ନୂଆଦିଲ୍ଲୀ ୦୫/୦୧: ଆଉ ରାଜପଥରେ ଗଲେ ଛିଡା ହେବାକୁ ପଡିବନି ଘଣ୍ଟା ଘଣ୍ଟା । ଦେବାକୁ ପଡିବନି ବାରମ୍ୱାର ଟଙ୍କା । ସବୁ ଝଞ୍ଜଟରୁ ମିଳିବ ମୁକ୍ତି । କେନ୍ଦ୍ର ସଡ଼କ ଓ ପରିବହନ ବିଭାଗ ନୂଆ ନିଷ୍ପତ୍ତିରେ ଗାଡ଼ି ଚାଳକଙ୍କୁ ମିଳିବ ଆଶ୍ବସ୍ତି । ନିୟମ ଅନୁସାରେ, ଏଣିକି ଥରେ ଟଙ୍କା ଦେଲେ ବର୍ଷସାରା ଆପଣଙ୍କୁ ଟୋଲଗେଟ୍ରେ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଅର୍ଥାତ୍ ଫ୍ରିରେ ଯାତ୍ରା କରିପାରିବେ ଆପଣ ।
ସୂଚନା ଥାଉକି, ପରିବହନ ବ୍ୟବସ୍ଥା ସୁଦୃଢ କରିବା ଲାଗି ଲଗାତର ଚେଷ୍ଟା କରୁଛନ୍ତି କେନ୍ଦ୍ର ସରକାର । ଏହି ଯୋଜନା ଆଧାରରେ ଖୁବଶୀଘ୍ର କେନ୍ଦ୍ର ସରକାର ବାର୍ଷିକ ଓ ଲାଇଫ୍ ଟାଇମ୍ ଟୋଲ ପାସ୍ ବ୍ୟବସ୍ଥା ଆଣିବାକୁ ଯାଉଛନ୍ତି । ପ୍ରସ୍ତାବ ଅନୁସାରେ, ଯାତ୍ରୀ ମାତ୍ର ୩ ହଜାର ଟଙ୍କା ଦେଇ ବାର୍ଷିକ ପାସ୍ କିଣିପାରିବେ । ଯେଉଁ ପାସ୍ ଦେଖାଇ ଯାତ୍ରୀମାନେ ପୁରା ବର୍ଷ ଜାତୀୟ ରାଜପଥରେ ଆରାମରେ ଯାତ୍ରା କରିପାରିବେ । ଠିକ୍ ସେମିତି, ୧୫ ବର୍ଷିୟା ଲାଇଫ୍ ଟାଇମ୍ ପାସ କରିବାକୁ ହେଲେ ଦେବାକୁ ପଡ଼ିବ ୩୦ ହଜାର ଟଙ୍କା ।
କୁହାଯାଉଛି କି, ଏହି ନିର୍ଦ୍ଦେଶନାମା ଜାରି ହେଲେ ଟୋଲଗେଟ୍ ଦେଇ ଯାଉଥିବା ଯାତ୍ରୀ ଆରାମରେ ଯାତ୍ରା କରିବେ ଏବଂ ଘଣ୍ଟା ଘଣ୍ଟା ଜାମ୍ ବି ହେବନି । ରାସ୍ତାରେ ଯିବା ବେଳେ କେମିତି ସହଜରେ ଯାତ୍ରା କରିବେ ଯାତ୍ରୀ ସେନେଇ କେନ୍ଦ୍ର ପରିବହନ ବିଭାଗ ଅନେକ ପ୍ରସ୍ତାବ ଉପରେ ଆଲୋଚନା କରୁଛନ୍ତି ।
ନୂଆ ଟୋଲ୍ ନିୟମ ନେଇ ମନ୍ତ୍ରଣାଳୟ ବିଚାରବିମର୍ଶ ଚଲାଇଛି । ଖାଲି ଏତିକି ନୁହେଁ ଏବେ କିଲୋମିଟର ପିଛା ଯେତିକି ଟଙ୍କା ଆଦାୟ ହେଉଛି ତାହାକୁ କମାଇବାକୁ ଚେଷ୍ଟା କରାଯାଉଛି । ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏହି ନୂଆ ବ୍ୟବସ୍ଥା ଆପଣାଇବାକୁ ହେଲେ କୌଣସି ନୂଆ ପାସ୍ କରିବାକୁ ପଡ଼ିବ ନାହିଁ । କାରଣ ଫାସ୍ଟ୍ୟାଗ୍ ସହ ଏହାକୁ ଲିଙ୍କ କରାଯିବ ।
alos read...
ବିବାହ ଋତୁରେ ଚମକିଲା ହଳଦିଆ ଧାତୁ, ଦର ୮୫ ହଜାର ପାର୍