LIVE TV
LIVE TV

ଟ୍ରାକରେ ଚାଲିଥିଲା କାମ, ହଠାତ ଆସିଗଲା ଟ୍ରେନ୍ : ୧୧ ଶ୍ରମିକ ମୃତ

NEWS7
amitabh-bachchan-share-photo-his-relaxing-time-navya-naveli-nanda-impressed

ବେଜିଂ, ୨୭/୧୧: ଟ୍ରାକରେ କାମ କରୁଥିଲେ ଶ୍ରମିକ । ମାଡିଗଲା ଟ୍ରେନ୍ । ଘଟଣାସ୍ଥଳରେ ହିଁ ଚାଲିଗଲା ୧୧ ଜୀବନ । ଏମିତି କିଛି ଘଟଣା ଘଟିଛି ଚାଇନାରେ । ଏଠାରେ ରେଳ ଟ୍ରାକ୍ ଉପରେ କାମ କରୁଥିବା କିଛି ଶ୍ରମିକଙ୍କ ଉପରେ ଟ୍ରେନ୍ ମାଡିଯାଇଛି ।

ରିପୋର୍ଟ ଅନୁସାରେ, ଚାଇନାର ୟୁନାନ ପ୍ରାନ୍ତରେ ରେଳବାଇର କିଛି କାମ ଚାଲିଥିଲା । ଏଠାରେ ଥିବା କୁନମିଙ୍ଗ୍ ରେଓ୍ୱେ ଷ୍ଟେସନ ପାଖରେ ଅଘଟଣ ଘଟିଛି । ଶ୍ରମିକମାନଙ୍କୁ ଟ୍ରାକରେ ଭୂମିକମ୍ପ ନିରୋଧୀ ସରଞ୍ଜାମ ଲଗାଇବା ପାଇଁ ଦାୟିତ୍ୱ ଦିଆଯାଇଥିଲା । ସେମାନେ ଟ୍ରାକରେ ସରଞ୍ଜାମକୁ ଯାଞ୍ଚ କରୁଥିବା ବେଳେ ଏକ ଟ୍ରେନ୍ ଆସିଯାଇଥିଲା । କମ୍ ସମୟରେ ଶ୍ରମିକମାନେ ଟ୍ରାକରୁ ବାହାରକୁ ବାହାରି ପାରିନଥିଲେ । ଫଳରେ ୧୩ ଜଣଙ୍କ ଉପରେ ଟ୍ରେନ୍ ଚଢିଯାଇଥିଲା ।

ଅଘଟଣ ପରେ ଘଟଣାସ୍ଥଳରେ ହିଁ ୧୧ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି । ଏହାସହ ୨ ଜଣ ଗୁରୁତର ହୋଇ ପଡିଛନ୍ତି । ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ତେବେ ଘଟଣାର ତଦନ୍ତ ଆରମ୍ଭ ହୋଇଛି । କୁନମିଙ୍ଗ୍ ଷ୍ଟେସନ କର୍ତ୍ତୃପକ୍ଷ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।