ପୁରୁଷଙ୍କୁ ନିଜ ଆଡକୁ ଟାଣିନେବାର ଶକ୍ତି, ହଟହଟା ଚୀନ ଇନଫ୍ଲୁଏନସର,ସୋସିଆଲ ମିଡିଆ ଆକାଉଣ୍ଟ ବ୍ୟାନ୍‌

NEWS7
ashok-gehlot-out-of-congress-presidents-race-now-the-names-of-these-leaders

ନୂଆଦିଲ୍ଲୀ ୦୫/୦୨: ଇଣ୍ଟରନେଟ୍‌ରେ ସେ ‘ଗଡମଦର ଅଫ୍‌ ସେକ୍ସୁଆଲ ଇଣ୍ଟେଲିଜେନ୍ସ’ ନାଁରେ ବେଶ ଫେମସ। ପୁରୁଷଙ୍କୁ କେମିତି ଫ୍ଲଟ କରି ନିଜ ଆଡକୁ ଆକର୍ଷିତ କରିହେବ ? ଏ କୌଶଳ ତାଙ୍କୁ ବେଶ ଜଣା । ସେ କେବଳ ଏହି ଟ୍ରିକ ନିଜେ ଶିଖିନଥିଲେ  ବରଂ ସୋସିଆଲ ମିଡିଆରେ ଶିକ୍ଷା ଦେଇ କୋଟି କୋଟି ଟଙ୍କା ରୋଜଗାର କରୁଥିଲେ ।  ତାଙ୍କ ଚ୍ୟାନେଲର ଫଲୋଅର୍ସ ସଂଖ୍ୟା ବି ଢେର । କିନ୍ତୁ ଏବେ ସେ  ପଡିଛନ୍ତି  ହରଡଘଣାରେ । ତାଙ୍କୁ ତଦନ୍ତ ପରିସରଭୁକ୍ତ କରିଛନ୍ତି ଚୀନ କର୍ତ୍ତୃପକ୍ଷ । ଚୀନରେ ବେଶ ପ୍ରଭାବଶାଳୀ କୁହାଯାଉଥିବା ଏ ମହିଳା ହେଉଛନ୍ତି ଜଣେ ସୋସିଆଲ ମିଡିଆ ଇନଫ୍ଲୁଏନସର ଝୌ ୟୁଆନ ।

ଏବେ ଝୌ ୟୁଆନଙ୍କ ବର୍ଷ ୪୦ ବର୍ଷ । ପ୍ରଥମେ ସେ ଚୀନର ଚାଙ୍ଗସା ସହରରେ ବ୍ୟାଙ୍କ ଚାକିରି କରୁଥିଲେ । ପରେ ସେହି ଚାକିରି ଛାଡି ବ୍ୟୁଟି ସେଲୁନ ଆରମ୍ଭ କରିଥିଲେ । ପରେ ସେ ‘ବ୍ଲାକ ଆଣ୍ଡ ହ୍ବାଇଟ୍‌ ସେକ୍ସୁଆଲ ଇଣ୍ଟେଲିଜେନ୍ସ’ ସ୍କୁଲ ଆରମ୍ଭ କରିଥିଲେ । ତାଙ୍କ ସ୍କୁଲରେ କେବଳ ପୁରୁଷଙ୍କୁ ନିଜ ଆଡକୁ ଟାଣିବାର ପାଠ ପଢାଉଥିଲେ । ଏପରି କହିବାର ଅର୍ଥ ହେଉଛି ସେ ମହିଳା ଓ ଯୁବତୀଙ୍କୁ ପ୍ରେମ ସଂପର୍କିତ କୌଶଳ, ଆକର୍ଷଣୀୟ ଦୃଷ୍ଟି ଓ ପୁରୁଷମାନଙ୍କୁ ଆକର୍ଷିତ କରିବାକୁ ବିଭିନ୍ନ ପ୍ରକାର ଟିପ୍ସ ଦେଉଥିଲେ । ଏପରି ଅଜବ ଓ ନିଆରା ପାଠ୍ୟକ୍ରମ ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ଅଭିଯୋଗ ହୋଇଛି । ଲୋକଙ୍କ ସମାଲୋଚନା ଓ ଆକ୍ରୋଶର ଶିକାର ହୋଇଥିଲେ ।ଅନେକ ତାଙ୍କୁ ମିଷ୍ଟ୍ରେସ ଟ୍ରେନିଂ ଚଲାଇବା ଓ ମହିଳାମାନଙ୍କୁ  ପୁରୁଷମାନଙ୍କ ପାଖରେ କାମ କରିବାର ଟ୍ରିକ ଶିଖାଉଥିବା ପରି ଅଭିଯୋଗ ହୋଇଥିଲା ।

ଅଭିଯୋଗ ବଢିବା ପରେ ଗତ ସପ୍ତାହରେ ତାଙ୍କର ସୋସିଆଲ ମିଡିଆ ଆକାଉଣ୍ଟକୁ ବ୍ୟାନ୍‌ କରାଯାଇଥିଲା । ତାଙ୍କର ଅନଲାଇନ୍‌ ଓ ଅଫ୍‌ଲାଇନ୍‌ ପାଠ୍ୟକ୍ରମଗୁଡିକ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ତାଙ୍କର ୨ ଲକ୍ଷ ଫଲୋଅର୍ସ ଥିଲେ । ଭିଡିଓରେ ଝୌ ‘ଆଇ କଣ୍ଟାକ୍ଟର’ ଟ୍ରିକ୍‌ ଦେଖାଉଥିଲେ ।ଆଖି ଓ ଶରୀର ସହ ଏକ୍ସ ସେପ୍‌ କରିବାକୁ ପରାମର୍ଶ ଦେଉଥିଲେ । ଅନ୍ୟ ଏକ ଭିଡିଓରେ ସେ ଝିଅମାନଙ୍କୁ ଚୁଲବୁଲି ଅନ୍ଦାଜରେ ରହିବାକୁ ଶିଖାଉଥିଲେ । ନିଜର ପାର୍ଟନରଙ୍କୁ ପ୍ରଶଂସା କରିବା ସମୟରେ ନିଜ ସ୍ବରକୁ ନରମ ରଖ । ପ୍ରତି ଶବ୍ଦର ଶେଷରେ ପିଚ୍‌କୁ ଉଚ୍ଚା ରଖିବାକୁ କହୁଥିଲେ ।ସୋସିଆଲ ମିଡିଆରେ ଏପରି ଟିପ୍ସ ଦେଇ ସେ ପ୍ରାୟ ୩୧ ହଜାର କୋଟି ଟଙ୍କା ଆୟ କରିଥିବା କୁହାଯାଉଛି ।  ପୁରୁଷମାନଙ୍କୁ ନିଜ ଆଡକୁ ଟାଣିନେବାର ଟ୍ରିକ ଶିଖାଉଥିବା ଏହି ପ୍ରଭାବଶାଳୀ ମହିଳାଙ୍କୁ ଏବେ ହଟହଟା ହୋଇଛନ୍ତି ।