ମୁମ୍ଵାଇ ୧୬।୦୩; ଓସ୍କାର ବିଜେତା ସଙ୍ଗୀତଜ୍ଞ ତଥା କଣ୍ଠଶିଳ୍ପୀ ଏ.ଆର ରେହମାନ। ବର୍ତ୍ତମାନ ତାଙ୍କୁ ନେଇ ବଡ ଖବର ସାମ୍ନାକୁ ଆସିଛି । ଏ.ଆର ରେହମାନଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଯାଇଛି । ଯାହାଫଳରେ ତାଙ୍କୁ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଥିବାର ସୂଚନା ମିଳିଛି ।
ସୂଚନା ଅନୁସାରେ, ବିବାର ସକାଳେ ଏଆର ରେହମାନଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ସକାଳ ସାତଟାରେ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଯେଉଁଠାରେ ଡାକ୍ତର ରେହମାନଙ୍କର ECG ଏବଂ ଇକୋକାର୍ଡିୟୋଗ୍ରାମ୍ ସହିତ ଅନେକ ଟେଷ୍ଟ କରିଛନ୍ତି। ଜଣାପଡିଛି କି ତାଙ୍କର ହାର୍ଟ ସମ୍ବନ୍ଧୀୟ କିଛି ସମସ୍ୟା ଥିଲା। ରେହମାନଙ୍କର ଆଞ୍ଜିଓଗ୍ରାଫି ହୋଇପାରେ ବୋଲି କୁହାଯାଉଛି। ଡାକ୍ତରଖାନାରେ ଏକ ସ୍ୱତନ୍ତ୍ର ଟିମ୍ ତାଙ୍କର ଯତ୍ନ ନେଉଛନ୍ତି।
ତେବେ ନିକଟରେ ରେହମାନ ଯେତେବେଳେ ବିଦେଶରୁ ଫେରିଥିଲେ, ସେତେବେଳେ ସେ ବେକରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହା ପରେ ଏବେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରୁଛନ୍ତି। ହେଲେ ଏପର୍ଯ୍ୟନ୍ତ ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ବିଶେଷ କିଛି ତଥ୍ୟ ମିଳିପାରିନାହିଁ। କହିବାକୁଗଲେ ସଙ୍ଗୀତ ଦୁନିଆର ବାଦଶାହ ଭାବେ ପରିଚିତ ଏଆର ରେହମାନ୍ । ଏକାଧିକ ଫିଲ୍ମରେ ତାଙ୍କ ଗୀତ ସବୁ ସୁପର ହିଟ୍ ହୋଇଆସିଛି। । ଫିଲ୍ମ ’ଦିଲ ସେ ’, ’ଲଗାନ୍’, ଯୋଦ୍ଧା ଅକବର , ’ତାଲ୍’ ’ଦିଲ୍ଲୀ ୬’, ’ରଙ୍ଗ ଦେ ବସନ୍ତୀ’, ’ରକ୍ ଷ୍ଟାର’ ଆଦି ମୁଭିରେ ତାଙ୍କ ଗୀତ ହିଟ୍ ହୋଇଛି ।