କଳା ଡବାରେ ଖାଦ୍ୟ ଖାଉଛନ୍ତି କି ? ତୁରନ୍ତ ବଦଳାନ୍ତୁ ଏ ଅଭ୍ୟାସ

NEWS7
archana-nag-case-2247-page-chargesheet-filed-by-ed

ନୂଆଦିଲ୍ଲୀ ୨୩/୦୨: ଆଜିର ଧାଁ ଦୌଡ ଜୀବନରେ ଆମେ ବହୁତ ବ୍ୟସ୍ତ ।  କାହା ପାଖରେ ଟିକେ ସମୟ ନାହିଁ । ସଟ୍‌ କଟ୍‌ ବାଟରେ ଯିବା ଚକ୍କରରେ ଆମେ ଅନେକ ଜିନିଷ ବ୍ୟବହାର କରୁଛୁ ଯାହା ଆମ କାମକୁ ସହଜ କରିଦେଉଛି ।ସମୟ ବଞ୍ଚାଇବା ପାଇଁ ଆମେ ଏପରି ଅନେକ ଜିନିଷକୁ ଆମର ଜୀବନର ଅଂଶ କରିସାରିଲୁଣି । ସର୍ଟ କଟ୍‌ ବାଟ ସିନା ଦେଖିବାକୁ ଭଲ ଲାଗେ କିନ୍ତୁ ଆମ ଜୀବନ ପାଇଁ ସତର୍କ ଘଣ୍ଟି । ପରେ ଆମ ପାଇଁ ହାନିକାରକ ସାବ୍ୟସ୍ତ ହୋଇଥାଏ । ଏ ଖବର ସିଧା ଆପଣଙ୍କ ପାଇଁ, ଆପଣଙ୍କ ଶରୀର ପାଇଁ ଓ ଆପଣଙ୍କ ଛୋଟ ହେଉଥିବା ଜୀବନ ବିଷୟରେ  ।

ଆପଣ କଳା ଡବାରେ ଖାଦ୍ୟ ଖାଉଛନ୍ତି କି ଯଦି ହଁ ତେବେ ଜାଣିରଖନ୍ତୁ ଖାଦ୍ୟ ନୁହେଁ ବିଷ ଖାଉଛନ୍ତି । ଧିରେ ଧିରେ ଜୀବନ ନେଇଯିବ କଳା ଡବାର ଖାଦ୍ୟ । କଳା ଡବା ଭିତରୁ ସୁଆଦିଆ ଖାଦ୍ୟ ବାହାର କରି ଆମେ ବେଶ ମଜାରେ ଖାଇଥାଉ । ଅନେକ ଖାଇଲା ପରେ ଡବାକୁ ସଫା କରି ରଖିଦେଇଥାନ୍ତି । ପରେ କାମରେ ଆସିବ । କିନ୍ତୁ ଏସବୁ କାମ ଆମ ପାଇଁ ଦିନେ ସଜା ହୋଇଯିବ କେବେ ଚିନ୍ତା କରିନଥାଉ । କଳା ପ୍ଲାଷ୍ଟିକ ଡବାକୁ ନେଇ ଆହୁରି ଚକିତ କଲା ପରି କଥା ଅଛି । ଯାହା ଆପଣଙ୍କୁ ଜାଣିବା ନିହାତି ଦରକାର । ହୋଟେଲରେ ଖାଦ୍ୟ ପ୍ୟାକ ହେଉଥିବା ବ୍ଲାକ ପ୍ଲାଷ୍ଟିକ ଡବା  ।ପ୍ରାୟ ହୋଟେଲରେ ଖାଦ୍ୟ ପ୍ୟାକ ପାଇଁ କଲା ରଂଗର ପ୍ଲାଷ୍ଟିକ ବକ୍ସ ବ୍ୟବହାର କରାଯାଇଥାଏ ।ଯେତେବେଳେ ଆମେ ଏହି କଣ୍ଟେନରରେ ଖାଦ୍ୟ ପ୍ୟାକ କରୁଛୁ ସେଠି ମହଜୁଦ ଥିବା କିଛି ବିଷାକ୍ତ କଣିକା ଆମ ଖାଦ୍ୟରେ ମିଶିଯାଇଥାଏ । ଆଉ ଖାଇବା ସହ ଆମ ଶରୀରର ଭିତରକୁ ଯାଇଥାଏ । ଯାହା ପରେ ଆମ ଶରୀରର କ୍ଷତି କରିଥାଏ ।

