ସମ୍ ହସ୍ପିଟାଲର ନୂଆ ରେକର୍ଡ, ବିରଳ ଅସ୍ତ୍ରୋପଚାର ହେଲା ସଫଳ

NEWS7
andhra-farmer-turns-millionaire-earns-rs-4-crore-in-45-days-by-selling-tomatoes

ଭୁବନେଶ୍ୱର ୧୭।୦୧ : ସମ ହସ୍ପିଟାଲକୁ ମିଳିଲା ଆଉ ଏକ ସଫଳତା । ENT ବିଭାଗ ପକ୍ଷରୁ ଏକ ଜଟିଳ ଅସ୍ତ୍ରୋପଚାର ସଫଳତା ସହ କରିଥିବାରୁ ଲୋକଲୋଚନକୁ ଆସିଛି ସମ ହସ୍ପିଟାଲ। ଜଣେ ରୋଗୀର ସ୍ୱାସ୍ ନଳୀରେ ବ୍ଳକେଜ ଥିବାରୁ ବ୍ଳକେଜକୁ ବାହାର କରି ସ୍ୱାସ୍ ନଳୀର ସଫଳ ଅସ୍ତ୍ରୋପଚାର କରିଛି ସମ୍ ମେଡିକାଲର ENT ବିଭାଗ।

ସମ ENT ବିଭାଗର ଡାକ୍ତରଙ୍କୁ ମିଳିଛି ଆଉ ଏକ ସଫଳତା। ଜଣେ ୨୬ ବର୍ଷୀୟ ରୋଗୀର ସ୍ୱାସ୍ ନଳୀର ଅସ୍ତ୍ରୋପଚାର କରି ଲୋକଲୋଚନକୁ ଆସିଛି ENT ବିଭାଗ । ଏହି ରୋଗୀଙ୍କର ନିଶ୍ୱାସ ନେବାରେ ଅସୁବିଧା ହେଉଥିବାରୁ ତାଙ୍କୁ ସମ୍ରେ ଭର୍ତ୍ତି କରାଯାଇଛି । ରୋଗୀଙ୍କ ସ୍ୱାସ୍ ନଳୀ ସଙ୍କୁଚିତ ହେଉଥିବାରୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା । ତାଙ୍କ ସ୍ୱାସ୍ ନଳୀରେ ବ୍ଳକେଜ ଥିବାରୁ ସେ ବ୍ଳକେଜକୁ ବାହାର କରି ସ୍ୱାସ୍ ନଳୀକୁ ସିଲେଇ କରି ରୋଗୀକୁ ସମ୍ପୂର୍ଣ ସୁସ୍ଥ କରିପାରିଛନ୍ତି ENT ବିଭାଗ ଡାକ୍ତର ଓ ଟିମ । ଏପରି ସମସ୍ୟା ୧୦ ହଜାର ଆଇସିୟୁ ରୋଗୀଙ୍କ ମଧ୍ୟରେ ଜଣକୁ ହେଉଥିବାରୁ ଏହା ବିରଳ ଓ ଜଟିଳ ଅସ୍ତ୍ରୋପଚାର ବୋଲି ଡାକ୍ତର କହିଛନ୍ତି । ଏହି ରୋଗୀ ଜଣଙ୍କ ଏକ ଘରୋଇ ହସ୍ପିଟାଲରେ ଦେଢ଼ ମାସ କାଳ ଆଇସିୟୁରେ ରହିଥିଲେ। ସେଠାରୁ ଡିସ୍ଚାର୍ଜ ହେବା ପରେ ବି ତାଙ୍କର ସ୍ୱାସ୍ ନେବାରେ ସମସ୍ୟା ହେଉଥିଲା। ଏହାପରେ ତାଙ୍କୁ ସମରେ ଭର୍ତ୍ତି କରାଯାଇଥିଲା ।

