ଚାଲିଗଲା ଆଉ ଜଣେ ପରୀକ୍ଷାର୍ଥୀଙ୍କ ଜୀବନ, ହୋମଗାର୍ଡ ପଦବୀ ପାଇଁ ଶାରୀରିକ ପରୀକ୍ଷାବେଳେ ହୋଇଥିଲେ ଅସୁସ୍ଥ

Published By : Prameya-News7 Bureau | May 29, 2025 IST

ଗଜପତି: ଶାରୀରିକ ଦକ୍ଷତା ପରୀକ୍ଷା ସମୟରେ ଅସୁସ୍ଥ ହୋଇପଡ଼ିଥିବା ଆଉ ଜଣେ ପରୀକ୍ଷାର୍ଥୀଙ୍କ ଜୀବନ। ମୃତକ ହେଲେ ରାୟଗଡ଼ା ବ୍ଲକ ନାରାୟଣପୁର ଗ୍ରାମର ଦୀପକ ପାଡାଲା। ଗୁରୁବାର ହୋମଗାର୍ଡ ପଦବୀ ପାଇଁ ଶାରୀରିକ ଦକ୍ଷତା ପରୀକ୍ଷାବେଳେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଚିକିତ୍ସା ପରେ ଗୁରୁତର ହେବାରୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା। ହେଲେ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ, ଗୁରୁବାର ଦୀପକଙ୍କ ପୂର୍ବରୁ ଆଉ ଜଣେ ପରୀକ୍ଷାର୍ଥୀ ସୁଲନ୍ତ ମିଶାଲଙ୍କ ମଧ୍ୟ ମୃତ୍ୟୁ ଘଟିଛି। ସେ ମଧ୍ୟ ଶାରୀରିକ ପରୀକ୍ଷା ସମୟରେ ଅସୁସ୍ଥ ହୋଇପଡ଼ିଥିଲେ। ସୁଲନ୍ତଙ୍କ ଘର ରାମଗିରି ଥାନା ଅନ୍ତର୍ଗତ ପରିସଲ ଗ୍ରାମରେ। ରାଣିପେଣ୍ଠ ଠାରୁ ପଦ୍ମପୁର ଦୁଇ କିମି ରାସ୍ତାରେ ସକାଳୁ ଦୌଡ଼ ପରୀକ୍ଷା ହୋଇଥିଲା। ଦୌଡ଼ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ। କିନ୍ତୁ ହଠାତ୍ ତଳେ ପଡ଼ିଯାଇ ସେ ଗୁରୁତର ହୋଇପଡ଼ିଥିଲେ । ତାଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲେବି ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଆହୁରି ମଧ୍ୟ ହୋମଗାର୍ଡ ଶାରୀରିକ ପରୀକ୍ଷା ସମୟରେ ଆଉ ୬ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ସେମାନଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେପଟେ ଘଟଣାରେ ଦୁଃଖ ପ୍ରକାଶ କରିବା ସହ, ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.