ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଶାଖାରୁ ସଶସ୍ତ୍ର ଡକାୟତି, ବନ୍ଧୁକ ମୁନରେ ଲୁଟିନେଲେ ୧୧ ଲକ୍ଷରୁ ଅଧିକ ଟଙ୍କା ଓ ସୁନା ଗହଣା

Published By : Prameya-News7 Bureau | June 12, 2025 IST

ବଡବିଲ ୧୨: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଯୋଡ଼ା ଶାଖାରୁ ସଶସ୍ତ୍ର ଡକାୟତି । ବନ୍ଧୁକ ମୁନରେ ଲୁଟିନେଲେ ୧୧ ଲକ୍ଷରୁ ଅଧିକ ଟଙ୍କା ଓ ସୁନା ଗହଣା । କେନ୍ଦୁଝର ଜିଲ୍ଲା ଯୋଡ଼ା ସହରରେ ଘଟିଛି ଏଭଳି ଲୁଟ୍ ଘଟଣା ।

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ଯୋଡ଼ା ସହର ସେଣ୍ଟ ଟେରେସା ସ୍କୁଲ ସମ୍ମୁଖରେ ଥିବା ମାର୍କେଟ କମ୍ପ୍ଲେକ୍ସର ପ୍ରଥମ ମହଲାରେ ଥିବା ବ୍ୟାଙ୍କରେ ୫ ଜଣ ଦୁର୍ବୃତ୍ତ ପଶି ଲୁଟ୍ ଘଟଣାକୁ ରୂପ ଦେଇଛନ୍ତି । ସକାଳ ପ୍ରାୟ ୧୦ଟା ସମୟରେ ବ୍ୟାଙ୍କ ଖୋଲିବାର କିଛି ସମୟ ମଧ୍ୟରେ ଏହି ୫ ଜଣ ଦୁର୍ବୃତ୍ତ ବ୍ୟାଙ୍କରେ ପଶି ସମସ୍ତଙ୍କୁ ବନ୍ଧୁକ ମୁନରେ ଭୟଭୀତ କରିବା ସହ କିଛି କର୍ମଚାରୀଙ୍କୁ ମାଡ଼ ମଧ୍ୟ ମାରିଥିଲେ । ଏହାପରେ ସମସ୍ତଙ୍କୁ ବ୍ୟାଙ୍କର ଏକ ରୁମ୍ ଭିତରେ କରି କ୍ୟାସ୍ ବକ୍ସରୁ ଟଙ୍କା ଓ ସୁନା ପ୍ୟାକେଟ୍ ନେଇଯାଇଥିଲେ । ଯିବାବେଳେ ସିସିଟିଭି ହାର୍ଡ ଡିସ୍କ ଓପାଡ଼ି ନେଇଯାଇଛନ୍ତି । ତେବେ ସେମାନେ କେଉଁ ପଟୁ ଆସିଥିଲେ ଓ କେଉଁ ଆଡ଼କୁ ଗଲେ ତାହା କିଛି ସ୍ପଷ୍ଟ ହୋଇନାହିଁ । ତିନି ଜଣ ଦୁର୍ବୃତ୍ତ ହାତରେ ବନ୍ଧୁକ ଧରିଥିବା ବେଳେ, ଅନ୍ୟ ଦୁଇ ଜଣ ଛୁରୀ ଧରିଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ପରେ ରୁମ୍ ର କବାଟ ଭାଙ୍ଗି ସମସ୍ତେ ପଦାକୁ ବାହାରିବା ପରେ ଯୋଡ଼ା ପୋଲିସକୁ ସୂଚନା ଦିଆଯାଇଥିଲା । ଯୋଡ଼ା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଚଳାଇଛି । ବଡ଼ବିଲ ଏସଡିପିଓ ଓ ଅନ୍ୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରି ପୋଲିସ ଖାନତଲାସୀ ଜାରି ରଖିଛି । ତେବେ ଏଯାଏଁ ଡକାୟତଙ୍କ ସମ୍ପର୍କରେ କିଛି ସୁରାକ ମିଳିପାରି ନାହିଁ । 

You Can Read:

ଶୋଇଥିବା ବେଳେ ଦମ୍ପତିଙ୍କୁ କାମୁଡ଼ିଦେଲା ସାପ, ଚାଲିଗଲା ଜୀବନ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.