ପହଲଗାମ ହମଲାର ଜବାବ ଦେଇଛି ଭାରତ, କାର୍ଯ୍ୟାନୁଷ୍ଠାନ ଥିଲା ମାପଚୁପ ଓ ଦାୟିତ୍ୱପୂର୍ଣ୍ଣ

Published By : Prameya-News7 Bureau | May 07, 2025 IST

ନୂଆଦିଲ୍ଲୀ ୦୭/୦୫: ‘ଆମେ ସୀମା ପାର ହମଲାର ଜବାବ ଦେଇଛୁ। ତାହାକୁ ରୋକିବାକୁ ତଥା ପ୍ରତିହତ କରିବାକୁ ନିଜ ଅଧିକାରର ପ୍ରୟୋଗ କରିଛୁ। ଏହାର ଜବାବରେ ଭାରତ ବିରୋଧରେ ଆଗକୁ ବି ହମଲା ହୋଇପାରେ। ଏହାକୁ ରୋକିବାକୁ ଓ ପ୍ରତିହତ କରିବାକୁ ଆମେ ପ୍ରସ୍ତୁତ ଅଛୁ।’ ଆଜି ସାମ୍ବାଦିକ ସମ୍ମିଳନୀରେ ଏପରି କହିଛନ୍ତି ବୈଦେଶିକ ସଚିବ ବିକ୍ରମ ମିଶ୍ରି। 

ସେ କହିଥିଲେ ବିଶ୍ୱ ଆତଙ୍କବାଦର ଆଡ୍ଡା ସ୍ଥଳୀ ପାକିସ୍ତାନ । ପହଲଗାମ ହମଲାର ଜବାବ ଦେଇଛି । ପହଲଗାମ ଆକ୍ରମଣ ହମଲାର ଜବାବ 'ଅପରେସନ୍ ସିନ୍ଦୂର'  । ସବୁ ତଥ୍ୟ ପ୍ରମାଣ ମିଳିବା ପରେ ଆକ୍ରମଣ ହୋଇଛି । କେବଳ ଆତଙ୍କୀ ଆଡ୍ଡା ସ୍ଥଳ ଉପରେ ଆକ୍ରମଣ ହୋଇଥିବା ସ୍ପଷ୍ଟ କରିଛି ଭାରତୀୟ ସେନା । ଜାତୀୟ ନ୍ୟାସନାଲ ମିଡିଆ ସେଣ୍ଟରରେ ପ୍ରସେମିଟ୍ ହୋଇଛି । ବୈଦେଶିକ ସଚିବ ବିକ୍ରିମ ମିଶ୍ରି  'ଅପରେସନ୍‌ ସିନ୍ଦୂର' ବାବଦରେ ସୂଚନା ଦେଇଛନ୍ତି  । କର୍ଣ୍ଣେଲ ସୋଫିଆ କ୍ୟୁରେସି ଓ ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂ ମଧ୍ୟ ଉପସ୍ଥିତ ରହିଥିଲେ ।

ସୋଫିଆ କୁରେଶୀଙ୍କ ବୟାନ ଅନୁଯାୟୀ, ଭାରତୀୟ ବାୟୁସେନା ପ୍ରାୟ ୨୫ ମିନିଟ୍‌ରେ ସାରିଥିଲା ଖେଳ। ପାକିସ୍ତାନ ସୀମାରେ ୨୫ ମିନିଟ ରହିଥିଲା । ଏହି ସମୟ ମଧ୍ୟରେ ସେମାନେ ୯ଟି ଆତଙ୍କବାଦୀ ଆଡ୍ଡାକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଥିଲେ । ଏଗୁଡ଼ିକ ସମସ୍ତ ଥିଲା ଆତଙ୍କୀ ଆଡ୍ଡାସ୍ଥଳ । ଯେଉଁଠାରୁ ଭାରତ ବିରୋଧରେ ଅନେକ ଆତଙ୍କବାଦୀ ଆକ୍ରମଣର ଷଡଯନ୍ତ୍ର କରାଯାଉଥିଲା । ଭବିଷ୍ୟତରେ ଆକ୍ରମଣର ଯୋଜନା କରାଯାଉଥିଲା। ସେ ଟାର୍ଗେଟ କରାଯାଇଥିବା ସମସ୍ତ ସ୍ଥାନ ଓ କେଉଁ ଶିବିରରୁ କେଉଁ ଆକ୍ରମଣ ଯୋଜନା କରାଯାଇଥିଲା ସେ ବିଷୟରେ ବିସ୍ତୃତ ସୂଚନା ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.