ଏହି ପ୍ଲାଷ୍ଟିକ ବକ୍ସରେ ଯଦି ଅଧିକ ଗରମ ଖାଦ୍ୟ ରଖାଯାଏ ନଚେତ ମାଇକ୍ରୋୱେଭରେ ରଖି ଖାଦ୍ୟ ଗରମ କରାଯାଏ ତେବେ କ୍ୟାନସର ହେବାର ଆଶଙ୍କା ବଢିଥାଏ । ସେହିପରି ରେସ୍ପିରେଟରୀ ସମସ୍ୟା ବଢିଥାଏ ।ହରମନ ସନ୍ତୁଳନକୁ ବିଗାଡି ଥାଏ ।  ଯଦି ଆପଣବି ସେହି ଲୋକଙ୍କ ମଧ୍ୟରେ ସାମିଲ ଅଛନ୍ତି ତେବେ ଆଜି ହିଁ ଏହି ଅଭ୍ୟାସକୁ ବଦଳାନ୍ତୁ । ଆପଣଙ୍କୁ ଜଣାଇ ଦେଉଛୁ କି ବ୍ଲାକ ପ୍ଲାଷ୍ଟିକରେ ଅନେକ କ୍ଷତିକାରକ କ୍ୟାମିକାଲ ରହିଛି ।

ଚକିତ କଲା ପରି କଥା ହେଉଛି ପ୍ରଥମରୁ ପ୍ଲାଷ୍ଟିକ ବକ୍ସରେ କୌଣସି ହାନିକାରକ କେମିକାଲ ନଥାଏ । ବରଂ ଗରମ ଖାଇବା ରଖିଲେ ବା ଖାଇବା ଗରମ କଲେ ଏସବୁ ଉତ୍ପନ୍ନ ହୋଇଥାଏ । ଅନେକ ଖାଇବା ପରେ ଏହି ଡବାକୁ ସଫା କରି ସାଇତି ରଖନ୍ତି କାହିଁକି ନା ଆଗକୁ କାମରେ ଆସିବ । ପ୍ଲାଷ୍ଟିକର ଲଗାତାର ବ୍ୟବହାର କେବଳ ଆମ ଶରୀରକୁ କ୍ଷତି ପହଞ୍ଚାଏନି ବରଂ ପରିବେଶକୁ ବି ପ୍ରଦୂଷିତ କରୁଛି । ଏହାର ସୁରକ୍ଷିତ ବିକଳ୍ପ ହେଉଛି ଗରମ ଖାଦ୍ୟ  କାଚ କିମ୍ବା ଷ୍ଟେନଲେସ୍‌ ଷ୍ଟିଲ ପାତ୍ରରେ ରଖିବା ଉଚିତ । ମାଇକ୍ରୋୱେଭ ପ୍ଲାଷ୍ଟିକ ବକ୍ସ ଏଡାଇବା ଦରକାର ।ସେଗୁଡିକ ଶୁଖିଲା ଜିନିଷ ରଖିବାରେ ବ୍ୟବହାର କରିହେବ । ଯଦି ସୁସ୍ଥ ରହିବାକୁ ଚାହୁଁଛନ୍ତି ବେଳ ଥାଉ ଥାଉ ସୁଧୁରିଯାଆନ୍ତୁ ।