ଭୁବନ ୨୨।୬: ଉଦ୍ଘାଟନ ପୂର୍ବରୁ ଭୁଶୁଡ଼ିଲା ବ୍ରିଜ୍ର ଆପ୍ରୋଚ୍ ରୋଡ୍ । ଏହାସହ ଗାର୍ଡ ଓ୍ବାଲ ମଧ୍ୟ ଭୁଶୁଡି ପଡିଛି । ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ବାରୁଆଁ ପଞ୍ଚାୟତ ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି ।
ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ବାରୁଆଁ ପଞ୍ଚାୟତରୁ ଏକ ଗ୍ରାମୀଣ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ପୂର୍ବତନ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ । ଏହି ବ୍ରିଜ୍ ବାରୁଆଁ ଗ୍ରାମରୁ ଧଳପଳା ଗ୍ରାମକୁ ସଂଯୋଗ କରୁଥିବା ଧନେଇ ନାଳରେ ନିର୍ମାଣ ହୋଇଛି । ଦୁଇ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ଏହି ବ୍ରିଜ୍ ନିର୍ମାଣ ହୋଇଛି । ଏହି ବ୍ରିଜ୍ କାମ ୨୦୨୪ ମସିହା ଫେବୃଆରୀ ୪ ତାରିଖରୁ ଆରମ୍ଭ ହୋଇ ବର୍ଷେ ୪ ମାସ ମଧ୍ୟରେ କାର୍ଯ୍ୟ ଶେଷ ହୋଇଥିଲା । କିନ୍ତୁ ଦୁଇ ଦିନ ତଳେ ଲଗାଣ ବର୍ଷାରେ ବ୍ରିଜର ଆପ୍ରୋଚ ରୋଡଟି ଭୁଶୁଡି ପଡିବା ସହିତ ଗାର୍ଡ ଓ୍ବାଲ୍ ମଧ୍ୟ ଭୁଶୁଡ଼ି ପଡିଛି । ଯାହା ଫଳରେ ଚାଷୀ ନିଜ ଜମିକୁ ଚାଷ କରିବା ପାଇଁ ଯାଇପାରୁ ନାହାନ୍ତି । ସ୍ଥାନୀୟ ଅଞ୍ଚଳର ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
You Can Read:
ଚରମ୍ପାରେ ବ୍ୟବସାୟୀଙ୍କୁ ଗୁଳିମାଡ଼ ଘଟଣା : ଘଟଣାସ୍ଥଳରେ ଡିଆଇଜିଙ୍କ ତନାଘନା