LIVE TV

କର୍କଟ ରାଶି ବ୍ୟକ୍ତିଙ୍କ ପାଇଁ ନୂତନ ଆୟ ବୃଦ୍ଧିର ଉତ୍ତମ ସୁଯୋଗ ରହିଛି, କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ

NEWS7
archana-case-update-13

ମେଷ- ଯାତ୍ରା ସମୟରେ ଅଧିକ ସାବଧାନ ରହିବା ଆବଶ୍ୟକ। କର୍ମକ୍ଷେତ୍ରରେ କୌଣସି ବିବାଦରେ ପଡ଼ନ୍ତୁ ନାହିଁ। ଆର୍ଥିକ କାରବାର ସ୍ଥିର ରହିବ। ପରିବାରରେ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ।

ବୃଷ- ଅପ୍ରତ୍ୟାଶିତ ଖର୍ଚ୍ଚର ଯୋଗ ରହିଛି। ସଞ୍ଚୟ ଉପରେ ଗୁରୁତ୍ୱ ଦିଅନ୍ତୁ ଏବଂ ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। କାର୍ଯ୍ୟ କ୍ଷେତ୍ରରେ କଠିନ ପରିଶ୍ରମର ଫଳ ମିଳିବ। ସ୍ୱାସ୍ଥ୍ୟ ସାମାନ୍ୟ ରହିବ। ପରିବାରର କୌଣସି ସଦସ୍ୟଙ୍କ ସହଯୋଗ ପ୍ରାପ୍ତ ହେବ।

ମିଥୁନ- ମାନସିକ ଅସ୍ଥିରତା ବଢ଼ିପାରେ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ। ବ୍ୟବସାୟରେ ଲାଭ ହେବାର ସୁଯୋଗ ରହିଛି। ପୂଜାପାଠରେ ମନ ଲାଗିବ। ଶତ୍ରୁମାନେ ଆପଣଙ୍କର କୌଣସି କ୍ଷତି କରିପାରିବେ ନାହିଁ।

କର୍କଟ- ନୂତନ ଆୟ ବୃଦ୍ଧିର ଉତ୍ତମ ସୁଯୋଗ ରହିଛି। କର୍ମକ୍ଷେତ୍ରରେ ପ୍ରଶଂସା ମିଳିବା ସହିତ ପଦୋନ୍ନତିର ସମ୍ଭାବନା ଅଛି। ଆର୍ଥିକ ସ୍ଥିତି ବେଶ୍ ମଜବୁତ୍ ହେବ। ବ୍ୟବସାୟରେ ନୂତନ ଗ୍ରାହକ ଯୋଡ଼ି ହୋଇପାରନ୍ତି। ସାମାଜିକ କାର୍ଯ୍ୟରେ ଯୋଗଦାନ କରି ପ୍ରତିଷ୍ଠା ଲାଭ କରିବେ।

ସିଂହ- ସନ୍ତାନଙ୍କ ସ୍ୱାସ୍ଥ୍ୟକୁ ନେଇ କିଛି ଚିନ୍ତା ରହିପାରେ। ସନ୍ତାନଙ୍କର ଶିକ୍ଷା ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକ। ଆର୍ଥିକ ଦିଗରୁ ଦିନଟି ଶୁଭଙ୍କର ରହିବ। ଜୀବନସାଥୀଙ୍କ ସହଯୋଗରେ ସମସ୍ୟାର ସମାଧାନ କରିବେ। ଅନ୍ୟମାନଙ୍କୁ ସାହାଯ୍ୟ କରି ଆତ୍ମସନ୍ତୋଷ ଲାଭ କରିବେ।

କନ୍ୟା- ସ୍ୱାସ୍ଥ୍ୟରେ କିଛି ସମସ୍ୟା ଦେଖାଦେଇପାରେ। ତେଣୁ ବିଶେଷ ସାବଧାନ ରୁହନ୍ତୁ। ପୁରୁଣା ରୋଗ ପୁନର୍ବାର ଦେଖାଦେଇପାରେ। ଅନ୍ୟ କୌଣସି ଦିଗରୁ ଧନ ଲାଭର ଯୋଗ ରହିଛି। ମାନସିକ ଶାନ୍ତି ବଜାୟ ରଖିବା ପାଇଁ ଧ୍ୟାନ କରନ୍ତୁ। ନିଜ କାର୍ଯ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କରନ୍ତୁ।

