ଭିଜିଲାନ୍ସ ହାବୁଡ଼ରେ ଆଉ ଜଣେ ସହକାରୀ ଯନ୍ତ୍ରୀ, ଝରକାରେ ଟଙ୍କା ଭର୍ତ୍ତି ବ୍ୟାଗ୍ ଫିଙ୍ଗି ଧରାପଡ଼ିଗଲେ

Published By : Prameya-News7 Bureau | July 30, 2025 IST

ଭୁବନେଶ୍ବର ୩୦।୭: ଭିଜିଲାନ୍ସ ପଞ୍ଝାରେ ପଡିଛନ୍ତି ଆଉ ଜଣେ ସହକାରୀ ଯନ୍ତ୍ରୀ । ଭୁବନେଶ୍ବର R&B ଡିଭିଜନ୍‌-୩ର ସହକାରୀ ଯନ୍ତ୍ରୀ ଅଶୋକ କୁମାର ପଣ୍ଡା ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି । ଭିଜିଲାନ୍ସ ଭୟରେ ନଗଦ ଟଙ୍କା ଓ ଅନ୍ୟାନ୍ୟ ଜିନିଷ ଭର୍ତ୍ତି ବ୍ୟାଗ୍‌ ଫିଙ୍ଗି ଧରାପଡିଯାଇଛନ୍ତି ଯନ୍ତ୍ରୀ ବାବୁ । 

ଭିଜିଲାନ୍ସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ସହକାରୀ ଯନ୍ତ୍ରୀ ରାଜକିଶୋର ଜେନାଙ୍କ ଘରେ ଚଢାଉ କରିଥିଲା ଭିଜିଲାନ୍ସ ଟିମ୍ । ରାଜକିଶୋରଙ୍କ ସମ୍ପତ୍ତିରେ ଅଶୋକଙ୍କର ମିଳିତ ମାଲିକାନା ସାମ୍ନାକୁ ଆସିବାରୁ ତାଙ୍କ ଘରେ ଭିଜିଲାନ୍ସ ଟିମ୍ ପହଞ୍ଚିଥିଲା । ଭିଜିଲାନ୍ସକୁ ଦେଖି ଅଶୋକ ଘର ବାହାରୁ ତାଲା ପକାଇ ଭିତରେ ରହିଯାଇଥିଲେ । ତାଙ୍କ ମୋବାଇଲ୍ ସ୍ବିଚ୍ ଅଫ୍‌ ଥିବାରୁ ଯୋଗାଯୋଗ ସମ୍ଭବ ହୋଇ ନ ଥିଲା । ଆଉ ଯେତେବେଳେ ଭିଜିଲାନ୍ସ ଘର ସିଲ୍‌ କରିବାକୁ ବାହାରିଥିଲା ସେତେବେଳେ କିଛି ଉପାୟ ନପାଇ ଭିଜିଲାନ୍ସ ନିକଟରେ ଯନ୍ତ୍ରୀ ଅଶୋକ ପଣ୍ଡା ହାଜର ହୋଇଥିଲେ । 

ଭିଜିଲାନ୍ସ ଭୟରେ ଅଶୋକ ବ୍ୟାଗ୍‌ଟିକୁ ବାହାରକୁ ଫିଙ୍ଗି ଦେଇଥିଲେ । ବ୍ୟାଗ୍‌ଟି ଝରକାରେ ଲାଗି ଯାଇଥିଲା । ସେହି ବ୍ୟାଗ୍‌ଟି ଭିଜିଲାନ୍ସ ନଜରକୁ ଆସିଥିଲା । ବ୍ୟାଗ୍‌ରେ ୧ ଲକ୍ଷ ଟଙ୍କା, ସୁନା, ରୁପା, ଅରିଜନାଲ ROR, ଆଇଫୋନ୍‌ ଥିବା ଦେଖିବାକୁ ମିଳିଥିଲା । ଏହାପରେ ବୁଧବାର ଭିଜିଲାନ୍ସ ବିଭାଗ ପକ୍ଷରୁ ସହକାରୀ ଯନ୍ତ୍ରୀ ଅଶୋକ ପଣ୍ଡାଙ୍କର ଏକାଧିକ ସ୍ଥାନରେ ଚଢାଉ କରାଯାଇଛି । 

ସହକାରୀ ଯନ୍ତ୍ରୀଙ୍କର ଉତ୍କଳ କନିକା ଗ୍ୟାଲେରିଆରେ ୨ଟି ଆଉଟ୍‌ଲେଟ୍, ସିମ୍ଫୋନି ମଲ୍‌ରେ ଗୋଟିଏ ଆଉଟ୍‌ଲେଟ୍ ରହିଛି । ଭୁବନେଶ୍ବର ସୋମନାଥ ନଗରରେ ଚାରି ମହଲାର ଘର, ଡୁମଡୁମାରେ ତିନି ମହଲା ଘର, କସମୋପଲିସ୍‌ରେ ଗୋଟିଏ ଫ୍ଲାଟ୍ ରହିଛି । ଗୋଟିଏ କାର୍ ଥିବାବେଳେ ପୋଷ୍ଟାଲରେ ତିନୋଟି ଆକାଉଣ୍ଟରେ ୧୭,୦୦,୦୦୦ ଟଙ୍କା ରହିଛି । 

You Can Read:

ରାଜ୍ୟର ସବୁ ଅଙ୍ଗନବାଡ଼ିର ନିଜସ୍ୱ ଘର ନିର୍ମାଣ ହେବ, ଅଧିକ ସଶକ୍ତ କରିବାକୁ ସରକାର ଆଣିଲେ ସ୍ୱତନ୍ତ୍ର ଆପ୍

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.