ନୂଆଦିଲ୍ଲୀ – ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ମଧ୍ୟରେ ଗୋଟିଏ ବିଲ୍କୁ ନେଇ ବିବାଦ ସାର୍ବଜନିକ। ଏହି ମଧ୍ୟରେ ରାଷ୍ଟ୍ରପତି ଟ୍ରମ୍ପ ଟେସ୍ଲା ସିଇଓଙ୍କୁ ଜଣେ ସ୍ମାର୍ଟ ବ୍ୟକ୍ତି ଭାବେ ଦର୍ଶାଇଛନ୍ତି। ଏକ ଇଣ୍ଟରଭ୍ୟୁରେ ଟ୍ରମ୍ପ କହିଛନ୍ତି ଯେ, ସେ ଜଣେ ସ୍ମାର୍ଟ ବ୍ୟକ୍ତି , କିନ୍ତୁ ବର୍ତ୍ତମାନ ସେ ଗୋଟିଏ ବିଲ୍କୁ ନେଇ କିଛି ମାତ୍ରାରେ ନିରାଶ , ଯାହା ଠିକ୍ ନୁହେଁ।
ଫକ୍ସ ନ୍ୟୁଜ୍ ସହ କଥାବାର୍ତ୍ତାରେ ଟ୍ରମ୍ପ କହିଛନ୍ତି , ତାଙ୍କର ଇସ୍ତଫା ଦେବା ପରେ ମୋର ମସ୍କଙ୍କ ସହ ଅଧିକ କଥାବାର୍ତ୍ତା ହୋଇନାହିଁ। କିନ୍ତୁ ମୋତେ ଲାଗୁଛି ଯେ , ସେ ଜଣେ ସ୍ମାର୍ଟ ବ୍ୟକ୍ତି। ସେ ମୋର ନିର୍ବାଚନ ପ୍ରଚାରରେ ମୋର ଖୁବ୍ ସହଯୋଗ କରି ଥିଲେ ...ମୋ ପାଇଁ ପ୍ରଚାର ମଧ୍ୟ କରିଥିଲେ ...ନିର୍ବାଚନ ଜିତିବା ପରେ ଆମେ ଏକାଠି କାମ ମଧ୍ୟ କରିଛୁ। ସେ ଚାହୁଁ ଥିଲେ ଯେ, ଇଲେକ୍ଟ୍ରିକ୍ ଗାଡ଼ି ଗୁଡ଼ିକ ଉପରେ ଟ୍ୟାକ୍ସ ହ୍ରାସ ବାତିଲ ନହେଉ।
ଆପଣଙ୍କୁ କହି ରଖୁଛୁ , ଆମେରିକାରେ ଟ୍ରମ୍ପଙ୍କ ପଦ ସମ୍ଭାଳିବା ପରେ ମସ୍କଙ୍କୁ ସରକାରଙ୍କ ଖର୍ଚ୍ଚ ହ୍ରାସ କରିବାର ଦାୟିତ୍ୱ ଦିଆଯାଇ ଥିଲା। କିନ୍ତୁ ନିଜର କାମ କରିବା ବେଳେ ଅନେକ ଥର ଏମିତି ହୋଇଛି ଯେ, ମସ୍କ ଓ ଟ୍ରମ୍ପ ସାମ୍ନା ସାମ୍ନା ହୋଇଛନ୍ତି। ବିବାଦପୂର୍ଣ୍ଣ ଏହି କାର୍ଯ୍ୟକାଳର ଅନ୍ତ ୨୮ ମେ’ରେ ହୋଇଥିଲା, ଯେତେବେଳେ ମସ୍କ ଡୋଗେ ପ୍ରମୁଖଙ୍କ ଭାବେ ନିଜ ପଦରୁ ଇସ୍ତଫା ଦେଇଥିଲେ। ଉଲ୍ଲେଖନୀୟ ଯେ, ଏହି ଦୁଇ ଜଣଙ୍କ ମଧ୍ୟରେ ନିରାଶର ପ୍ରକୃତ କାରଣ ଟ୍ରମ୍ପ ପ୍ରଶାସନ ଦ୍ୱାରା ଲଗାଯାଇ ଥିବା ଟ୍ୟାକ୍ସ ଓ ସ୍ପେଡିଂ ବିଲ୍। ମସ୍କ ଆରମ୍ଭରୁ ହିଁ ଏହି ବିଲ୍କୁ ସମାଲୋଚନା କରୁଛନ୍ତି, ଅନ୍ୟପଟେ ଟ୍ରମ୍ପ ଏହି ବିଲ୍କୁ ଏକ ବିଗ୍ ବ୍ୟୁଟିଫୁଲ୍ ବିଲ୍ କହୁଛନ୍ତି।
ମସ୍କଙ୍କ ଇସ୍ତଫା ପରେ ଉଭୟଙ୍କ ମଧ୍ୟରେ ଖୁବ୍ ଜୋରରେ ଯୁକ୍ତିତର୍କ ହୋଇଥିଲା, ଏହାପରେ ଉଭୟ ପରସ୍ପର ଉପରେ କାଦୁଅ ଫିଙ୍ଗିବା ଆରମ୍ଭ କରିଦେଇ ଥିଲେ, ଏହି ଲଢେଇ ଆହୁରି ଅଧିକ ମଇଳା ସେତେବେଳେ ହୋଇଗଲା , ଯେତେବେଳେ ମସ୍କ ଏପଷ୍ଟିନ୍ଙ୍କ ଫାଇଲରେ ଟ୍ରମ୍ପଙ୍କ ନାଁ ଥିବାର କଥା କହି ଦେଇଥିଲେ। ହେଲେ ପରେ ମସ୍କ ଏହାକୁ ନେଇ ସଫେଇ ଦେଇ ଥିଲେ ଏବଂ ପୋଷ୍ଟ ମଧ୍ୟ ଡିଲିଟ୍ କରି ଦେଇ ଥିଲେ। କିନ୍ତୁ ମସ୍କ ଓ ଟ୍ରମ୍ପଙ୍କ ମଧ୍ୟରେ ଅସନ୍ତୁଷ୍ଟତା କମି ନଥିଲା.. ନିକଟରେ ମସ୍କ ପୁଣି ଏହି ବିଲ୍କୁ ସଂପୂର୍ଣ୍ଣ ରୂପେ ପାଗଳପଣ ଓ ଦେଶ ପାଇଁ ବିନାଶକାରୀ ଦର୍ଶାଇ ଥିଲେ।