LIVE TV

ଆସୁଛି ଲଘୁଚାପ, ଫେରିଗଲା ମୌସୁମୀ: ୨୪ରେ ଘୂର୍ଣ୍ଣିବଳୟ ସମ୍ଭାବନା

NEWS7
armed-forces-can-take-disciplinary-action-against-officers-for-adultery

ଭୁବନେଶ୍ୱର,୧୭/୧୦: ସାରା ଦେଶରୁ ବିଦାୟ ନେଇଛି ଦକ୍ଷିଣ ପଶ୍ଚିମ  ମୌସୁମୀ ବାୟୁ । ବର୍ତ୍ତମାନ ଓଡ଼ିଶାରେ  ଆଉ ବିଶେଷ ବର୍ଷା ସମ୍ଭାବନା ନାହିଁ । ଆସନ୍ତା ୨୪ ତାରିଖ ବେଳକୁ ଦକ୍ଷିଣ- ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ  ସୃଷ୍ଟି ହେବା ସମ୍ଭାବନା ଅଛି । ଏହା ଘନୀଭୂତ ହୋଇ ଅବପାତ ରୂପ ନେଇପାରେ ।

ମାତ୍ର ଓଡ଼ିଶା ଉପରେ ଏହାର ପ୍ରଭାବ ପଡ଼ିବା ସମ୍ଭାବନା  ଦେଖାଯାଉନି । ସମ୍ଭାବ୍ୟ ଲଘୁଚାପ  ତାମିଲନାଡ଼ୁ, ଆନ୍ଧ୍ରରେ ବର୍ଷା କରିପାରେ । ପାଣିପାଗ ବିଭାଗର ଆକଳନ ଅନୁସାରେ  ଆସନ୍ତା ଦୁଇଦିନ ପାଗ ସମ୍ପୂର୍ଣ୍ଣ ଶୁଖିଲା  ରହିବ । ତା’ପରେ କାଁ ଭାଁ ଘଡ଼ଘଡ଼ି  ସହ ବର୍ଷା ହୋଇପାରେ । ମାତ୍ର ପ୍ରାୟତଃ  ପାଗ ଶୁଖିଲା ରହିବା ସମ୍ଭାବନା ଅଛି ।  ତେବେ ଆସନ୍ତା ୬ ଦିନ ପର୍ଯ୍ୟନ୍ତ ରାତି  ତାପମାତ୍ରାରେ ବିଶେଷ ପରିବର୍ତ୍ତନ  ସମ୍ଭାବନା ନାହିଁ ।