ଭୁବନେଶ୍ବର ୨୯।୭: ବାଲେଶ୍ୱର ଫକୀରମୋହନ ଛାତ୍ରୀ ଓ ବଳଙ୍ଗା ନାବାଳିକା ପୋଡ଼ି ଘଟଣାକୁ ନେଇ ପୁଣି ଆନ୍ଦୋଳନକୁ ଓହ୍ଲାଇବ ବିଜେଡି । ଅଗଷ୍ଟ ୧ରୁ ୮ ଦ୍ଵିତୀୟ ପର୍ଯ୍ୟାୟ ବିକ୍ଷୋଭ କରିବ ବିଜୁ ଜନତା ଦଳ । ସାରା ରାଜ୍ୟରେ ନାରୀ ନିର୍ଯାତନା, ଛାତ୍ରୀ ଦୁଷ୍କର୍ମ, ଛାତ୍ରୀ ଗର୍ଭବତୀ ହେଉଛନ୍ତି । ବଳଙ୍ଗା ଓ ଫକୀରମୋହନ ଘଟଣାରେ ବିଜେଡି ବିକ୍ଷୋଭ ଡାକରା ଦେଇଥିଲା । ଏହି ଆନ୍ଦୋଳନ ଆହୁରି ଆଗକୁ ଯିବ । ଫକୀରମୋହନ ଘଟଣାରେ କମିଟି ବସୁଛି । କିଛି କାର୍ଯ୍ୟାନୁଷ୍ଠାନ ହେଉନି । ଛାତ୍ରୀଙ୍କ FIR କାହିଁକି ରଖାଗଲାନି, ସେ ଦିଗକୁ କେହି ଯାଉନାହାନ୍ତି । ଆମେରିକା କହିଲା ଓଡ଼ିଶା ସୁରକ୍ଷିତ ନୁହେଁ । ବଳଙ୍ଗା ଘଟଣାରେ ସୁପ୍ରିମକୋର୍ଟ ଭର୍ସନା କରିଛନ୍ତି । ସ୍କୁଲରେ ଛାତ୍ରୀ ଗର୍ଭବତୀ ହେଉଛନ୍ତି । ମହିଳା ଅସଦାଚରଣ ମାମଲାରେ ଓଡ଼ିଶା ଏକ ନମ୍ବର । ଯାହା ବିଶ୍ୱକୁ ଦୋହଲାଇ ଦେଇଛି । ଏହା ବିରୋଧରେ ଯୁବ ଓ ଛାତ୍ର ବିଜେଡି ସରକାରଙ୍କୁ କ୍ଷମା ଦେବନି ବୋଲି ବିଜେଡି ବିଧାୟକ ବ୍ୟୋମକେଶ ରାୟ କହିଛନ୍ତି । ଏହା ଉପରେ ରୋକ ନ ଆସିଲେ, ଅଗଷ୍ଟ ୧ରୁ ୮ ଯାଏଁ ସବୁ କଲେଜ କ୍ୟାମ୍ପସ ପାଖ ଥାନା ଓ SPଙ୍କୁ DGଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦିଆଯିବ । ଅଗଷ୍ଟ ୪ କ୍ରାନ୍ତି ଦିବସରୁ ଅଗଷ୍ଟ ୧୪ ଯାଏଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖାଯିବ । ସେ ହସ୍ତକ୍ଷେପ କରନ୍ତୁ । ବେଳାଭୂମି ଓ କ୍ୟାମ୍ପସ ଅସୁରକ୍ଷିତ ।
ସେହିଭଳି ବିଜେଡି ବିଧାୟକ ଦେବୀରଞ୍ଜନ ତ୍ରିପାଠୀ କହିଛନ୍ତି, ଓଡ଼ିଶାରେ ଯେଉଁଭଳି ଭାବେ ଅଭାବନୀୟ ଘଟଣା ସବୁ ଘଟୁଛି, ଆଜି ଛାତ୍ରଛାତ୍ରୀ କ୍ୟାମ୍ପସରେ ଡ଼ରୁଛନ୍ତି । ପୋଲିସ କାର୍ଯ୍ୟାନୁଷ୍ଠାନ ନେଉନି । ବଳଙ୍ଗା ଘଟଣାରେ ପୋଲିସର ହାତ ଖାଲି । ଛାତ୍ରଛାତ୍ରୀ ନିଜ ସୁରକ୍ଷା ଦାବି କରିବେ । ମୁଖ୍ୟମନ୍ତ୍ରୀ ନିଜେ ଗୃହ ବିଭାଗ ଦାୟିତ୍ୱରେ ଅଛନ୍ତି । ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରାଯିବ । ପୋଷ୍ଟକାର୍ଡ ପଠାଯିବ । ଦିନେ ମହିଳା ସଶକ୍ତିକରଣ ହେଉଥିଲା ଓଡ଼ିଶାରେ । ହେଲେ ଏବେ ଆମେରିକାର ପର୍ଯ୍ୟଟନ ମାର୍ଗଦର୍ଶିକାରେ ଓଡ଼ିଶା ସୁରକ୍ଷିତ ନୁହେଁ ବୋଲି କୁହାଯାଇଛି । ରାସ୍ତାଘାଟରେ ଯେପରି ମହିଳା ମାନେ ନିଜକୁ ସୁରକ୍ଷିତ ମନେ କରିବେ, ସେଥିପାଇଁ ଅଗଷ୍ଟ ୧ରୁ ଦ୍ଵିତୀୟ ପର୍ଯ୍ୟାୟ ଓ ଅଗଷ୍ଟ ୯ରୁ ତୃତୀୟ ପର୍ଯ୍ୟାୟ ଆନ୍ଦୋଳନ କରିବ ବିଜେଡି । ବିଜେପି ସରକାର ପଦକ୍ଷେପ ନ ନେଲେ, ରାଜ୍ୟରେ ବଡ଼ ଛାତ୍ର ଆନ୍ଦୋଳନ ହେବେ । ଉପ ବାଚସ୍ପତି ଓଡ଼ିଶାର ଆଇନ ଶୃଙ୍ଖଳା ଉପରୁ ବିଶ୍ୱାସ ହରାଇ ବସିଛନ୍ତି । ତେଣୁ ଆଉ ଏକ ରାଜ୍ୟର ମଡେଲ ଆପଣେଇବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଏହାଠାରୁ ନିନ୍ଦନୀୟ ଘଟଣା ଓଡ଼ିଶାରେ କେବେ ଘଟିନଥିଲା । ଉପ ବାଚସ୍ପତି ହୃଦୟଙ୍ଗମ କରିଛନ୍ତି ଯେ ଏଠି ଆଇନଶୃଙ୍ଖଳା ନାହିଁ ବୋଲି ଦେବୀ ତ୍ରିପାଠୀ କହିଛନ୍ତି ।
You Can Read:
ଆପାର୍ଟମେଣ୍ଟ ପଞ୍ଜିକରଣ ନିୟମକୁ ନେଇ ବୈଠକ ଡାକିଲେ ରାଜ୍ୟ ସରକାର, ଅଧ୍ୟକ୍ଷତା କରିବେ ମୁଖ୍ୟ ଶାସନ ସଚିବ