କନ୍ୟା ବିବାହ ଯୋଜନାରେ ମିଳିବ ପ୍ରୋତ୍ସାହନ, ଉତ୍କଳିକା-ମହିଳା ଓ ଶିଶୁ ବିକାଶ ମଧ୍ୟରେ MOU

NEWS7
as-russia-ukraine-war-approaches-nuclear-bombers-fly-over-pacific-ocean-for-12-hours

ଭୁବନେଶ୍ୱର ୦୮/୦୧: ଉତ୍କଳିକାରୁ କିଣା ହେବ କନ୍ୟା ବିବାହ ଯୋଜନାର ବିବାହ ସାମଗ୍ରୀ । ଉତ୍କଳିକା ଓ ମହିଳା ଓ ଶିଶୁ ବିକାଶ ମଧ୍ୟରେ ବୁଝାମଣାପତ୍ର ସ୍ଵାକ୍ଷରିତ ହୋଇଛି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉପସ୍ଥିତିରେ ଏହି MOU ସ୍ବାକ୍ଷରିତ ହୋଇଛି । ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ଝିଅମାନଙ୍କୁ ଶାଢୀ, ଚୁଡ଼ି, ପାଉଁଜି, ବିନ୍ଦି ଭଳି ବ୍ୟବହାର ସାମଗ୍ରୀ ଦିଆଯିବ। ଏହି ସାମଗ୍ରୀ ଉତ୍କଳିକା ମାଧ୍ୟମରେ ହିତାଧିକାରୀଙ୍କୁ ସରକାର ଯୋଗାଇ ଦେବେ। ଏହାଦ୍ଵାରା ଓଡ଼ିଶାର ହସ୍ତଶିଳ୍ପ ଓ ହସ୍ତକଳା କ୍ଷେତ୍ରକୁ ପ୍ରୋତ୍ସାହନ ମିଳିବ।

ରାଜ୍ୟ ସରକାର ଗରିବ ଓ ଅସହାୟ ପରିବାରର ଝିଅମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା କାର୍ଯ୍ୟକାରୀ ହୋଇଛି। ଏହି ଯୋଜନାରେ ବିବାହ ସମୟରେ ଆବଶ୍ୟକୀୟ ଖର୍ଚ୍ଚ ପାଇଁ ଆର୍ଥିକ ସହାୟତା ସହ ଉପହାର ଦିଆଯିବ। ସରକାର ମୋଟ ୫୧ ହଜାର ଟଙ୍କା ସହାୟତା ରାଶି ଦେବେ। ବାହାଘର ପଞ୍ଜିକରଣ ହେବାର ୭ ଦିନ ପରେ ହିତାଧିକାରୀଙ୍କ ଆକାଉଣ୍ଟକୁ ୩୫ ହଜାର ଟଙ୍କା ଯିବ। ସରକାର ଉପହାର ପାଇଁ ୧୦ ହଜାର ଓ ସାଜସଜା ପାଇଁ ୬ ହଜାର ଟଙ୍କା ଦେବେ।

ଏଥିପାଇଁ ଝିଅର ବୟସ ସର୍ବନିମ୍ନ ୧୮ ବର୍ଷ ହୋଇଥିବା ଆବଶ୍ୟକ। ପ୍ରଥମ ଥର ବିବାହ କରୁଥିବା ଯୁବତୀଙ୍କୁ ଏହି ସୁବିଧା ମିଳିବ। ବର କନ୍ୟା ଉଭୟ ଓଡ଼ିଶାର ହେଇଥିବା ଦରକାର । ଯେଉଁମାନେ ଗରିବ ସେଇମାନେ ଏଥିରେ ଲାଭ ପାଇବେ। ବିଧବା ମଧ୍ୟ ଆଉ ଥରେ ବାହାହେଲେ ଏହାର ଲାଭ ପାଇପାରିବେ। ପୂର୍ବରୁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ପାଇଁ ଗାଇଡଲାଇନ ଆସିଥିବା ବେଳେ ଆଜି ଉତ୍କଳିକା ସହ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି।