LIVE TV

ଦୁବାଇ ଏୟାର ଶୋ’ରେ ତେଜସ୍ ଲଢ଼ୁଆ ବିମାନ କ୍ରାସ୍‌

NEWS7
another-low-presser-may-be-in-bayy-of-bengal

ନୂଆଦିଲ୍ଲୀ: ଏୟାର ଶୋ’ରେ କ୍ରାସ ହେଲା ତେଜସ୍ ବିମାନ । ଖବର ସରବରାହ ସଂସ୍ଥା ଏପିର ରିପୋର୍ଟ ଅନୁଯାୟୀ, ଦୁବାଇ ଏୟାର ଶୋ’ରେ ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥିବା ଏକ ତେଜସ୍ ବିମାନ ଶୁକ୍ରବାର ଅପରାହ୍ନରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ସ୍ଥାନୀୟ ସମୟ ପ୍ରାୟ ଅପରାହ୍ନ ୨.୧୦ ସମୟରେ ଆକାଶ ମାର୍ଗରେ ପ୍ରଦର୍ଶନ କରୁଥିବା ସମୟରେ ଏଚଏଏଲ ନିର୍ମିତ ତେଜସ୍ ବିମାନଟି ଖସି ପଡ଼ିଛି। ଏହି ଏୟାର ଶୋ’ ଦେଖିବା ଲାଗି ପ୍ରବଳ ଜନସମାଗମ ହୋଇଥିଲା  ।

ଦୁର୍ଘଟଣାସ୍ଥଳରୁ ଘନ କଳା ଧୂଆଁ ଉଠିଥିଲା । ଏହି ଦୁର୍ଘଟଣା ପରେ ଦର୍ଶକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଏୟାର ଶୋ’ ଦେଖିବାକୁ ପରିବାର ସହ ପିଲାମାନେ ମଧ୍ୟ ଆସିଥିଲେ । ଦୁର୍ଘଟଣା ପୂର୍ବରୁ ପାଇଲଟ୍ ବିମାନରୁ ବାହାରକୁ ବାହାରି ପାରିଥିଲେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଉଦ୍ଧାରକାରୀ ଦଳଗୁଡ଼ିକ ଘଟଣାସ୍ଥଳକୁ ପହଞ୍ଚିଛନ୍ତି । ସେପଟେ ଘଟଣା ସଂପର୍କରେ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଅଧିକ ସୂଚନା ମିଳିପାରି ନାହି।