ଲୋକେ ଛୁଇଁଲେ ରାଗି ଯାଉଥିଲେ ମେସି, ସରକାର ନେଇଗଲେ ୧୧ କୋଟି ଟଙ୍କା ଟ୍ୟାକ୍ସ : ଆହୁରି ଭୟଙ୍କର ଖୁଲାସା କଲେ ଅର୍ଗାନାଇଜର

NEWS7
anjali-swain-elected-ganjam-jilla-parisad

କୋଲକାତା, ୨୧/୧୨: ଭାରତ ଗସ୍ତ ମେସିଙ୍କୁ ଭଲ ଲାଗିଲା । କିନ୍ତୁ କୋଲକାତାରେ ସେ ରାଗି ଯାଇଥିଲେ । ୮୯ କୋଟି ଟଙ୍କା ନେଇଥିଲେ ମଧ୍ୟ ତାଙ୍କୁ କେହି ସ୍ପର୍ଶ କରୁ ବୋଲି ସେ ଚାହିଁନଥିଲେ । ଏପରି କିଛି ସାଙ୍ଘାତିକ ତଥ୍ୟର ଖୁଲାରା କରିଛନ୍ତି ଲିଓନେଲ ମେସିଙ୍କ ଗସ୍ତ କାର୍ଯ୍ୟକ୍ରମ ବୁଝୁଥିବା ସଂସ୍ଥାର ଅର୍ଗନାଇଜର୍ ଶତାଦ୍ରୁ ଦତ୍ତ ।

ଏସଆଇଟିର ସୂତ୍ରାନୁସାରେ, କୋଲକାତା ସଲ୍ଟ ଲେକ୍ ଷ୍ଟାଡିୟମରେ ମେସି ଖୁସି ନଥିଲେ । ମନଇଚ୍ଛା ଲୋକ ଆସି ତାଙ୍କୁ ଆଲିଙ୍ଗନ କରୁଥିଲେ । ଏନେଇ ପୂର୍ବରୁ ସୂଚନା ଦିଆଯାଇଥିଲା । ମେସିଙ୍କ ପାଖରେ ଥିବା ବିଦେଶୀ ସୁରକ୍ଷା ଅଧିକାରୀ କଡା ନଜର ରଖୁଥିଲେ । କିନ୍ତୁ ତଥାପି ତ୍ରୁଟି ପରିଲକ୍ଷିତ ହୋଇଥିଲା ।

ତଦନ୍ତରେ ଶତାଦ୍ରୁ କହିଛନ୍ତି ଯେ, ଲୋକଙ୍କୁ ଶାନ୍ତ ରହିବାକୁ କୁହାଯାଇଥିଲା । କିନ୍ତୁ କୌଣସି ପ୍ରଭାବ ପଡିନଥିଲା । ଯେପରି ଭାବେ ମେସିଙ୍କୁ ଅନେକ ନେତା, ପୋଲିସ ଘେରି ରହିଥିଲେ ତାହା ଗ୍ରହଣନୀୟ ନୁହେଁ । ପଶ୍ଚିମବଙ୍ଗର କ୍ରୀଡାମନ୍ତ୍ରୀ ଅରୁପ ବିଶ୍ୱାସ ମେସିଙ୍କ ପାଖେ ପାଖେ ରହୁଥିବା ଦେଖିବାକୁ ମିଳିଥିଲା । ଅନେକ ସମୟରେ ସେ ମେସିଙ୍କ ଅଣ୍ଟାକୁ ଧରି ଫଟୋ ଉଠାଉଥିଲେ । ଯାହାର ଫଟୋ ଭାଇରାଲ ହୋଇଥିଲା । ଏପରିକି ସେ ତାଙ୍କ ପରିବାର ଲୋକଙ୍କ ମେସିଙ୍କ ନିକଟକୁ ନେଇ ଆସିଥିଲେ ।

ସେ ଆହୁରି କହିଛନ୍ତି ଯେ, ପ୍ରଥମେ ୧୫୦ଟି ଗ୍ରାଉଣ୍ଡ୍ ପାସ୍ ଜାରି କରାଯାଇଥିଲା । ପରେ ଏହା ୫୦୦ ପାଖାପାଖି ପହଁଚିଥିଲା । ମେସି ଷ୍ଟାଡିୟମରେ ପହଁଚିବା ପରେ ସବୁ କାର୍ଯ୍ୟକ୍ରମ ବ୍ୟାଘାତ ହୋଇଥିଲା । ଯାହାକୁ ନିଜେ ଶତାଦ୍ରୁ ନିୟନ୍ତ୍ରଣ କରିପାରିନଥିଲେ । ଏହାସହ ସେ ମେସିଙ୍କ ଆର୍ଥିକ ନେଣଦେଣ ବାବଦରେ ମଧ୍ୟ ସୂଚନା ଦେଇଛନ୍ତି ।

ଗିରଫ ହୋଇଥିବା ଶତାଦ୍ରୁ କହିଛନ୍ତି ଯେ, ମେସିଙ୍କୁ ୮୯ କୋଟି ଟଙ୍କା ପ୍ରଦାନ କରାଯାଇଥିଲା । ଏହାମଧ୍ୟରୁ ୧୧ କୋଟି ଭାରତ ସରକାର ଟ୍ୟାକ୍ସ ଆକାରରେ ନେଇଛନ୍ତି । ପ୍ରାୟ ୧୦୦ କୋଟି ଟଙ୍କା କାର୍ଯ୍ୟକ୍ରମରେ ଖର୍ଚ୍ଚ ହୋଇଛି । ଏହାମଧ୍ୟରୁ ୩୦ ପ୍ରତିଶତ ବିଭିନ୍ନ ପ୍ରଯୋଜନା ସଂସ୍ଥା ପ୍ରଦାନ କରିଥିଲେ । ଅନ୍ୟ ୩୦ ପ୍ରତିଶତ ଟିକେଟ୍ ଆକାରରେ ସଂଗ୍ରହ କରାଯାଇଥିଲା । ଏହାସହ ପୋଲିସ ଶତାଦ୍ରୁଙ୍କ ଆକାଉଣ୍ଟରେ ଥିବା ୨୦ କୋଟି ଟଙ୍କାକୁ ଫ୍ରିଜ୍ କରିଦେଇଛି । ଏହାସହ ତାଙ୍କ ଘରୁ ପୋଲିସ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି । ଯାହାକୁ କୋଲକାତା ଏବଂ ହାଇଦ୍ରାବାଦ କାର୍ଯ୍ୟକ୍ରମର ଟିକେଟରୁ ଆୟ ହୋଇଥିଲା ।

ସୂଚନାଯୋଗ୍ୟ, କୋଲକାତା ଷ୍ଚାଡିୟମରେ ଭଙ୍ଗାରୁଜା ପରେ ପଶ୍ଚିମବଙ୍ଗ ସରକାର ଆଇପିଏସ ଅଧିକାରୀ ପିୟୁଷ ପାଣ୍ଡେଙ୍କ ନେତୃତ୍ୱରେ ଏକ ଏସଆଇଟି ଟିମ୍ ଗଠନ କରିଥିଲେ । ମେସିଙ୍କ କାର୍ଯ୍ୟକ୍ରମରେ ଘଟିଥିବା ଅପ୍ରୀତିକର ପରିସ୍ଥିତି ବାବଦରେ ଏସଆଇଟି ତଦନ୍ତ ଜାରି ରଖିଛି ।