ଗଣତନ୍ତ୍ରରେ ଜେଲରୁ ସରକାର ଚଳାଇବା କ'ଣ ଠିକ୍ ? ବିରୋଧୀଙ୍କୁ ଶାହାଙ୍କ କଡ଼ା ହମ୍‌ଲା

Published By : Prameya-News7 Bureau | August 25, 2025 IST

ନୂଆଦିଲ୍ଲୀ: ସଂସଦରେ ଆଗତ ସମ୍ବିଧାନ (୧୩୦ତମ ସଂଶୋଧନ) ବିଲ୍ ଉପରେ ଚାଲିଛି ବିବାଦ। ଏହା ଭିତରେ ବିରୋଧୀଙ୍କ ଉପରେ କଡ଼ା ହମଲା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ବିରୋଧୀ ଏହି ବିଲ୍‌କୁ ବିରୋଧ କରି ଗଣତନ୍ତ୍ରର ମର୍ଯ୍ୟାଦାକୁ ଆଘାତ ଦେଉଛନ୍ତି।ଜନସାଧାରଣ କହିବା ଉଚିତ ଯେ କୌଣସି ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ କିମ୍ବା ମନ୍ତ୍ରୀ ଜେଲ୍‌ରୁ ସରକାର ଚଳାଇପାରିବେ କି ନାହିଁ। ବିରୋଧୀଙ୍କୁ ତାତ୍ସଲ୍ୟ କରି କହିଛନ୍ତି ଯେ ସେ ଜେଲ୍‌ରୁ ସରକାର ଚଳାଇବାର ବିକଳ୍ପ ପାଇବାକୁ ଚାହାଁନ୍ତି।

ଅମିତ ଶାହ ଏକ ସାକ୍ଷାତକାରରେ କହିଛନ୍ତି, "ଆଜି ମଧ୍ୟ ସେମାନେ ଚେଷ୍ଟା କରୁଛନ୍ତି ଯେ ଯଦି ସେମାନେ କେବେ ଜେଲ୍‌ ଯାଆନ୍ତି, ତେବେ ସେମାନେ ସହଜରେ ଜେଲ୍‌ରୁ ହିଁ ସରକାର ଗଠନ କରିପାରିବେ। ଜେଲ୍‌କୁ ମୁଖ୍ୟମନ୍ତ୍ରୀ ଘର, ପ୍ରଧାନମନ୍ତ୍ରୀ ଘର କରାଯିବ। ଡିଜିପି, ମୁଖ୍ୟ ସଚିବ, କ୍ୟାବିନେଟ୍‌ ସଚିବ କିମ୍ବା ଗୃହ ସଚିବ ଜେଲ୍‌ରୁ ହିଁ ନିର୍ଦ୍ଦେଶ ନେବେ।" 

ସ୍ୱରାଷ୍ଟ୍ର ମନ୍ତ୍ରୀ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଗଣତନ୍ତ୍ରର ମର୍ଯ୍ୟାଦା ପାଇଁ ଏହି ବିଲ୍‌ର ବ୍ୟବସ୍ଥା ଆବଶ୍ୟକ। ତାଙ୍କ ଅନୁସାରେ, ଯଦି କୌଣସି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀ ଗୁରୁତର ଅଭିଯୋଗରେ ଗିରଫ ହୁଅନ୍ତି ଏବଂ ୩୦ ଦିନ ମଧ୍ୟରେ ଜାମିନ ନ ପାଆନ୍ତି, ତେବେ ତାଙ୍କୁ ପଦ ଛାଡିବାକୁ ପଡିବ। ଯଦି ସେମାନଙ୍କୁ ଜାମିନ ମିଳେ, ତେବେ ସେମାନେ ପୁଣି ଥରେ ଶପଥ ନେଇପାରିବେ ଏବଂ କାର୍ଯ୍ୟଭାର ଗ୍ରହଣ କରିପାରିବେ, କିନ୍ତୁ ଗଣତନ୍ତ୍ର ପାଇଁ ଜେଲରୁ ସରକାର ଚଳାଇବା କ'ଣ ଠିକ୍?"

ଅମିତ ଶାହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଏହି ବିଲରେ ପ୍ରଧାନମନ୍ତ୍ରୀ ପଦବୀକୁ ସାମିଲ କରିବାକୁ ଜିଦ୍ ଧରିଥିଲେ। ସେ ମନେ ପକାଇ ଦେଇଥିଲେ ଯେ ଇନ୍ଦିରା ଗାନ୍ଧୀ 39ତମ ସଂଶୋଧନରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ବାଚସ୍ପତିଙ୍କୁ ନ୍ୟାୟିକ ସମୀକ୍ଷାରୁ ବାହାରେ ରଖିଥିଲେ, କିନ୍ତୁ ମୋଦି ସରକାର ଏହାର ବିପରୀତ ପଦକ୍ଷେପ ନେଉଛନ୍ତି।

ସଂସଦରେ ବିଲ୍ ଆଗତ ହେବାକୁ ବିରୋଧୀ ବାଧା ଦେବା ଉପରେ ଶାହ କହିଛନ୍ତି, "ସଂସଦ କେବଳ ଶବ୍ଦ ପାଇଁ ନା ବିତର୍କ ପାଇଁ? ଆମେ ଅତୀତରେ ମଧ୍ୟ ପ୍ରତିବାଦ କରିଛୁ କିନ୍ତୁ ବିଲ୍ ଆଗତ ହେବାକୁ ନ ଦେବା ଏକ ଅଗଣତାନ୍ତ୍ରିକ ମାନସିକତା। ବିରୋଧୀଙ୍କୁ ଏହାର ଉତ୍ତର ଜନସାଧାରଣଙ୍କୁ ଦେବାକୁ ପଡିବ।"

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.