ପୁରୀ ୪।୭: ରଥଯାତ୍ରା ଦଳାଚକଟା ନେଇ ପ୍ରତିକ୍ରିୟା ରଖିଛନ୍ତି ଉନ୍ନୟନ କମିଶନର ତଥା ପୁରୀ ଅଘଟଣ ତଦନ୍ତକାରୀ ଅଧିକାରୀ ଅନୁ ଗର୍ଗ ।ଉନ୍ନୟନ କମିଶନର କହିଛନ୍ତି, ଜନସାଧାରଣଙ୍କ ନିକଟରେ ଦଳାଚକଟା ସମୟର ଯାହା ଭିଡିଓ କି ତଥ୍ୟ ଅଛି ତାହା ଆମକୁ ପ୍ରଦାନ କରନ୍ତୁ । ଅନେକ ଲୋକ ଦଳାଚକଟା ସମୟରେ ଭିଡିଓ କରିଥିଲେ । ଯାହାକି ତଦନ୍ତରେ ସହଯୋଗ କରିବ । ନୂଆ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛି । କିଛି ଲୋକଙ୍କୁ ପଚରାଉଚରା କରିଛି । ଆଗକୁ ଆହୁରି ଯିବି ବୋଲି ସେ କହିଛନ୍ତି ।
ତଦନ୍ତକୁ ନେଇ ଏବେଠୁ କିଛି କହିବା ଅପରିପକ୍ୱ ହେବ । ଭିଡିଓ ଥିଲେ [email protected] ମେଲ୍ ଆଇଡିରେ ଭକ୍ତମାନେ ପଠାଇ ପାରିବେ । ନିଜେ ଭେଟି ତଥ୍ୟ ଦେବାକୁ ଚାହୁଁଥିଲେ ରାଜ୍ୟ ଅତିଥି ଭବନ ଭୁବନେଶ୍ବର ଓ ପୁରୀ ସ୍ବତନ୍ତ୍ର ସର୍କିଟ ହାଉସ୍ରେ ଅପରାହ୍ନ ୩ଟା ପରେ ଦେଇପାରିବେ ବୋଲି ଅନୁ ଗର୍ଗ କହିଛନ୍ତି ।
You Can Read:
ବାହୁଡ଼ା ଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ, ୪ଟାରେ ହେବ ରଥ ଟଣା