ନୂଆଦିଲ୍ଲୀ ୧୦।୦୬; ଆପଲ୍ ଡେଭଲପର୍ କନଫରେନ୍ସରେ ନୂଆ ଘୋଷଣା । କମ୍ପାନୀ ଏହାର ଅପରେଟିଂ ସିଷ୍ଟମର ନୂତନ ଭର୍ସନ ପ୍ରଦଶିତ କରିଥିଲା । ସେସବୁକୁୁ ରିନେମ ମଧ୍ୟ କରାଯାଇଥିଲା। ଆଉ ରିନେମ ପରେ ଡେଭଲପର ନୂଆ ନାମ ରଖାଯାଇଛି WWDC ୨୦୨୫ ।
କମ୍ପାନୀ iOS19 ପରିବର୍ତ୍ତେ ସିଧାସଳଖ ଆଣିଛି iOS26 । ଏହା ବ୍ୟତୀତ, ଅନ୍ୟ ଅପରେଟିଂ ସିଷ୍ଟମଗୁଡ଼ିକର ମଧ୍ୟ ନାମ ପରିବର୍ତ୍ତନ କରାଯାଇଛି। ଯାହାର ନାମ WatchOS 26, tvOS26, MacOS26, VisionOS26, iPadOS 26। କହିବାକୁ ଗଲେ କମ୍ପାନୀ ନାମ ପରିବର୍ତ୍ତନ କରିବା ସହିତ ମୋବାଇଲ୍ ଇଣ୍ଟରଫେସକୁ ରିଫ୍ରେଶ୍ କରିଛି। କମ୍ପାନୀ ଲିକ୍ୟୁଇଡ୍ ଗ୍ଲାସ୍ ଡିଜାଇନ୍ ମଧ୍ୟ ପ୍ରଦର୍ଶିତ କରିଛି, ଯାହା ପରବର୍ତ୍ତୀ ସ୍ତରର ୟୁଜର୍ସକୁ ଅଭିଜ୍ଞତା ପ୍ରଦାନ କରିବ।
ନୂତନ AI କ୍ଷମତା ସାମିଲ
ଆପଲ୍ iOS26 ରେ ନୂତନ ପାୱାରଫୁଲ ଆପଲ୍ ଇଣ୍ଟେଲିଜେନ୍ସ କ୍ଷମତା ମଧ୍ୟ ସାମିଲ କରାଯାଇଛି। ଆପଲର ବରିଷ୍ଠ ଉପାଧ୍ୟକ୍ଷ ସଫ୍ଟୱେର୍ ଇଞ୍ଜିନିୟର କ୍ରେଗ୍ ଫେଡେରିଘି କହିଛନ୍ତି ଯେ ଲକ୍ ସ୍କ୍ରିନ୍ ରୁ ହୋମ୍ ସ୍କ୍ରିନ୍ ପର୍ଯ୍ୟନ୍ତ ଫୋନ୍ ଓ ମେସେଜରେ ନୂଆ କ୍ଷମତା (କାପାବିଲିଟି) ଅନ୍ତର୍ଭୁକ୍ତ କରାଯାଇଛି।
ଲିକ୍ୟୁଇଡ୍ ଗ୍ଲାସ୍ ଡିଜାଇନ୍ କ’ଣ?
କହିବାକୁ ଗଲେ ଲିକ୍ୟୁଇଡ ଗ୍ଲାସ୍ ପ୍ରକୃତରେ ଏକ ନୂତନ ଡିଜାଇନ୍ ଭାଷା । ଯାହା ଅଧୀନରେ ୟୁଜର୍ସମାନେ ଟ୍ରାନ୍ସଲୁସେଣ୍ଟ ମ୍ୟାଟେରିଆଲ୍ ଲୁକ୍ ପାଇବେ । ଯାହା ସାହାଯ୍ୟରେ ଆଇକନ୍ ପଛରେ ଓ ଚାରିପାଖରେ ଥିବା ବସ୍ତୁ ମଧ୍ୟ ଦେଖାଯାଇପାରିବ । ଏହି ନୂତନ ଡିଜାଇନ୍ ଅଧୀନରେ, ୟୁଜର୍ସମାନେ ଲକ୍ ସ୍କ୍ରିନ୍ ସମୟରେ ମଧ୍ୟ ଏହାର ଲାଭ ପାଇବେ।
ଆପ୍ ଆଇକନ୍, Widgetsରେ ପରିବର୍ତ୍ତନ ଦେଖାଯିବ
ଆପଲ୍ ଆପ୍ ଆଇକନ୍, ୱିଡଜେଟ୍ସ ଓ ଅନ୍ୟାନ୍ୟ ୟୁଜର ଇଣ୍ଟରଫେସରେ ମଧ୍ୟ ପରିବର୍ତ୍ତନ ଦେଖିପାରିବ। ଲିକ୍ୟୁଇଡ୍ ଗ୍ଲାସ୍ ମାଟେରିଆଲ ଆପଣଙ୍କ ଆଣ୍ଡ୍ରଏଡ୍ ସହିତ ମିଳୁଥିବା ମ୍ୟାଟେରିଆଲ୍ ୩ ଡିଜାଇନ୍ ଭାଷା ପରି ଦେଖାଯାଇପାରେ। iOS26 ସହିତ, ଆପଲ୍ ବିଭିନ୍ନ ଆପ୍ସର ଲୁକ୍, ଫିଲ୍ ଏବଂ ପୋଜିସନ୍ ମଧ୍ୟ ପରିବର୍ତ୍ତନ କରିଛି। ଏଥିରେ ଆପଲ୍ ମ୍ୟୁଜିକ୍, ନ୍ୟୁଜ୍ ଏବଂ ପଡକାଷ୍ଟର ନାମ ଅନ୍ତର୍ଭୁକ୍ତ।