ଭିଜିଲାନ୍ସ ହାବୁଡ଼ରେ ମହିଳା ପୋଲିସ ASI, ଯୌତୁକ ନିର୍ଯାତନା ମାମଲାର ରଫା ଦଫା ପାଇଁ ନେଉଥିଲେ ୧୦ହଜାର ଟଙ୍କା

Published By : Prameya-News7 Bureau | June 04, 2025 IST

ବ୍ରହ୍ମପୁର ୪।୬: ଭିଜିଲାନ୍ସ ହାବୁଡ଼ରେ ଆଉ ଜଣେ ପୋଲିସ ଅଫିସର । ଲାଞ୍ଚ ନେଉଥିବା ବେଳେ ମହିଳା ପୋଲିସ ଏଏସ୍‌ଆଇଙ୍କୁ ଧରିଛି ଭିଜିଲାନ୍ସ । ବ୍ରହ୍ମପୁର ମହିଳା ପୋଲିସ ଥାନାର ଏଏସଆଇ ବବିତା ସୁନା ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଜଣେ ଅଭିଯୁକ୍ତଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବବିତାଙ୍କୁ ଧରିଛି ବ୍ରହ୍ମପୁର ଭିଜିଲାନ୍ସ । ତାଙ୍କୁ ଭିଜିଲାନ୍ସ ଟିମ୍ ଧରିବା ପରେ ଘଟଣାର ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି । 

ସୂଚନାଯୋଗ୍ୟ ଯେ, ଏକ ଯୌତୁକ ନିର୍ଯାତନା ମାମଲାର ରଫା ଦଫା ପାଇଁ ଅଭିଯୁକ୍ତଙ୍କୁ ଲାଞ୍ଚ ମାଗିଥିଲେ ମହିଳା ଏଏସଆଇ ବବିତା ସୁନା । ଏ ନେଇ ବ୍ୟକ୍ତି ଜଣଙ୍କ ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହୋଇଥିଲେ । ପୂର୍ବ ଯୋଜନା ମୁତାବକ ଏଏସ୍‌ଆଇଙ୍କୁ ଟଙ୍କା ଦେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିଥିଲେ । 

ମହିଳା ଏଏସ୍‌ଆଇ ବବିତା ସୁନାଙ୍କର ଗତ ଏପ୍ରିଲ ମାସରେ ଅନ୍ୟ ଏକ ପୋଲିସ ଥାନାକୁ ବଦଳି ହୋଇଥିଲା । କିନ୍ତୁ ମହିଳା ଏଏସ୍‌ଆଇ ଜଣଙ୍କ ବଦଳି ହୋଇଥିବା ଥାନାକୁ ଯାଇନଥିଲେ । ବରଂ ସେହି ଥାନାରେ ହିଁ ରହିଥିଲେ । ପରବର୍ତ୍ତୀ ସମୟରେ ତାଙ୍କ ବଦଳିକୁ ଗତ ୨୨ ତାରିଖରେ ଅନ୍ୟ ଏକ ନିର୍ଦ୍ଦେଶନାମାରେ ବାତିଲ କରାଯାଇଥିଲା ।

You Can Read:

ଯାତ୍ରା ପେଣ୍ଡାଲକୁ ଆସିବେ ବୋଲି କହି ଆସିଲେନି ନିଶା ମହାରଣା, ଚେୟାର ଫିଙ୍ଗି ହୋହଲ୍ଲା କଲେ ଦର୍ଶକ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.