ରାଜ୍ୟସଭା ନିର୍ବାଚନ: ୯ ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି

NEWS7
andhra-pradesh-government-reached-the-supreme-court-in-the-matter-of-making-amaravati-the-capital

ନୂଆଦିଲ୍ଲୀ: ରାଜ୍ୟସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟୀ (ବିଜେପି) ୯ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଏହା ସହ ଦଳ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କୁ ମଧ୍ୟ ମଇଦାନକୁ ଓହ୍ଲାଇଛି । ବିଜେପି, ବିହାରରୁ ନିତିନ ଏବଂ ଶିବେଶ ରାମଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି। ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବା ଶେଷ ତାରିଖ ମାର୍ଚ୍ଚ ୬ ରହିଥିବା ବେଳେ ମାର୍ଚ୍ଚ ୧୫ରେ ଭୋଟିଂ ହେବ। ଆଉ ସେହି ଦିନ ହିଁ ଭୋଟ ଗଣତି ହେବ।

ମଙ୍ଗଳବାର ୬ ରାଜ୍ୟର ୯ ରାଜ୍ୟସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି । ଅବଶ୍ୟ ଦଳ ଏପର୍ଯ୍ୟନ୍ତ ମହାରାଷ୍ଟ୍ର ଆଶାୟୀଙ୍କ ନାଁ ଘୋଷଣା କରିନାହିଁ। ଦଳ ହରିୟାଣାରୁ ସଞ୍ଜୟ ଭାଟିଆଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି। ସେହିଭଳି ପଶ୍ଚିମବଙ୍ଗରୁ ରାହୁଲ ସିହ୍ନାଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି। ଛତିଶଗଡ଼ରୁ ଲକ୍ଷ୍ମୀ ବର୍ମା, ଓଡ଼ିଶାରୁ ବିଜେପି ଅଧ୍ୟକ୍ଷ ମନମୋହନ ସାମଲ ଏବଂ ସୁଜିତ କୁମାରଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି। ଆସାମରୁ ତରାଶ ଗୋଓ୍ବାଲା ଏବଂ ଜଗନମୋହନଙ୍କୁ ପ୍ରାର୍ଥୀ କରାଯାଇଛି।

 

ବିହାର କଥା କହିଲେ ଏଠାରେ ରାଜ୍ୟସଭା ନିର୍ବାଚନ ୨୦୨୬କୁ ନେଇ ରାଜନୀତି ସରଗରମ ରହିଛି। ବିହାରରୁ ଯେଉଁ ୫ ରାଜ୍ୟସଭା ସଦସ୍ୟଙ୍କ କାର୍ଯ୍ୟକାଳ ଏପ୍ରିଲରେ ଶେଷ ହେଉଛି। ସେଥିରେ ଉପସଭାପତି ହରିବଂଶ ନାରାୟଣ ସିଂହ, ପ୍ରେମଚନ୍ଦ୍ର ଗୁପ୍ତା, କେନ୍ଦ୍ରୀୟ ମନ୍ତ୍ରୀ ରାମନାଥ ଠାକୁର, ଅମରେନ୍ଦ୍ର ଧାରୀ ସିଂହ ଏବଂ ଉପେନ୍ଦ୍ର କୁଶଓ୍ବାହା ରହିଛନ୍ତି। ହରିବଂଶ ନାରାୟଣ ସିଂହ ଏବଂ ରାମନାଥ ଠାକୁର ଜେଡିୟୁରୁ, ପ୍ରେମଚନ୍ଦ୍ର ଗୁପ୍ତା ଏବଂ ଅମରେନ୍ଦ୍ର ଧାରୀ ସିଂହ ଆରଜେଡିର ଏବଂ ଉପେନ୍ଦ୍ର କୁଶଓ୍ବାହା ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚାର ପ୍ରତିନିଧି ଅଛନ୍ତି।

ତେବେ ୨୦୨୫ ବିଧାନସଭା ନିର୍ବାଚନରେ ନିର୍ବାଚିତ ବିଧାୟକଙ୍କ ସଂଖ୍ୟା ଦେଖିଲେ ୫ ସିଟ୍ରୁ ୪ ସିଟ୍ ଏନଡିଏ ଖାତାକୁ ଯିବା ନିଶ୍ଚିତ। ତେବେ ୫ମ ସିଟ୍ ପାଇଁ ଏନଡିଏକୁ ଅତିରିକ୍ତ ତିନି ଜଣ ବିଧାୟକଙ୍କ ସମର୍ଥନ ଦରକାର ହେବ। ହେଲେ ବର୍ତ୍ତମାନ ଦୁଇ ସିଟ୍ ଜେଡିୟୁ ନିକଟରେ ରହିଛି। ଦୁଇ ସିଟ୍‌ରେ ବିଜେପି ନିଜ ଆଶାୟୀ ଓହ୍ଲାଇଛି। ତେଣୁ ବଳକା ୫ମ ସିଟ୍ ପାଇଁ ରାଜନୈତିକ ଚର୍ଚ୍ଚା ଲାଗି ରହିଛି।