ରାୟ ଶୁଣାଇଲେ କୋର୍ଟ, ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲଦଣ୍ଡ ସହ ଜରିମାନା

NEWS7
america-man-open-emergency-gate-attack-on-flight-attendant

ବାରିପଦା ୨୯।୦୧ : ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଜେଲ ଦଣ୍ଡାଦେଶ ସହ ଜରିମାନା । ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଯୀଶୁନାଥ ହେମ୍ବ୍ରମ (୩୮)କୁ ୨୦ ବର୍ଷ ଜେଲଦଣ୍ଡ ସହ ୧୦ ହଜାର ଟଙ୍କାର ଜରିମାନା ଆଦେଶ ଦେଇଛନ୍ତି ବାରିପଦା ଆଡହକ୍ ଆଡିସନାଲ ଡିଷ୍ଟ୍ରିକ୍ଟ ଆଣ୍ଡ ସେସନ୍ସ ଜଜ୍ , ତଥା ପୋକସୋ ଆଇନ୍ ଅଧିନ ଫାଷ୍ଟ ଟ୍ରାକ୍ ସ୍ପେଶାଲ୍ କୋର୍ଟର ବିଚାରପତି ଏସ କେ ନାୟକ । ପୀଡିତାଙ୍କ ବୟାନ ଠାରୁ ଆରମ୍ଭ କରି ଆସାମୀ ବିରୋଧରେ ସମସ୍ତ ସାକ୍ଷ୍ୟ ପ୍ରମାଣ ଓ ପୁଲିସର ଚାର୍ଜସିଟ୍ ଅନୁଯାୟୀ ୩୪୧/୩୨୩/୩୭୬ ଆଇପିସି ସହିତ ପୋକସୋ ଆକ୍ଟର ଧାରା ଅନୁଯାୟୀ କୋର୍ଟ ଏହି ରାୟ ଶୁଣାଇଛନ୍ତି ।

ଖବର ଅନୁଯାୟୀ, ୨୦୨୨ ମସିହା ସେପ୍ଟେମ୍ବର ମାସ ୨ତାରିଖ ରାତି ୭ଟା ସମୟରେ ୬୩ ବର୍ଷୀୟ। ପୀଡିତା ଜଣକ ଘରକୁ ଫେରୁଥିଲେ । ଏହି ସମୟରେ ତିଳପୋଷି ମାହିରା ପୋଲ ନିକଟରେ ମହିଳାଙ୍କୁ ଏକୁଟିଆ ପାଇ ଆସାମୀ ଯୀଶୁନାଥ ହେମ୍ବ୍ରମ ତାଙ୍କୁ ଦୁଷ୍କର୍ମ କରିଥିଲା । କୌଣସି ମତେ ପୀଡିତା ଜଣକ ଖସି ଆସିବା ପରେ କିଶାନତାଣ୍ଡି ହସପିଟାଲରେ ପହଞ୍ଚି ନିଜର ଚିକିତ୍ସା କରାଇଥିଲେ। ପରେ ସେପ୍ଟେମ୍ବର ୯ ତାରିଖରେ ଚିତ୍ରଡା ଥାନାରେ ପହଞ୍ଚି ଆସାମୀ ବିରୋଧରେ ଲିଖିତ ଅଭିଯୋଗ କରିଥିଲା । ଅଭିଯୋଗ ପାଇ ପୋଲିସ ଆସାମୀକୁ ଗିରଫ କରିବା ସହିତ ତଦନ୍ତ କରି ଆସାମୀ ବିରୋଧରେ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲା । ତେବେ ମାନ୍ୟବର କୋର୍ଟ ସମସ୍ତ ସାକ୍ଷୀ ଓ ଆବଶ୍ୟକୀୟ ପ୍ରମାଣକୁ ଭିତ୍ତି କରି ଆସାମୀକୁ ବିରୋଧରେ ୨୦ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହିତ ୧୦ହଜାର ଟଙ୍କାର ଜରିମାନା ଦେବା ପାଇଁ ଆଦେଶ ଦେଇଛନ୍ତି । ତେବେ ଜରିମାନା ଅନାଦେୟ ହେଲେ ଆସାମୀକୁ ଅଧିକ ୬ ମାସ ଅଧିକ ସଶ୍ରମ କାରାଦଣ୍ଡ ଭୋଗିବାକୁ ବିଚାରପତି ତାଙ୍କର ରାୟରେ ପ୍ରକାଶ କରିଛନ୍ତି । ୩୭୬ (ଏ) ଧାରା ଅନୁଯାୟୀ କୋର୍ଟ ପୀଡିତାଙ୍କୁ ୨ ଲକ୍ଷ ଟଙ୍କା ଦେବା ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ଅର୍ଥ କୌଣସି ଜାତୀୟକରଣ ବ୍ୟାଙ୍କରେ ୫ ବର୍ଷ ପର୍ଯ୍ୟନ୍ତ ଜମା ରହିବ । ପରବର୍ତ୍ତୀ ସମୟରେ ଏହା ପୀଡିତାଙ୍କୁ ପ୍ରଦାନ କରାଯିବ ବୋଲି ନିର୍ଦ୍ଦେଶ ରହିଛି । ଏହି ମାମଲାକୁ ଓଡିଶା ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ମନୋରଞ୍ଜନ ପଟ୍ଟନାୟକ ପରିଚାଳନା କରୁଥିଲେ ।