LIVE TV

ରାମ ମନ୍ଦିର ଧ୍ୱାଜାରୋହଣ ନେଇ ପାକିସ୍ତାନ ମନ୍ତବ୍ୟକୁ ଭାରତର ସାଲୋଚନା: ଏମ୍‌ଇଏ କହିଲା, ଆଗ ନିଜକୁ ଦେଖ ପରେ କହିବ

NEWS7
army-chief-bipin-rawat-arrived-to-meet-pm-modi

ନୂଆଦିଲ୍ଲୀ:ଅଯୋଧ୍ୟାର ରାମ ମନ୍ଦିର ଉପରେ ପବିତ୍ର ଧ୍ୱଜା ଉତ୍ତୋଳନକୁ ସମାଲୋଚନା କରିଥିବା ପାକିସ୍ତାନକୁ ଭାରତ କଡ଼ା ଜବାବ ଦେଇଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି ଯେ ପାକିସ୍ତାନର ଅନ୍ୟମାନଙ୍କୁ ଭାଷଣ ଦେବାର କୌଣସି ନୈତିକତା ନାହିଁ। ସେ ନିର୍ଦ୍ଦିଷ୍ଟ ଭାବରେ ପାକିସ୍ତାନରେ ସଂଖ୍ୟାଲଘୁଙ୍କ ପ୍ରତି ଧର୍ମାନ୍ଧତା, ଦମନ ଏବଂ ରୀତିମତ ଅସଦାଚରଣ କାର୍ଯ୍ୟକୁ ଦର୍ଶାଇ ସମାଲୋଚନା କରିଛନ୍ତି।

ଜୟସ୍ୱାଲ କହିଛନ୍ତି “ ଆମେ ରିପୋର୍ଟ ହୋଇଥିବା ମନ୍ତବ୍ୟ ଦେଖିଛୁ ଏବଂ ସେମାନଙ୍କ ପ୍ରତି ଅପମାନର ସହ ଏହାକୁ ପ୍ରତ୍ୟାଖ୍ୟାନ କରୁଛୁ। ସଂଖ୍ୟାଲଘୁଙ୍କ ପ୍ରତି ଧର୍ମାନ୍ଧତା, ଦମନ ଏବଂ ନିୟମିତ ଦୁର୍ବ୍ୟବହାରର ଏକ ଗଭୀର କଳଙ୍କିତ ରେକର୍ଡ ଥିବା ଦେଶ ଭାବରେ, ପାକିସ୍ତାନର ଅନ୍ୟମାନଙ୍କୁ ଭାଷଣ ଦେବାର କୌଣସି ନୈତିକତା ନାହିଁ।”

ମଙ୍ଗଳବାର ଅଯୋଧ୍ୟା ଶ୍ରୀ ରାମମନ୍ଦିରରେ ପବିତ୍ର ଧ୍ୱାଜା ଉତ୍ତୋଳନକୁ ନେଇ ପାକିସ୍ତାନ ପ୍ରତିକ୍ରିୟାଶୀଳ ହୋଇଥିଲା। ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ଅନ୍ତର୍ଜାତୀୟ ସ୍ତରରେ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଥିଲା। ୧୯୯୨ ମସିହାର ବାବରି ମସଜିଦ୍ ଭଙ୍ଗା ଘଟଣାକୁ ଦର୍ଶାଇ ଏହା ଐତିହ୍ୟର ଅପବିତ୍ରତା ଓ ଇସ୍ଲାମୋଫୋବିଆ ବୋଲି ପାକିସ୍ତାନ କହିଥିଲା।

ଔଷଧ ରାଗରେ ତାଟିଆ କାମୁଡ଼ିବା ଭଳି ଭାରତ ବିରୁଦ୍ଧରେ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଦେଶର ସରକାର ଓ ରାମ ମନ୍ଦିର ନିର୍ମାଣ ପାଇଁ ଅନୁମତି ଦେଇଥିବା ନ୍ୟାୟପାଳିକା ଉପରେ ଆକ୍ରମଣ କରି ଏହା ସଂଖ୍ୟାଲଘୁଙ୍କ ପ୍ରତି ଭାରତୀୟ ରାଷ୍ଟ୍ରର ପକ୍ଷପାତପୂର୍ଣ୍ଣ ଆଭିମୁଖ୍ୟ ବୋଲି ପାକିସ୍ତାନ କହିଥିଲା

ବୁଧବାର ଏହାର ଉତ୍ତରରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପ୍ରବକ୍ତା ରଣଧୀର ଜୈୟସ୍ୱାଲ ପାକିସ୍ତାନକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଦେଖାଣିଆ ଉପଦେଶ ଦେବା ପରିବର୍ତ୍ତେ ପାକିସ୍ତାନ ନିଜକୁ ଦେଖି ଏହାର ନିଜ ମାନବାଧିକାର ରେକର୍ଡ ଉପରେ ଧ୍ୟାନ ଦେବା ଭଲ ହେବ।