LIVE TV

'ବିସିସିଆଇ ହାତେ ମୋର ଭବିଷ୍ୟତ'....ଦକ୍ଷିଣ ଆଫ୍ରିକାଠାରୁ ଟିମ୍ ହାରିବା ପରେ ଅଟଳ ଗୌତମ

NEWS7
ankita-lokhande-and-her-boy-friend-video-viral

ନୂଆଦିଲ୍ଲୀ ୨୬/୧୧: ନିରାଶ କଲା ଭାରତ । ନିଜ ମାଟିରେ ହାରିଗଲା ଟିମ୍ ଇଣ୍ଡିଆ । ଘରୋଇ ମାଟିରେ ଟିମ ଇଣ୍ଡିଆର ଲଜ୍ଜାଜନକ ପରାଜୟ । ୨୫ବର୍ଷ ପରେ ଭାରତକୁ ହରାଇଲା ଦକ୍ଷିଣ ଆଫ୍ରିକା । ଗୌହାଟୀରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ ଚମତ୍କାର ପ୍ରଦର୍ଶନ କରି ଭାରତକୁ ୪୦୮ରନ୍ରେ ପରାସ୍ତ କଲା ବଭୂମା ବାହିନୀ । ରନ ଦୃଷ୍ଟିରୁ ଏହାର ସବୁଠାରୁ ବଡ଼ ଟେଷ୍ଟ ପରାଜୟ । ଏହି ପରାଜୟ ଫଳରେ ଭାରତ ୦-୨ ଘରୋଇ ସିରିଜରେ କ୍ଲିନ୍ ସୁଇପ୍ କରିଥିଲା ।

୨୫ ବର୍ଷ ପରେ ଘରୋଇ ସିରିଜରେ ପ୍ରଥମ ସିରିଜ ପରାଜୟ ହୋଇଥିଲା । ଗତବର୍ଷ ନ୍ୟୁଜିଲାଣ୍ଡ ବିପକ୍ଷରେ ୦-୩ ପରାଜୟ ପରେ ଏହା ଭାରତର ଦ୍ୱିତୀୟ ଘରୋଇ ସିରିଜ୍ ପରାଜୟ ଥିଲା । ତେବେ ଏହି ପରାଜୟ ପରେ କୋଚ୍‌ଙ୍କ ଭୂମିକା ନେଇ ଉଠିଛି ପ୍ରଶ୍ନବାଚୀ । ମୁଖ୍ୟ ପ୍ରଶିକ୍ଷକ ଭାବରେ ଗୌତମ ଗମ୍ଭୀରଙ୍କ ଦକ୍ଷତା ନେଇ ଅନେକ ସମାଲୋଚନା ।ବୁଧବାର (୨୬ ନଭେମ୍ବର) ଦିନ ଆଫ୍ରିକା ଦଳ ବିପକ୍ଷରେ ପରାଜୟ ପରେ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଅତ୍ୟନ୍ତ ନିରାଶ ଦେଖାଯାଉଥିଲେ ।

ସେ କହିଥିଲେ ଯେ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜରେ କ୍ଲିନ୍ ସୁଇପ୍ ପରେ ତଥାପି ସେ ନିଜ ଜିଦ୍ରେ ଅଟଳ ଅଛନ୍ତି । ସେ କହିଛନ୍ତି ମୁଁ କୋଚ୍ ପଦ୍ ଛାଡିବିନି । ବିସିସିଆଇକୁ ତାଙ୍କ ଭବିଷ୍ୟତ ନିଷ୍ପତ୍ତି ନେବାକୁ ପଡିବ । ଏହା କହିଥିଲେ ସତ, ତଥାପି ସେ ଏହା ମଧ୍ୟ ମନେ ପକାଇ ଦେଇଥିଲେ ଯେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଦଳ ଅନେକ ବଡ଼ ସଫଳତା ହାସଲ କରିଛି।ଗୌହାଟୀରେ ୪୦୮ ରନର ଦମଦାର ପରାଜୟ ପରେ ଗମ୍ଭୀର ଗଣମାଧ୍ୟମ ସହ କଥା ହେଉଥିଲେ । ଗମ୍ଭୀର କହିଥିଲେ, "ବିସିସିଆଇ ମୋର ଭବିଷ୍ୟତ ନିଷ୍ପତ୍ତି ନେବ ।

କିନ୍ତୁ ମୁଁ ସେହି ବ୍ୟକ୍ତି ଯିଏ ଇଂଲଣ୍ଡରେ ତୁମକୁ ଭଲ ରେଜଲ୍ଟ ଦେଇଥିଲା । ଚାମ୍ପିଅନ୍ସ ଟ୍ରଫି ଜିତାଇଥିଲା । ଗମ୍ଭୀର ଚଳିତ ବର୍ଷ ଇଂଲଣ୍ଡରେ ୨-୨ ସିରିଜ ଡ୍ର ଏବଂ ଚାମ୍ପିଅନ୍ସ ଟ୍ରଫି ଟାଇଟଲ ବିଷୟରେ କହୁଥିଲେ । ସେ ସ୍ୱୀକାର କରିଛନ୍ତି, "ସମସ୍ତେ ଦାୟୀ, ଓ ଏହା ମୋ ଠାରୁ ଆରମ୍ଭ ହୁଏ । ଆମକୁ ଭଲ ଖେଳିବାକୁ ପଡିବ । ୯୫/୧ ରୁ ୧୨୨/୭ ପର୍ଯ୍ୟନ୍ତ ଯିବା ଗ୍ରହଣୀୟ ନୁହେଁ । ଆପଣ କୌଣସି ଖେଳାଳି କିମ୍ବା ସଟ୍ କୁ ଦୋଷ ଦେଇପାରିବେ ନାହିଁ । ସମସ୍ତେ ଦୋଷୀ। ମୁଁ କେବେ ବ୍ୟକ୍ତିଗତ ଭାବରେ କାହାକୁ ଦୋଷ ଦେଇନାହିଁ । ଭବିଷ୍ୟତରେ ମଧ୍ୟ ଦେବି ନାହିଁ।

ଗମ୍ଭୀରଙ୍କ କାର୍ଯ୍ୟକାଳରେ, ଭାରତ ୧୮ ଟେଷ୍ଟ ମ୍ୟାଚ୍ ମଧ୍ୟରୁ ୧୦ଟି ପରାସ୍ତ ହୋଇଛି । ଯେଉଁଥିରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଘରୋଇ ଭୂମିରେ ଦୁଇଟି କ୍ଲିନ୍ ସୁଇପ୍ ଓ ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପରାଜୟ ଅନ୍ତର୍ଭୁକ୍ତ । ଗୌହାଟୀରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପରାଜୟ ଭାରତର ରନରେ ସବୁଠାରୁ ବଡ଼ ଟେଷ୍ଟ ପରାଜୟ ଥିଲା। ସମ୍ପ୍ରତି, ଗମ୍ଭୀର ଦଳରେ ବାରମ୍ବାର ପରିବର୍ତ୍ତନ କରିବା ଓ ଅଭିଜ୍ଞ ଖେଳାଳିଙ୍କ ଅପେକ୍ଷା ଟେଷ୍ଟ କ୍ରିକେଟରେ ଅଧିକ ଅଲରାଉଣ୍ଡରଙ୍କୁ ଗୁରୁତ୍ୱ ଦେବା ପାଇଁ ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି। ଅପେକ୍ଷା ବିସିସିଆଇ କଣ ନେବ ନିଷ୍ପତ୍ତି ।