ସଞ୍ଜୁ ସାମସନଙ୍କ ‘ରକେଟ୍’ ସଟ୍‌ରେ ଆହତ ହେଲେ ଅମ୍ପାୟାର ରୋହନ ପଣ୍ଡିତ, ଯନ୍ତ୍ରଣା ଯୋଗୁ ପଡ଼ିଗଲେ...

NEWS7
america warns pakistan

ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ୫ମ ଏବଂ ଅନ୍ତିମ ଟି୨୦ ମ୍ୟାଚରେ ଦେଖିବାକୁ ମିଳିଥିଲା ଏକ ଭିନ୍ନ ଦୃଶ୍ୟ। ମ୍ୟାଚର ପ୍ରଥମ ଇନିଙ୍ଗ୍ସରେ ସଞ୍ଜୁ ସାମସନଙ୍କ ଏକ ସଟ୍ରେ ଅମ୍ପାୟର ରୋହନ ପଣ୍ଡିତ ଆହତ ହୋଇ ତଳେ ପଡ଼ିଯାଇଥିଲେ। ଅବଶ୍ୟ ଫିଜିଓଙ୍କ ଚିକିତ୍ସା ପରେ ସେ ଠିକ୍ ହୋଇଥିଲେ। ତେବେ ଏହି ସମୟରେ ସଞ୍ଜୁ ସାମସନ ତାଙ୍କ ପାଖକୁ ଯାଇ ସ୍ବାସ୍ଥ୍ୟାବସ୍ଥା ପଚାରିଥିଲେ।

ପ୍ରକୃତରେ ଭାରତୀୟ ପାଳିରେ ସଞ୍ଜୁ ସାମସନ ୯ମ ଓଭରର ଚତୁର୍ଥ ବଲ୍କୁ ଖେଳିବା ସମୟରେ ବଲଟି ବୋଲର ଫରେରାଙ୍କ ହାତରେ ବାଜି ସିଧା ଅମ୍ପାୟରଙ୍କ ଡାହଣ ଗୋଡ଼ ଆଣ୍ଠୁରେ ବାଜିଥିଲା। ଅମ୍ପାୟାର ରୋହନ ପଣ୍ଡିତ ଏଥିରେ ଆହତ ହୋଇଥିଲେ। ଯନ୍ତ୍ରଣା କାରଣରୁ ସେ ଛିଡ଼ା ମଧ୍ୟ ହୋଇପାରୁନଥିଲେ। ଏହା ପରେ ଭାରତ ଏବଂ ଦକ୍ଷିଣ ଆଫ୍ରିକାର ଫିଜିଓ ତାଙ୍କର ଚିକିତ୍ସା କରିଥିଲେ। ଆଉ ଚିକିତ୍ସା ପରେ ସେ ପୁଣି ଅମ୍ପାୟାରିଂ ପାଇଁ ଛିଡ଼ା ହୋଇଥିଲେ।ତେବେ ଅମ୍ପାୟରଙ୍କ ଗୋଡ଼ରେ ବଲ୍ ଲାଗିବା ମାତ୍ରେ, ସଞ୍ଜୁ ସାମସନ ତୁରନ୍ତ ତାଙ୍କ ପାଖରେ ପହଞ୍ଚିଥିଲେ ଏବଂ ତାଙ୍କ ସ୍ଥିତି ଜାଣିବାକୁ ଚେଷ୍ଟା କରିଥିଲେ। ଫିଜିଓ ଅମ୍ପାୟାରଙ୍କୁ ଚିକିତ୍ସା କରିବା ପରେ ସେ ଅମ୍ପାୟରିଂ ପାଇଁ ଛିଡ଼ା ହୋଇଥିଲେ।

ସୂଚନାଯୋଗ୍ୟ, ଶୁକ୍ରବାର ପଞ୍ଚମ T20Iରେ ଭାରତ ଦକ୍ଷିଣ ଆଫ୍ରିକାକୁ ୩୦ ରନରେ ପରାସ୍ତ କରିଛି। ୨୩୨ ରନର ଟାର୍ଗେଟ ଦେଇ, ଭାରତ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସାଉଥ ଆଫ୍ରିକାକୁ ୮ ଓ୍ବିକେଟ ସହ ୨୦୧ ରନ୍ରେ ଅଟକାଇଛି। ଆଉ ଏହା ସହ ପାଞ୍ଚ ମ୍ୟାଚ୍ ବିଶିଷ୍ଟ T20I ସିରିଜକୁ ୩-୧ରେ ଜିତି ନେଇ ଇତିହାସ ରଚିଛି ଟିମ୍ ଇଣ୍ଡିଆ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଘରୋଇ ମାଟିରେ ଏହା ଭାରତର ପ୍ରଥମ T20I ସିରିଜ ବିଜୟ।