ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଟିପ୍ସ ହେବେ ମୋଦି, ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ପରାମର୍ଶ

NEWS7
apply-honey-on-your-lips-for-a-month

ଭୁବନେଶ୍ୱର ୦୬/୦୨: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟ ପରିକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ। ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ଚାପରୁ ବାହାର କରିବା ଏବଂ ସେମାନଙ୍କୁ ସକାରାତ୍ମକ ବିଚାର ସହ ଆଗକୁ ବଢ଼ିବାକୁ ପରୀକ୍ଷାର୍ଥୀଙ୍କୁ ଟିପ୍ସ ଦେବେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟ କାର୍ଯ୍ୟକ୍ରମ ‘ପରୀକ୍ଷା ପେ ଚର୍ଚ୍ଚା’ର ଆଜି ହେଉଛି ୯ମ ସଂସ୍କରଣ।

ସକାଳ ୧୦ଟାରେ ସାରା ଦେଶର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କ ସହ ମୋଦି ସିଧାସଳଖ ଆଲୋଚନା କରିବେ । ପରୀକ୍ଷା ପାଖେଇ ଆସୁଥିବାବେଳେ ପରୀକ୍ଷା ପେ ଚର୍ଚ୍ଚା ବି ପୁଣି ଫେରିଛି । ଏଥର ଦେବମୋଗ୍ରା, କୋଏମ୍ବାଟୁର, ରାୟପୁର, ଗୌହାଟୀ ଏବଂ ଦିଲ୍ଲୀ ସ୍ଥିତ ୭, ଲୋକ କଲ୍ୟାଣ ମାର୍ଗରେ ପରୀକ୍ଷା ଯୋଦ୍ଧାଙ୍କ ସହ ଆଲୋଚନା ହେବ।ସକାଳ ୧୦ଟାରୁ ହେବ ପ୍ରସାରଣ ହେବା ଚିନ୍ତା- ମୁକ୍ତ ପରୀକ୍ଷା ଓ ଅନ୍ୟ ପ୍ରସଙ୍ଗ ଉପରେ ଟିପ୍ସ ଦେବେ ପ୍ରଧାନ ମନ୍ତ୍ରୀ।

ସେପଟେ ଭୁବନେଶ୍ୱର ୟୁନିଟ୍-୧ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଛାତ୍ରଛାତ୍ରୀଙ୍କ ଗହଣରେ ପ୍ରଧାନମନ୍ତ୍ରୀଙ୍କ ସମ୍ବାଦ ଶୁଣିବେ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝି।ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ସହ ମିଶି ପରୀକ୍ଷା ପେ ଚର୍ଚ୍ଚା'ର ସିଧାପ୍ରସାରଣ ଦେଖିବେ । ଏଥିପାଇ ଭୁବନେଶ୍ୱର ୟୁନିଟ-୧ ହାଇସ୍କୁଲ ପରିସରରେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି। ସିଧାପ୍ରସାରଣ ପରେ ମୁଖ୍ୟମନ୍ତ୍ରୀ ଓ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କ ସହ ବାର୍ତ୍ତାଳାପ କରିବାର କାର୍ଯ୍ୟକ୍ରମ ରହିଛି।