ମହାନଦୀ ପଠାରେ ଶୋଇଛି କୁମ୍ଭୀର, ଭୟଭୀତ ଅଞ୍ଚଳବାସୀ

NEWS7
arvind-kejriwal-held-a-meeting-with-party-mlas

ଆଠଗଡ଼ ୦୬।୧୨ : ମହାନଦୀରେ କୁମ୍ଭୀର ଆତଙ୍କ। ଆଠଗଡ଼ ଧବଳେଶ୍ବର ପୀଠ ପାଖ ମଧୁସୂଦନ ସେତୁ ନିକଟ ମହାନଦୀ ପଠାରେ ଶୋଇଥିବା ଦେଖିବାକୁ ମିଳିଛି। ଶୁକ୍ରବାର ଦିନ ମୁଣ୍ଡଳୀ ଠାରେ ଏହି କୁମ୍ଭୀର ଶୋଇଥିବାର ଦେଖିବାକୁ ମିଳିଛି ।  ନଦୀ ପଠାରେ ଶୋଇଥିବା କୁମ୍ଭୀରଟି ୫ ରୁ ୬ ଫୁଟ ଲମ୍ବ ହୋଇଥିବା ଅନୁମାନ କରାଯାଉଛି । ନଦୀ ଉପରେ ନିର୍ଭର କରୁଥିବା ଲୋକେ ନଦୀକୁ ଯିବା ପାଇଁ ଭୟ କରୁଛନ୍ତି। ସେପଟେ ଖୁଣ୍ଟୁଣୀ ବନାଞ୍ଚଳ ପକ୍ଷରୁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନତା କରାଯାଉଅଛି।

 

ମିଳିଥିବା ଖବର ଅନୁସାରେ, ସାତକୋଶିଆରୁ କୁମ୍ଭୀରଟି ଚାଲି ଆସିଛି। ତାଦେହରେ ଏକ ଜିପିଏସ ମଧ୍ୟ ଲାଗିଛି। ତେଣୁ ଏହି ପ୍ରଜାତିର କୁମ୍ଭୀରମାନେ ସାଧାରଣ ମାଛ ଖାଉଥିବା ବେଳେ ଲୋକମାନଙ୍କୁ କୌଣସି କ୍ଷତି କରିନଥାନ୍ତି। ଲୋକମାନେ ଭୟଭୀତ ନହେବା ପାଇଁ ଆଠଗଡ଼ ବନ ବିଭାଗ ପକ୍ଷରୁ ସଚେତନତା କରାଯାଇଛି ।