ଚଣ୍ଡିଖୋଲ ୧୦।୦୭ : ଚଳଚଞ୍ଚଳ ଆଖଡ଼ାଶାଳ । ଆଗାମୀ ଯାତ୍ରା ସିଜିନ୍ ପାଇଁ ପୁରା ଚଳଚଞ୍ଚଳ ଯାତ୍ରା ଆଖଡ଼ାଶାଳ । ପ୍ରାୟ ସବୁ ଆଖଡ଼ାଶାଳରେ ଜମୁଛି ଅଭିନେତା ଓ ଅଭିନେତ୍ରୀଙ୍କ ରିହର୍ସଲ ।ଏହିକ୍ରମରେ ଯାତ୍ରା ପାର୍ଟି ଅଶୋକ ସମ୍ରାଟ ପକ୍ଷରୁ ଆସନ୍ତା ସିଜିନ୍ ପାଇଁ ନିଜର ନୂଆ ନାଟକ ପ୍ରସ୍ତୁତ କରୁଛି । ଚଳିତ ସିଜିନ୍ରେ ଅଶୋକ ସମ୍ରାଟରେ କିଛି ଚର୍ଚ୍ଚିତ ଚେହେରାଙ୍କ ସହ ବହୁ ବରିଷ୍ଠ କଳାକାରଙ୍କ ଦମ୍ଦାର ଅଭିନୟ ଦେଖିବାକୁ ପାଇବେ ଦର୍ଶକ ।ବର୍ତ୍ତମାନ ଗୋଟିଏ ନାଟକର ରିହର୍ସଲ ସରିଥିବା ବେଳେ ଆଉ ଗୋଟିଏ ଚାଲିଛି । ତେବେ ଯାତ୍ରା ବିବାଦ ମଧ୍ୟରେ ଆଗାମୀ ଯାତ୍ରା ଋତୁ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି । ପୂର୍ବ ନାଟକ ଭଳି ଏହି ନୂଆ ନାଟକକୁ ଦର୍ଶକ ବେଶ୍ ଭଲପାଇବେ ଦେବେ ବୋଲି କଳାକାରମାନେ ଆଶାବାଦୀ ରହିଛନ୍ତି ।