ଭାଙ୍ଗିଗଲା ନବନିର୍ମିତ ପୋଲ, ୪ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ

Published By : Prameya-News7 Bureau | August 28, 2025 IST

ବୈପାରୀଗୁଡା ୨୮।୦୮ : ଭାଙ୍ଗିଲା ନବନିର୍ମିତ ପୋଲ । କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ବରୁଆବାଡ଼ି ଓ ଗରୁଡୁଗୁଡ଼ା ମଝିରେ ଥିବା ନିର୍ମାଣଧିନ ପୋଲର ଆପ୍ରୋଚର ରୋଡ୍ ଧୋଇଯାଇଛି ।  ଯାହାଫଳରେ ଚାରି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । 

ବରୁଆବାଡ଼ି ଓ ଗରୁଡୁଗୁଡ଼ା ଗାଁ ମଝିରେ ଏକ ପୋଲର ନିର୍ମାଣ କାମ ଚାଲିଛି । ଆଉ ଏଥିପାଇଁ ଆପ୍ରୋଚ ରେଡ୍‌ର ନିର୍ମାଣ ବି ହୋଇଛି । ଯେଉଁଥିରେ ଲୋକେ ଯିବା ଆସିବା କରିଥାନ୍ତି। ହେଲେ ଲଗାଣ ବର୍ଷା ଲାଗି ଏବେ ଆପ୍ରୋଚ ରୋଡ୍‌ଟି ପାଣିରେ ଧୋଇଯାଇଛି। ଫଳରେ ଦଶମନ୍ତପୁର ପଞ୍ଚାୟତ ଚାରି ଖଣ୍ଡ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଅନ୍ୟପଟେ ଖବର ପାଇ କୋରାପୁଟ ବିଧାୟକ ରଘୁରାମ ମାଛ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହାସହିତ ବିଭିନ୍ନ ସମସ୍ୟା ନେଇ ଲୋକଙ୍କ ସହିତ ଆଲୋଚନା କରିଛନ୍ତି। ତେବେ ନିମ୍ନମାନର କାମ ଲାଗି ଏଭଳି ପରିସ୍ଥିତି ଉପୁଜିଛି । ତେଣୁ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି ବିଧାୟକ ରଘୁରାମ ମାଛ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.