ଆରସା ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ, ସାମିଲ ହେଲେ ବାଚସ୍ପତି ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ

Published By : Prameya-News7 Bureau | January 12, 2025 IST

ଭଦ୍ରକ ୧୨।୦୧ : ଭଦ୍ରକ ଜିଲ୍ଲା ଆରସା ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ଅନୁଷ୍ଠିତ । ବାଚସ୍ପତି ସୁରମା ପାଢୀ ଏବଂ ଶିକ୍ଷା ମନ୍ତ୍ରୀ ଯୋଗ ଦେଇଥିଲେ । ଏହି ଅବସରରେ   ସ୍କୁଲ ତରଫରୁ ଛାତ୍ରଛାତ୍ରୀମାନେ ବିଭିନ୍ନ ସାଂସ୍କୃତି କାର୍ଯ୍ୟକ୍ରମର ପ୍ରଦର୍ଶିତ କରିଥିଲେ । 

ଭଦ୍ରକ ଜିଲ୍ଲା ତିହିଡି ସ୍ଥିତ ଆରସା ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହର ୨ୟ ଦିବସରେ ଯୋଗ ଦେଇଛନ୍ତି ବାଚସ୍ପତି ସୁରମା ପାଢୀ । ତାଙ୍କ ସହ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମଧ୍ୟ ପହଞ୍ଚିଥିଲେ ।  ଝିଙ୍କିରିଆ ଛକରୁ ଘୋଡ଼ା ନାଚ ମାଧ୍ୟମରେ ବାଚସ୍ପତି ଓ ମନ୍ତ୍ରୀଙ୍କୁ ସଭାସ୍ଥଳ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ କମିଟି ସଦସ୍ୟ । ସ୍କୁଲ ପରିସରରେ ମନ୍ତ୍ରୀ ଓ ଆରସା ସରକାରୀ ଉଚ୍ଚ ବିଦ୍ୟାଳୟର ପୁସ୍ତକ ଲୋକାର୍ପିତ ହୋଇଥିଲା । ଭଦ୍ରକର ଭଦ୍ରାକାଳୀ, ବିରଞ୍ଜିନାରାୟଣ, ତାଳପଦାର କାନ୍ତକବିଙ୍କ ମାଟିକୁ ମଞ୍ଚରୁ ପ୍ରଣାମ କରିଛନ୍ତି ବାଚସ୍ପତି । ଏହି ଅବସରରେ ବାଚସ୍ପତି କହିଥିଲେ ଯେ, ଉତ୍କଳରୁ ଓଡିଶା ହୋଇଥିବା ଆମ ରାଜ୍ୟର ୩୦ ଜିଲ୍ଲା ମଧ୍ୟରୁ ଭଦ୍ରକ ଜିଲ୍ଲା ହେଉଛି ବୀର ସଂଗ୍ରାମୀଙ୍କ ମାଟି । ସେ ଲୁଣିଆ ଗୁଳିକାଣ୍ଡ ହେଉ କି ଇରମ ଗୁଳିକାଣ୍ଡ । ଏଠି ମହିଳା ଓ ପୁରୁଷ ମିଶି ବ୍ରିଟିଶମାନଙ୍କୁ ବିରୋଧ କରୁଥିଲେ  । ଭଦ୍ରକ ହେଉଛି ସାହିତ୍ୟ, ସଂସ୍କୃତି ଓ କଳାର ମାଟି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.