ଆମେରିକାର ଫିଲାଡେଫ୍ଲିୟାରେ ଫ୍ଲାଇଟ୍ କ୍ରାସ୍; ୬ଜଣ ପ୍ରାଣ ହରାଇଥିବା ଆଶଙ୍କା

Published By : Prameya-News7 Bureau | February 01, 2025 IST

ନୂଆଦିଲ୍ଲୀ: ଆମେରିକାରେ ପୁଣି ଏକ ଫ୍ଲାଇଟ୍ କ୍ରାସ୍ । ପେନସିଲ୍‌ଭାନିଆର ଫିଲାଡେଫ୍ଲିୟାରେ ଏହି ବିମାନ ଦୁର୍ଘଟଣା ହୋଇଛି । ଏକ ଛୋଟ ବିମାନ କ୍ରାସ୍ ହେବା ପରେ ନିଆଁ ଲାଗି ଯାଇଥିଲା । ଏଥିରେ ୬ଜଣ ଯାତ୍ରୀ ଯାତ୍ରା କରୁଥିଲେ । ତେବେ ସେମାନଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । 

ଫେଡରାଲ୍ ଆବିଏସନ ଆଡମିନିଷ୍ଟ୍ରାସନର ସୂଚନା ମୁତାବକ, ଶୁକ୍ରବାର ସଂଧ୍ୟାରେ ଏହି ବିମାନ ଦୁର୍ଘଟଣା ରୁସବେଲ୍ଟ ମାଲ୍ ନିକଟରେ ହୋଇଛି । କ୍ରାସ୍ ହୋଇଥିବା ଫ୍ଲାଇଟ୍ ଲିୟରଜେଟ୍-55ର ଏୟାରକ୍ରଫ୍ଟ ଥିଲା । ଟ୍ୟାକ୍ସି ବିମାନଟି ସ୍ପ୍ରିଂଫିଲ୍ଡ ବ୍ରିଂସନ ନ୍ୟାସନାଲ ଏୟାରପୋର୍ଟରୁ ଯାଉଥିଲା । ବିମାନ ଉଡ଼ାଣ ଭରିବାର ମାତ୍ର ୩୦ ସେକେଣ୍ଡ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସହରର କିଛି ବିଲ୍ଡିଂ ଉପରେ ପଡ଼ିବା ପରେ ତୁରନ୍ତ ଜଳିଯାଇଥିଲା । ଏଥିରେ ୬ଜଣ ଯାତ୍ରୀ ଯାତ୍ରା କରୁଥିଲେ । ତେବେ ସମସ୍ତଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଆମେରିକା ପରିବହନ ମନ୍ତ୍ରୀ ଶାନ୍ ଡଫି କହିଛନ୍ତି, ଫେଡରାଲ୍ ଆବିଏସନ ଆଡମିନିଷ୍ଟ୍ରାସନ ଏବଂ ନ୍ୟାସନାଲ ଟ୍ରାନ୍ସପେଟସନ ସେଫ୍ଟି ବୋର୍ଡ ମିଳିତ ଭାବେ ଏବି ବିମାନ ଦୁର୍ଘଟଣାର ଯାଞ୍ଚ କରୁଛନ୍ତି ।

ଏହା ପୂର୍ବରୁ ବୁଧବାର ଓ୍ବାଶିଂଟନ ସହରରେ ଏକ ବିମାନ ଦୁର୍ଘଟଣା ହୋଇଥିଲା । ରୋନାଲ୍ଡ ରିଗନ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ନିକଟରେ ଆମେରିକା ଏୟାରଲାଇନ୍ସର ଏକ ଫ୍ଲାଇଟ୍ ଏର ସେନା ହେଲିକପ୍ଟରକୁ ଧକ୍କା ଦେଇ ନଦୀରେ କ୍ରାସ୍ ହୋଇଯାଇଥିଲା । ଏଥିରେ ପ୍ରାୟ ୬୭ଜଣ ପ୍ରାଣ ହରାଇଥିଲା । ବର୍ତ୍ତମାନ ସୁଦ୍ଧା ୪୦ ମୃତଦେବ ଉଦ୍ଧାର କରାଯାଇଛି ।.. 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.