ଅଭାବନୀୟ ! ନିଜ ଜନ୍ମ କଲା ୨ ଶିଶୁ କନ୍ୟାଙ୍କୁ କୂଆଁରେ ପକାଇ ହତ୍ୟା କଲା ମାଆ

NEWS7
amitabh abhishek bought 10 flats

କୁଚିଣ୍ଡା: ପିଶାଚିନୀ ସାଜିଲା ମାଆ ! ନିଜ ଜନ୍ମ କଲା ୨ ଶିଶୁ କନ୍ୟାଙ୍କୁ କୂଅରେ ପକାଇ ହତ୍ୟା କରିବା ପରେ ଘଟଣାସ୍ଥଳରୁ ହୋଇଗଲା ଫେରାର। ଏପରି ଏକ ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଜରାବଗା ପଞ୍ଚାୟତ ଅନ୍ତର୍ଗତ ସର୍ଗିଡିହି ଗ୍ରାମରେ। ସର୍ଗିଡିହି ଗ୍ରାମର ଜେମେସ ମାଡ଼କିଙ୍କ ୨ କନ୍ୟା ସନ୍ତାନଙ୍କ ହତ୍ୟା ଘଟଣା ଏବେ ସମସ୍ତଙ୍କୁ ଚକିତ କରିଦେଇଛି।

ସୂଚନା ଅନୁସାରେ, ଜେମେସଙ୍କ ପତ୍ନୀ ସଞ୍ଜୁ ମାଡ଼କି ଶୁକ୍ରବାର ଦୁଇ ଶିଶୁ କନ୍ୟାଙ୍କୁ ନେଇ କେଉଁ ଆଡ଼କୁ ଚାଲି ଯାଇଥିଲେ। ଆଉ କିଛି ସମୟ ପରେ ସେ ଘରକୁ ଏକୁଟିଆ ଫେରିଥିଲେ। ହେଲେ ପିଲା କୁଆଡ଼େ ଗଲେ ବୋଲି ପଚାରିଥିଲେ ଜେମେସ। ଯାହାର ଉତ୍ତର ସଞ୍ଜୁ, ପିଲା ଦୁହିଁଙ୍କୁ ଘର ପାଖ ଚାଷ ଜମିରେ ଥିବା କୁଆଁରେ ପକାଇ ଦେଇଥିବା କହି ସେଠାରେ ସେଠାରୁ ଦୌଡ଼ି ପଳାଇ ଥିଲେ।

ତେବେ ସଙ୍ଗେ ସଙ୍ଗେ ଜେମେସ କୂଅ ପାଖକୁ ଯାଇ ଗ୍ରାମବାସୀଙ୍କ ସହାୟତାରେ ଉଭୟ ଶିଶୁଙ୍କୁ ଉଦ୍ଧାର କରି ଗୋବିନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବଡ଼ କଥା ହେଲା, ମୃତ ଶିଶୁଙ୍କ ମଧ୍ୟରେ ଜଣକ ବୟସ ୬ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣକ ବୟସ ମାତ୍ର ଚାରି ମାସ। ତେବେ ଘଟଣା ସମ୍ପର୍କରେ ସୂଚନା ପାଇ ଗୋବିନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି। ମହୁଲପାଲି ପୋଲିସ ପହଞ୍ଚିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ। ସେପଟେ ଏହି ଲୋମହର୍ଷକ ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଘଟଣା ପରଠାରୁ ଅଭିଯୁକ୍ତ ମାଆ ଫେରାର ଥିବାବେଳେ ସେ ସାମାନ୍ୟ ମାନସିକ ବିକୃତ ଥିବା ତାଙ୍କ ପରିବାର ପକ୍ଷରୁ କୁହାଯାଇଛି।