେଢ଼ା ଫୋଟୋ ନିଜ ଏକ୍ସ୍ ଆକାଉଣ୍ଟରେ ଅପଲୋଡ଼ କରିଛି।
ଖବର ଅନୁଯାୟୀ, ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ଶେଷ ହୋଇଥିବା ବେଳେ କଣ କଣ କାର୍ଯ୍ୟ କେବେ ଠାରୁ ଆରମ୍ଭ ହୋଇଛି । ଏନେଇ ଏଏସଆଇ ନିଜ X ଆକାଉଣ୍ଟରେ ସୂଚନା ଦେଇଛି। ତେବେ ଶ୍ରୀମନ୍ଦିର ଭିତର ବେଢ଼ା ଫୋଟୋ କିଭଳି ସୋସିଆଲ ମିଡ଼ିଆରେ ଅପଲୋଡ଼ କଲା ଏଏସଆଇ ଭଳି ସରକାରୀ ସଂସ୍ଥା ସେ ନେଇ ପ୍ରଶ୍ନ ଉଠିଛି। ଶ୍ରୀମନ୍ଦିରକୁ ମୋବାଇଲ ଫୋନ ନେବା ସହ ଫୋଟୋ ଉଠାଇବା ସମ୍ପୂର୍ଣ କଟକଣା ରହିଛି। ନିୟମ ଉଲଘଂନ କରୁଥିବା ବ୍ୟକ୍ତିଙ୍କୁ ଆର୍ଥିକ ଜରିମାନା ସହ ମୋବାଇଲ୍ ଫୋନ୍ ଜବତ କରାଯିବାର ନିୟମ ରହିଛି। କିନ୍ତୁ ଖୋଦ ଏଏସଆଇ ଏହି ନିୟମ ନ ମାନିବାକୁ ନେଇ ଜଗନ୍ନାଥ ପ୍ରେମୀ ଦୁଃଖ ପ୍ରକାଶ କରିଛନ୍ତି।