ତୁଳା- ମନରୁ ସମସ୍ତ ପୂର୍ବ ଅସ୍ଥିରତା ଦୂର ହେବ ଏବଂ ମାନସିକ ଶାନ୍ତି ମିଳିବ। କାର୍ଯ୍ୟରେ ଏକାଗ୍ରତା ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ଅଟକି ରହିଥିବା କାର୍ଯ୍ୟଗୁଡ଼ିକ ଶେଷ ହେବ। ପରିବାର ସହିତ ସମୟ ବିତାଇବାକୁ ସୁଯୋଗ ମିଳିବ। ଆର୍ଥିକ ଦିଗରୁ ଦିନଟି ଉତ୍ତମ ଅଟେ।

ବିଛା- ନିଜ ବନ୍ଧୁମାନଙ୍କ ଠାରୁ ବନ୍ଧୁ ସହଯୋଗ ପ୍ରାପ୍ତ ହେବ। ବନ୍ଧୁମାନଙ୍କ ସାହାଯ୍ୟରେ କୌଣସି ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ କରିବେ। କୌଣସି ବ୍ୟବସାୟିକ ଯାତ୍ରା ଲାଭଦାୟକ ହେବ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ସାମାଜିକ କ୍ଷେତ୍ରରେ ଆପଣଙ୍କର ମାନ ସମ୍ମାନ ବୃଦ୍ଧି ପାଇବ।

ଧନୁ- ମାନସିକ ଚାପ ଅଧିକ ରହିବାର ସମ୍ଭାବନା ଅଛି। ଅଯଥା ଚିନ୍ତା କରିବା ଦ୍ୱାରା ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। କାର୍ଯ୍ୟକ୍ଷେତ୍ରରେ କୌଣସି ନୂତନ ଦାୟିତ୍ୱ ମିଳିପାରେ। ଧାର୍ମିକ କାର୍ଯ୍ୟରେ ସମୟ ଅତିବାହିତ କରନ୍ତୁ। ଜୀବନସାଥୀଙ୍କ ସମର୍ଥନ ଆପଣଙ୍କୁ ଆଗକୁ ବଢ଼ିବାରେ ସାହାଯ୍ୟ କରିବ।

ମକର- କୌଣସି କାରଣରୁ ମନରେ ଅସ୍ଥିରତା ବୃଦ୍ଧି ହେବ। ଏହି କାରଣରୁ ଆପଣ ଭୁଲ୍ ନିଷ୍ପତ୍ତି ନେଇପାରନ୍ତି, ତେଣୁ ସତର୍କ ରୁହନ୍ତୁ। କର୍ମକ୍ଷେତ୍ରରେ ସଫଳତା ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଆର୍ଥିକ ସ୍ଥିତି ସାମାନ୍ୟ ରହିବ। ଯୋଗ ଓ ପ୍ରାଣାୟାମ ଦ୍ୱାରା ମାନସିକ ଶାନ୍ତି ପାଇବେ।

କୁମ୍ଭ- ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ ଏବଂ ଶାରୀରିକ ସୁସ୍ଥତା ଅନୁଭବ କରିବେ। ପୁରୁଣା ରୋଗରୁ ମୁକ୍ତି ମିଳିବ। କୌଣସି ନୂତନ ଆୟର ଉତ୍ସ ଖୋଜି ପାଇବେ। ପରିବାର ସହିତ ଆନନ୍ଦରେ ସମୟ ଅତିବାହିତ କରିବେ। ବ୍ୟବସାୟରେ ଉଲ୍ଲେଖନୀୟ ଲାଭ ମିଳିବ।

ମୀନ- ଅର୍ଥ ଲାଭର ଯୋଗ ରହିଛି ଏବଂ ଆର୍ଥିକ ସଙ୍କଟ ଦୂର ହେବ। କୌଣସି ପୁରୁଣା ଋଣ ପରିଶୋଧ କରିବାରେ ସକ୍ଷମ ହେବେ। କର୍ମ କ୍ଷେତ୍ରରେ ଆପଣଙ୍କ କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବାର ସୁଯୋଗ ମିଳିବ। ପ୍ରେମ ଜୀବନ ସୁଖମୟ ହେବ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ - ୮୨୪୯୮୨୬୬୮୨