ତେବେ ଏହି ରୋଗ କେବଳ ଆଇସିୟୁ ବା ଭେଣ୍ଟିଲେଟରରେ ରହୁଥିବା ରୋଗୀଙ୍କର ହୋଇଥାଏ । ଏହା ହେଉଛି ଭେଣ୍ଟିଲେଟର ସାଇଡ଼ ଇଫେକ୍ଟ । ଯଦି କଣସି କାରଣ ବଶତଃ ଭେଣ୍ଟିଲେଟର ପାଇପ ୧୦ ଦିନ ପରେ ନବଦଳା ଯାଏ । ତେବେ ଏମିତି ସମସ୍ୟା ଦେଖା ହୁଏ ବୋଲି ଡାକ୍ତର କହିଛନ୍ତି । ରୋଗୀ ଜଣକ ମୟୁରଭଞ୍ଜ ଅଞ୍ଚଳର। ଜୋରଡାରେ ତାଙ୍କର ଏକ ସଡ଼କ ଦୁର୍ଘଟଣା ହୋଇଥିବାରୁ ସେ କୋମାରେ ରହିଥିଲେ । ସେବେ ଠାରୁ ସେ ଜାମସେଦପୁରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇଛନ୍ତି। ସୁସ୍ଥ ହେବା ପରେ ତାଙ୍କର ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା ଦେଖା ଗଲା। ଏହା ପରେ ସମରେ ତାଙ୍କ ଚିକିତ୍ସା ହେବା ସହ ଗତ ୧୪ ତାରିଖରେ ଏକ ଅସ୍ତ୍ରୋପଚାର କରାଗଲା । ଏହି ଅସ୍ତ୍ରୋପଚାର ଯୋଗୁ ରୋଗୀଙ୍କ ଗଳାରେ ଟିବ୍ୟୁ ଲଗାଯାଇଛି। ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଡାକ୍ତର କହିଛନ୍ତି । ଏହି ଜଟିଳ ଅସ୍ତ୍ରୋପଚାରରେ ରୋଗୀର ଜୀବନ ଯିବା ସମ୍ଭାବନା ବେଶ ଅଧିକ । କାରଣ ଅଳ୍ପ ସମୟ ଭିତରେ ସ୍ୱାସ୍ ନଳୀ କୁ ଅନ୍ୟ ଟ୍ୟୁବ ସହ ଯୋଡିବାର ଆଵଶ୍ୟକତା ରହିଛି। ତେଣୁ ଏହି ଅସ୍ତ୍ରୋପଚାର କରି ରୋଗୀକୁ ନୂତନ ଜୀବନ ଦେଇଛନ୍ତି ସମ ହସ୍ପିଟାଲ ENT ବିଭାଗ । ସମ ପକ୍ଷରୁ ହୋଇଥିବା ଚିକିତ୍ସା ଓ ଅସ୍ତ୍ରୋପଚାର ପାଇଁ ରୋଗୀ ସୁସ୍ଥ ଥିବା ଡାକ୍ତରଙ୍କୁ ଧନ୍ୟବାଦ ଦେଇଛନ୍ତି ରୋଗୀଙ୍କ ସମ୍ପର୍କୀୟ।

ସମ ହସ୍ପିଟାଲର ଅତ୍ୟାଧୁନିକ ଉପକରଣ ଓ ଉତ୍କୃଷ୍ଟ ଡାକ୍ତର ଓ ଅନ୍ୟାନ୍ୟ ଟିମ ଯୋଗୁଁ ଅନେକ ବିରଳ ଓ ଜଟିଳ ଅସ୍ତ୍ରୋପଚାରରେ ସଫଳତା ମିଳୁଛି। ଏହି ଅସ୍ତ୍ରୋପଚାର ENT ବିଭାଗର ୨ୟ ସଫଳ ଅସ୍ତ୍ରୋପଚାର। ୨ ବର୍ଷ ତଳେ ମଧ୍ୟ ଆଉ ଏକ ରୋଗୀଙ୍କ ସମାନ ଅସ୍ତ୍ରୋପଚାର କରି ସଫଳତା ହାସଲ କରିଛି ସମ ହସ୍ପିଟାଲ।