ଭୟଙ୍କର ଥିଲା ଆମେରିକାର ଏୟାରଷ୍ଟ୍ରାଇକ୍, ସାମ୍ନାକୁ ଆସିଲା ସାଟେଲାଇଟ୍ ଫଟୋ

NEWS7
amblance-driver-wife-alligation-against-senior-officer

ନୂଆଦିଲ୍ଲୀ, ୦୫/୦୧ : ଭେନେଜୁଏଲା ଉପରେ ଏୟାର ଷ୍ଟ୍ରାଇକ୍ କରିଛି ଆମେରିକା । ଏହାସହ ସେଠାକାର ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ତାଙ୍କ ପତ୍ନୀଙ୍କୁ ଉଠାଇ ଆଣିଛି । ତେବେ ଏହି ଆକ୍ରମଣ ଥିଲା ପୁରା ଗୋପନୀୟ । ରାତିର ଅନ୍ଧାରରେ ଡୋନାଲ୍ଡ ଟ୍ରମ୍ପଙ୍କ ଡେଲଟା ଫୋର୍ସ ଅପରେସନ କରିଥିଲା । ରାଜଧାନୀ କାରାକାସରେ ଉଭୟଙ୍କୁ ଧରି ଆମେରିକା ନେଇ ଆସିଥିଲା ।

ପୂର୍ବରୁ ଲଗାତାର ଭାବେ ଭେନେଜୁଏଲାରେ ଚାଲିଥିବା ନିଶା କାରବାର ବିରୋଧରେ ନଜର ରଖିଥିଲେ ଟ୍ରମ୍ପ୍ । ଏପରିକି କାରବ୍ୟାନ ସାଗରରେ ଆକ୍ରମଣ କରି ଅନେକ ଜାହାଜକୁ ଧ୍ୱଂସ କରିଥିଲେ । ଏହାପରେ ସେ ମାଦୁରୋଙ୍କ ବିରୋଧରେ ଆରମ୍ଭ କରିଥିଲେ ଷଡଯନ୍ତ୍ର । ୨୦୦୩ରେ ଇରାକ ଉପରେ ଆକ୍ରମଣର ୨୩ ବର୍ଷ ପରେ ଆମେରିକା ଏବେ ଭେନେଜୁଏଲା ଉପରେ ସମାନ ଢଙ୍ଗରେ ଆକ୍ରମଣ କରିଛି ।

ଆକ୍ରମଣକୁ ନେଇ ଟ୍ରମ୍ପ୍ କହିଛନ୍ତି ଯେ, ଅନ୍ଧାରରେ ୟୁଏସର ଅପେରସନ ହୋଇଥିଲା । ତେବେ କିପରି ଭାବେ ଏହା ସମ୍ଭବ ହେଲା ତାହା କହିବାକୁ ଟ୍ରମ୍ପ୍ ମନା କରିଦେଇଛନ୍ତି । ଆମେରିକା ସମସ୍ତ ଆଲୋକ ବନ୍ଦ କରିଦେଇଥିଲା । ବ୍ୟବସ୍ଥିତ ଢଙ୍ଗରେ ସବୁ କିଛି ହୋଇଥିଲା । ମେସିନ୍ ଗନ୍ ସାହାଯ୍ୟରେ ଅନ୍ଧାରରେ ଡେଲଟା ଫୋର୍ସ ମାଦୁରୋଙ୍କ ବାସଭବନରେ ଏଣ୍ଟ୍ରି କରିଥିଲେ । ଯାହାର ଏବେ ସାଟେଲାଇଟ୍ ଫଟୋ ସାମ୍ନାକୁ ଆସିଛି । ଆମେରିକାର ଏୟାରଷ୍ଟ୍ରାଇକ୍ ପୂର୍ବରୁ ଏବଂ ପରର ଫଟୋ ସମସ୍ତଙ୍କୁ ଚକିତ କରିଛି ।

ତଳେ ଥିବା ଫଟୋ ହେଉଛି ଏୟାର ଷ୍ଟ୍ରାଇକୂ ପୂର୍ବ ଦିନର । ଏଠାରେ ସବୁ କିଛି ଠିକ୍ ଥିଲା ।

ନିମ୍ନରେ ଦିଆଯାଇଥିବା ଫଟୋ ହେଉଛି ଏୟାର ଷ୍ଟ୍ରାଇକ୍ ପରର ଦୃଶ୍ୟ । ଏଥିରେ ସବୁ ଧୂଆଁ ଧୂଆଁ ଲାଗୁଛି । ଆମେରିକାର ବୋମା ମାଡ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି ।