LIVE TV

ପୁଲିସର ଏଣ୍ଟ୍ରି ରୋକିବା ପାଇଁ ରୋହିତ କବାଟ-ଝରକାରେ ଲଗାଇ ଥିଲେ ସେନସର, ସିସିଟିଭିରେ ବି କରିଥିଲେ ଏପଟସେପଟ

NEWS7
annu-kapoor-health-update

ମୁମ୍ୱାଇ - ପୱଇ ସ୍ଥିତ ଆରଏ ଷ୍ଟୁଡିଓରେ ୧୭ ଜଣ ପିଲା ଏବଂ ଦୁଇଜଣ ବୟସ୍କ ବ୍ୟକ୍ତିଙ୍କୁ ପଣବନ୍ଦୀ କରି ଖିଥିବା ରୋହିତ ଆର୍ଯ୍ୟ , ଖୁବ୍‌ ସୁନିଶ୍ଚିତ ଭାବେ ଯୋଜନା ପ୍ରସ୍ତୃତ କରିଥିଲେନିଜକୁ ସୁରକ୍ଷା ଦେବା ପାଇଁ ଲୋକଙ୍କ ଯାତାୟାତ ଓ ଗତିବିଧିକୁ ଜାଣିବା ପାଇଁ ଝରକା ଓ କବାଟରେ ସେନ୍ସର ଲଗାଇ ଥିଲେ। ଏହା ବ୍ୟତୀତ ସେ ସିସିଟିଭି କ୍ୟାମେରାଗୁଡ଼ିକୁ ମଧ୍ୟ ଗୋଟିଏ ଦିଗରେ ଘୂରାଇ ଦେଇ ଥିଲେ, ଆଜି (ଶୁକ୍ରବାର) ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି।

ମୁମ୍ବାଇ ପୋଲିସ ଦ୍ବାରା ପଣବନ୍ଦୀମାନଙ୍କୁ ମୁକ୍ତ କରିବା ପାଇଁ ଆରମ୍ଭ ହୋଇଥିବା ଉଦ୍ଧାର କାର୍ଯ୍ୟ ସମୟରେ ରୋହିତ ଆର୍ଯ୍ୟଙ୍କ ମୃତ୍ୟୁ ହୋଇଥିଲା। ରୋହିତ ଆର୍ଯ୍ୟ (୫୦) ୧୦ ରୁ ୧୨ ବର୍ଷ ବୟସର ପୁଅ- ଝିଅଙ୍କୁ ପଣବନ୍ଦୀ କରିଥିଲେ, ଯେଉଁମାନେ ତାଙ୍କ ନିମନ୍ତ୍ରଣରେ ଏକ ୱେବ୍‌ ସିରିଜ୍ ପାଇଁ ଅଡିସନ୍ ପାଇଁ ଆସି ଥିଲେ। ତିନି ଘଣ୍ଟା ଧରି ପଣବନ୍ଦୀ ଡ୍ରାମା ପରେ ପୋଲିସ ପିଲାମାନଙ୍କୁ ଉଦ୍ଧାର କରିଥିଲାଅପରେସନ୍ ସମୟରେ ଗୁଳି ବାଜିବାରୁ ଆର୍ଯ୍ୟଙ୍କ ମୃତ୍ୟୁ ହୋଇଥିଲା

ଅଧିକାରୀଙ୍କ କହିବାନୁସାରେ – ପୋଲିସକୁ ଘର ଭିତରକୁ ଯିବାରେ ରୋକିବା ପାଇଁ ସେ ସମସ୍ତ ଦ୍ବାର ଏବଂ ଝରକାରେ ମୋସନ ଡିଟେକ୍ସନ ସେନ୍ସର ଲଗାଇ ଥିଲେ ସେ ସମସ୍ତ ସିସିଟିଭି କ୍ୟାମେରାକୁ ଗୋଟିଏ ଦିଗକୁ ବୁଲାଇ ଦେଇଥିଲେ। ଯାହା ଦ୍ବାରା ସେମାନେ କିଛି ଜାଣି ପାରିବେ ନାହିଁଯେତେବେଳେ ଏକ ପୋଲିସ ଟିମ୍‌ ବନ୍ଧକମାନଙ୍କୁ ମୁକ୍ତ କରିବା ପାଇଁ ବାଥରୁମ୍‌ ଦେଇ ଘଟଣାସ୍ଥଳକୁ ପ୍ରବେଶ କଲେ, ସେମାନେ ସେନ୍ସରଗୁଡ଼ିକୁ ଦେଖି ପାରିଥିଲେ

ପୋଲିସ ଅଧିକାରୀଙ୍କ ମୁତାବିକ , ଆର୍ଯ୍ୟ ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ଆରଏ ଷ୍ଟୁଡିଓକୁ ଆସିଥିଲେ ଏବଂ ପ୍ରାୟ ଏକ ଘଣ୍ଟା ପରେ ହଲକୁ ତାଲା ପକାଇ ପିଲାମାନଙ୍କୁ ବନ୍ଧକ ରଖିଥିଲେଅଧିକାରୀ ଜଣଙ୍କ କହିଛନ୍ତି ଯେ ,କିଛି ପିଲା ହଲର ଝରକାରୁ ଚିତ୍କାର କରି ସାହାଯ୍ୟ ପାଇଁ ଇଙ୍ଗିତ କରୁଥିବା ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲାସେ କହିଛନ୍ତି ଯେ ବରିଷ୍ଠ ପୋଲିସ ଅଧିକାରୀ ଏବଂ ଆର୍ଯ୍ୟଙ୍କ ମଧ୍ଯରେ ଦୁଇ ଘଣ୍ଟା ଧରି ଆଲୋଚନା ଜାରି ରହିଥିଲା, କିନ୍ତୁ ଅଭିଯୁକ୍ତ ରାଜି ହୋଇ ନଥିଲା, ଏହା ପରେ ଘଟଣାସ୍ଥଳକୁ ଡକାଯାଇଥିବା ଅଗ୍ନିଶମ ବାହିନୀ ଦଳ ବାଥରୁମର ଝରକା ଭାଙ୍ଗି ଥିଲେ।

ଅଧିକାରୀ କହିଛନ୍ତି ଯେ ,ତିନି ଜଣ ପୋଲିସ କର୍ମଚାରୀ ଏକ ଭଙ୍ଗା ଝରକା ମଧ୍ୟଦେଇ ହଲ୍ ଭିତରକୁ ପ୍ରବେଶ କରିଥିଲେ, ଏହା ପରେ ଆର୍ଯ୍ୟ ସେମାନଙ୍କ ଆଡ଼କୁ ଏକ ଏୟାରଗନ୍ ଦେଖାଇ ଗୁଳି ଚଳାଇ ଥିଲେ I ସେ କହିଛନ୍ତି ଯେ , ଜଣେ ଇନ୍ସପେକ୍ଟର ଆତ୍ମରକ୍ଷା ପାଇଁ ଚଳାଇ ଥିବା ଗୁଳିରେ ଆର୍ଯ୍ୟଙ୍କ ଛାତିରେ ଗୁଳି ବାଜି ଥିଲାI ଏହାପରେ ତାଙ୍କର ମୃତ୍ୟୁ ହୋଇଥିଲା। ଅଧିକାରୀଙ୍କ କହିବାନୁସାରେ - ପୋଲିସ ଟିମ୍‌ ଘଟଣାସ୍ଥଳରୁ ଏୟାରଗନ୍, ପେଟ୍ରୋଲ, ଜ୍ବଳନଶୀଳ ରବର ଦ୍ରବଣ ଏବଂ ଏକ ଲାଇଟର ଜବତ କରିଥିଲେ

ଭାରତୀୟ ଦଣ୍ଡ ସଂହିତା ଅନୁଯାୟୀ ହତ୍ୟା ଉଦ୍ୟମ, ଅପହରଣ , ନିଆଁ କିମ୍ବା ଦହନଶୀଳ ପଦାର୍ଥ ସହିତ ଜଡିତ ଏ ଅବହେଳା ଓ ଅନ୍ୟ ଅପରାଧ ପାଇଁ ମାମଲା ରୁଜୁ କରାଯାଇଛି I ତଦନ୍ତ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯିବା ସହ ଉଦ୍ଧାର ସାମଗ୍ରୀଗୁଡ଼ିକୁ ଫୋରେନସିକ୍ ପରୀକ୍ଷା ପାଇଁ ପଠାଯାଇ ଥିବା ଅଧିକାରୀ କହିଛନ୍ତି। ​​​​​​​