ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ହମଲାର ମୁହଁତୋଡ଼ ଜବାବ ଦେଇଛି ଭାରତ। ସିନ୍ଦୂରର ବଦଲା ଭାରତ ଅପରେସନ ସିନ୍ଦୂର ଜରିଆରେ ନେଇଛି। ଭାରତ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ପାକିସ୍ତାନରେ ଏୟାର ଷ୍ଟ୍ରାଇକ କରି ୯ ଆତଙ୍କୀ ଶିବିର ଧ୍ଵଂସ କରିଛି। ଭାରତ ପକ୍ଷରୁ ପହଲଗାମ ଆତଙ୍କୀ ହମଲାର ୧୫ ଦିନ ପରେ ଏହି ପ୍ରତିଶୋଧ ନିଆଯାଇଛି।ଭାରତର ଏହି ଅପରେସନ ପରେ ଅନେକ ଦେଶ ନିଜର ପ୍ରତିକ୍ରିୟା ଦେଇଛନ୍ତି।
ଇସ୍ରାଏଲ ଭାରତର ଏହି କାର୍ଯ୍ୟାନୁଷ୍ଠାନକୁ ସମର୍ଥନ କରିଛି। ଇସ୍ରାଏଲର ରାଷ୍ଟ୍ରଦୂତ କହିଛନ୍ତି ଭାରତକୁ ଆତ୍ମରକ୍ଷା କରିବାର ଅଧିକାର ରହିଛି। ତାଙ୍କ ଦେଶ ଭାରତର ଅପରେସନ ସିନ୍ଦୂରର ସମର୍ଥନ କରୁଛି। ଅନ୍ୟପଟେ ଚୀନ ଏହି ହମଲା ପରେ ପାକିସ୍ତାନର ସମର୍ଥନରେ ଆଗେଇ ଆସିଛି। ବର୍ତ୍ତମାନ ସୀମା ଉପରେ ଯୁଦ୍ଧ ସ୍ଥିତି ଉତ୍ପନ ହୋଇଛି। ଏମିତିରେ ଚାଲନ୍ତୁ ଜାଣିବା ଦୁଇ ଦେଶ ମଧ୍ୟରେ ଯଦି ଯୁଦ୍ଧ ହୁଏ ତେବେ ଚୀନ ବ୍ୟତୀତ ଆଉ କେଉଁ ଦେଶ ପାକିସ୍ତାନକୁ ସମର୍ଥନ ଦେବ।
ପୁଣି ଥରେ ସମର୍ଥନ କଲା ଚୀନ
ଭାରତ ପକ୍ଷରୁ ଅପରେସନ ସିନ୍ଦୂର ପରେ ଚୀନ ପୁଣି ଥରେ ପାକିସ୍ତାନର ସମର୍ଥନ ଆସିଛି। ଚୀନ ଭାରତର ଏୟାରଷ୍ଟ୍ରାଇକ ଉପରେ ଚିନ୍ତା ପ୍ରକାଶ କରିଛି। ଡ୍ରାଗନ କହିଛି ଭାରତର ସୈନ୍ୟ କାର୍ଯ୍ୟାନୁଷ୍ଠାନ ଦୁର୍ଭାଗ୍ୟଜନକ। ଆମେ ସାଂପ୍ରତିକ ସ୍ଥିତିକୁ ନେଇ ଚିନ୍ତିତ। ଦୁଇ ଦେଶ ସଂଯମ ରହିବା ସହ ସ୍ଥିତିକୁ ଆଉ ଜଟିଳ ନ କରିବାକୁ ଚୀନ ଅପିଲ୍ କରିଛନ୍ତି।
ତୁର୍କୀୟ ବି କଲା ସମର୍ଥନ
ଭାରତର ଏୟାରଷ୍ଟ୍ରାଇକ ପରେ ତୁର୍କୀୟ ମଧ୍ୟ ପାକିସ୍ତାନ ସମର୍ଥନରେ ଆଗକୁ ଆସିଛି। ତୁର୍କୀୟର ରାଜଦୂତ ଏହି ଏୟାରଷ୍ଟ୍ରାଇକକୁ ପାକିସ୍ତାନର ସାର୍ବଭୌମତ୍ଵର ଉଲ୍ଲଂଘନ ଦର୍ଶାଇଛି ଏବଂ ନିର୍ଦ୍ଦୋଷ ଲୋକଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛି। କାଶ୍ମୀର ପ୍ରସଙ୍ଗକୁ ମିଳିତ ଜାତିସଂଘର ପ୍ରସ୍ତାବ ଓ କାଶ୍ମୀରୀ ଲୋକଙ୍କ ଆକାଂକ୍ଷା ଆଧାରରେ ସମାଧାନ ହେବା ଉଚିତ୍।ଭାରତର ହମଲା ପରେ ଆଜରବୈଜାନର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ବି ବୟାନ ଜାରି କରାଯାଇଛି। ଆଜରବୈଜାନ ପାକିସ୍ତାନ ବିରୋଧରେ ସୈନ୍ୟ ହମଲାକୁ ନିନ୍ଦା କରିଛି।