ଗୁଣୁପୁର ୧୨।୦୬ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରୋଗୀ ଛାଡ଼ି ଫେରିବା ବେଳେ ବୁଲାଣିରେ ଓଲଟି ପଡିଲା ଆମ୍ବୁଲାନ୍ସ । ଯେଉଁଥିରେ ତିନି ଜଣ ଆହତ ହୋଇଥିବା ଜଣାପଡିଛି । ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଦାଗୁଡ଼ି ନିକଟରେ ଏହି ଦୁର୍ଘଟଣା ଘଟିଛି ।
ଖବର ଅନୁଯାୟୀ, ଏକ ଆମ୍ବୁଲାନ୍ସ ବ୍ରହ୍ମପୁରରୁ ରୋଗୀ ଛାଡ଼ି ରାୟଗଡ଼ା ଆସୁଥିଲା । ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ପଦ୍ମପୁର ଥାନା ଦାଗୁଡ଼ି ନିକଟ ଘାଟିରେ ଆମ୍ବଲାନ୍ସଟି ବୁଲାଣିରେ ବୁଲୁଥିବା ବେଳେ ଭାରସାମ୍ୟ ହରାଇ ବସିଥିଲା । ଯାହାଫଳରେ ଗାଡ଼ିଟି ରୋଡ ତଳକୁ ଖସିପଡିଥିଲେ । ଏପିରିକି ଗାଡ଼ିଟି ୧୫ ଫୁଟ୍ ତଳକୁ ଖସିପଡିଛି । ତେବେ ଆମ୍ବୁଲାନ୍ସରେ ଡ୍ରାଇଭର ସମେତ ତିନି ଜଣ ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡିଛି । ସମସ୍ତଙ୍କୁ ସାମାନ୍ୟ ଆଘାତ ଲାଗିଥିବାରୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।