LIVE TV

ରାଜ୍ୟରେ ଗୁରୁବାର ଡିସଚାର୍ଜ ହେଲେ ୧୩୫ କରୋନା ଆକ୍ରାନ୍ତ

NEWS7

ଭୁବନେଶ୍ବର୧୦/୦୩ : ରାଜ୍ୟରେ ଗୋଟିଏ ପଟେ ଦୈନିକ କୋଭିଡ୍‌ ସଂକ୍ରମଣ ଗ୍ରାଫ୍‌ ଧିରେଧିରେ ଖସୁଥିବା ବେଳେ ସୁସ୍ଥ ହାର ବୃଦ୍ଧିପାଉଛି। ଗୁରୁବାର ରାଜ୍ୟରେ ୧୩୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଓଡିଶାରେ ଏ ଯାଏଁ ମୋଟ ୧୨ ଲକ୍ଷ ୭୬ ହଜାର ୨୮୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି । ଏ ନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଜପତି ଏବଂ ସୁନ୍ଦରଗଡରୁ ସର୍ବାଧିକ ୧୬ ଜଣ ସୁସ୍ଥ ହୋଇଛନ୍ତି ।

wp:embed {"url":"https://twitter.com/HFWOdisha/status/1501894020749922304","type":"rich","providerNameSlug":"twitter","responsive":true}
https://twitter.com/HFWOdisha/status/1501894020749922304
/wp:embed