ନୂଆଦିଲ୍ଲୀ ୧୬।୦୪: ଗ୍ରୀଷ୍ମ ରୁତୁରେ ସ୍କିନ୍ କେୟାର କରିବା ବେଶ୍ ଗୁରୁତ୍ବପୂର୍ଣ୍ଣ । ଖାସ୍ କରି ସ୍କିନ୍କୁ ହାଇଡ୍ରେଟ୍ କରିବା ପାଲଟିଥାଏ ଏକ ବଡ ଚ୍ୟାଲେଞ୍ଜ। ଅନେକ ଲୋକ ସ୍କିନ୍ କେୟାର ପାଇଁ ଆପଣାଇଥାନ୍ତି ଭିନ୍ନ ଉପାୟ । ଏଥିରୁ ଗୋଟିଏ ହେଉଛି ଆପଲ୍ ପ୍ୟାକ୍ । ଏହା ମୁହଁ ପାଇଁ ବେଶ୍ ଉପକାରୀ ।
ଗରମ ଦିନେ ମୁହଁକୁ ତାଜା ରଖିବାରେ ଏହା ପ୍ରଭାବଶାଳୀ ହୋଇଥାଏ । ସେଓ ସ୍ବାସ୍ଥ୍ୟ ପାଇଁ ଯେତିକି ଉପକାରୀ, ସ୍କିନ୍ ପାଇଁ ମଧ୍ୟ ବେଶ୍ ହିତକାରୀ । ଏହାକୁ ଫେସ୍ପ୍ୟାକ୍ କରି ମୁହଁରେ ଲଗାଇ ପାରିବେ । ଏହା ଏକ ହାଇଡ୍ରେଟିଙ୍ଗ୍ ଫେସ୍ ପ୍ୟାକ୍ । ସେଓ ସହିତ କଞ୍ଚା ଖିର ମିଶାଇ ପ୍ୟାକ୍ କରି ଲଗାଇବା ସ୍କିନ୍ ପାଇଁ ବେଶ୍ ଲାଭଦାୟକ ହୋଇଥାଏ ।
ସେଓ, କଞ୍ଚା ଖିର ଏବଂ ମହୁକୁ ମିଶାଇ ଗ୍ରାଇଣ୍ଡ କରିଦିଅନ୍ତୁ ଏବଂ ଏହାକୁ ସ୍କିନ୍ରେ ଲଗାନ୍ତୁ । ଏହି ଫେସ୍ପ୍ୟାକ୍କୁ ମସାଜ କ୍ରିମ୍ ପରି ବ୍ୟବହାର କରନ୍ତୁ । ସେଓରେ ଥିବା ଭିଟାମିନି-ଇ ସ୍କିନ୍କୁ ଲମ୍ବା ସମୟ ଯାଏଁ ହାଇଡ୍ରେଟ୍ ରଖିଥାଏ । ଖିର ଏବଂ ସେଓରେ ଥିବା ତତ୍ତ୍ବ ସ୍କିନକୁ ଡିପ୍ କ୍ଲିନ୍ କରିଥାଏ ।
ଏହି ଫେସ୍ପ୍ୟାକ୍ ମୁହଁର ଫାଇନ୍ଲାଇନ୍କୁ କମ୍ କରିବାରେ ବହୁତ ଲାଭଦାୟକ ହୋଇଥାଏ । ଏହାବ୍ୟତୀତ ମୁହଁରୁ ଡେଡ୍ ସ୍କିନ୍ ବାହାର କରିବାରେ ଏହି ଫେସ୍ପ୍ୟାକ୍ ବେଶ୍ ପ୍ରଭାବଶାଳୀ ହୋଇଥାଏ ।