ରାଉରକେଲା ପୋଲିସ କବ୍‌ଜାରେ ମହା ଠକ, ଶିକ୍ଷିତ ଯୁବକ ଓ ଯୁବତୀଙ୍କୁ ଲଗାଇଛି ୫୦ଲକ୍ଷ ଟଙ୍କା ଚୂନ

NEWS7
aparanha-ra-surya-film-screenplay-based-on-the-life-of-mundapota-kela

ରାଉରକେଲା ୧୬।୧୨: ରାଉରକେଲା ପୋଲିସ କବ୍ଜାରେ ବଡ଼ ଠକ । ଠକିଛନ୍ତି ଅନେକ ଶିକ୍ଷିତ ଯୁବକ ଓ ଯୁବତୀ । କେନ୍ଦ୍ର ସରକାରଙ୍କ ରେଳ ବିଭାଗ, ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ସହ ରାଷ୍ଟ୍ରାୟତ୍ତ କମ୍ପାନୀ ସହ ଅନେକ ବେସରକାରୀ କମ୍ପାନୀରେ ଚାକିରି କରିଦେବା ନାଁରେ ଠକିଛି ୪୯ ଲକ୍ଷ ୨୦ ହଜାର ଟଙ୍କା । ଠକ ସନ୍ତୋଷ କୁମାର ଘର କୋରାପୁଟ ଜୟପୁର ଅଞ୍ଚଳରେ । ସେ ପୂର୍ବରୁ କୋରାପୁଟ, ଗଞ୍ଜାମ, ମାଲକାନଗିରି ଜିଲ୍ଲାରେ ଅନେକ ଯୁବକ ଓ ଯୁବତୀଙ୍କୁ ଚାକିରି ଦେବା ନାଁରେ ଠକି ଫେରାର ହୋଇ ପ୍ରାୟ ଗୋଟିଏ ବର୍ଷ ହେଲା ରାଉରକେଲାରେ ରହୁଥିଲା ।

ରାଉରକେଲାରେ ରହିବା ଭିତରେ ଚାକିରି କରାଇଦେବା ନାଁରେ ଠକିଛି ୧୦ରୁ ଅଧିକ ଶିକ୍ଷିତ ଯୁବକ ଓ ଯୁବତୀଙ୍କୁ । ସେମାନଙ୍କ ଠାରୁ ୪୯ ଲକ୍ଷ ୨୦ ହଜାର ଟଙ୍କା ଠକି ନେଇଛି । ଏମିତିକି ଶିକ୍ଷିତ ଯୁବକ ଯୁବତୀଙ୍କୁ ଦେଇଛି ନକଲି ନିଯୁକ୍ତି ପତ୍ର । ଅଭିଯୋଗ ପରେ ରାଉରକେଲା ଛେଣ୍ଡ ପୋଲିସ ହାତରେ ଧରା ପଡିଛି ଠକ । ପୋଲିସ ଜବତ କରିଛି ରେଳବାଇ ବିଭାଗର ନକଲି ନିଯୁକ୍ତି ପତ୍ର ସହ ଅନେକ କମ୍ପାନୀର ନକଲି ନିଯୁକ୍ତି ପତ୍ର ସହ ଦୁଇ ମୋବାଇଲ ।

ଠକ ସନ୍ତୋଷ ସାହୁର ଆଉ କେଉଁ ମାନଙ୍କ ସହ ସଂପୃକ୍ତି ରହିଛି, ଏହା ସହ ପୂର୍ବରୁ ଆଉ କେତେ ଜଣଙ୍କ ଠାରୁ କେତେ ଟଙ୍କା ଠକି ନେଇଛି ତଦନ୍ତ କରୁଛି ରାଉରକେଲା ପୋଲିସ ।