ବେଆଇନ ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ପ୍ରାଣ ହରାଇଲେ ୮ ଶ୍ରମିକ, ଅନେକ ଆହତ

Published By : Prameya-News7 Bureau | April 13, 2025 IST

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଅନକାପଲ୍ଲୀ ଜିଲ୍ଲାରେ ଅଭାବନୀୟ ଘଟଣା । ଏକ ବେଆଇନ ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ହୋଇଛି । ଏଥିରେ ୮ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁରୁ ଆୟତ୍ତ କରିବା ସହିତ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି  । ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । 

ସୂଚନା ଅନୁଯାୟୀ, ରବିବାର ଅନକାପଲ୍ଲୀ ଜିଲ୍ଲାର କୋଟାବୁରାଟଲା ଗାଁରେ ବେଆଇନ ଭାବେ ଏକ ବାଣ ଫ୍ୟାକ୍ଟ୍ରି ଚାଲୁଥିଲା । ରବିବାର ୩୦ରୁ ଅଧିକ ଶ୍ରମିକ କାମ କରୁଥିବା ବେଳେ ଅଚାନକ ବାରୁଦ ଗଦାରେ ନିଆଁ ଲାଗିଯାଇଥିଲା । ଏହାପରେ ଭୟଙ୍କର ବିସ୍ଫୋରଣ ହେବା ସହିତ ପୂରା ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଇଥିଲା । ଏହି ବ୍ଲାଷ୍ଟରେ ୬ଜଣ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ଜଣ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ।

ଜଣେ ପୋଲିସ ଅଧିକାରୀଙ୍କ ସୂଚନା ମୁତାବକ, ବେଆଇନ ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ବେଳେ ୩୦ରୁ ଅଧିକ ଶ୍ରମିକ କାମ କରୁଥିଲେ । ସୂଚନା ମିଳିବା କ୍ଷଣି ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ୨୦ଜଣ ଶ୍ରମିକଙ୍କୁ ରେସକ୍ୟୁ କରିଛନ୍ତି । ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଦୁର୍ଘଟଣାକୁ ନେଇ ମର୍ମାହତ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ । ସେ ମୃତକଙ୍କ ପରିବାର ସମବେଦନା ଜଣାଇବା ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ସେପଟେ ଅନ୍ଧ୍ର ପ୍ରଦେଶ ଗୃହମନ୍ତ୍ରୀ ପୂରା ଘଟଣା ଉପରେ ନଜର ରଖିଛନ୍ତି । ଆହତଙ୍କୁ ହସ୍ପିଟାଲରେ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ପୂର୍ବରୁ ମଧ୍ୟପ୍ରଦେଶ ଓ ଗୁଜରାଟରେ ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା ସାମ୍ନାକୁ ଆସିଥିଲା ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.