ଇସଲାମାବାଦ : ପାକିସ୍ତାନରେ ଅଜବ ଘୋଟାଲା ସାମ୍ନାକୁ ଆସିଛି। ଏଥିରେ ଜାଗର , ଜୋତା ଓ ଗରମ ଟ୍ରାଉଜର ଉପରେ କୋଟି କୋଟି ଟଙ୍କା ଆଡଭାନ୍ସ ପେମେଣ୍ଟ କରାଯାଇ ଥିବା କଥା ସାମ୍ନାକୁ ଆସିଛି। ଆଶ୍ଚର୍ଯ୍ୟକର କଥା ଏହା ଯେ, ଏହି ସବୁ ଜିନିଷର ଡେଲିଭରୀ ହୋଇ ନାହିଁ। କେବଳ ଏତିକି ନୁହେଁ, ଉପକୂଳ ପ୍ରତିରକ୍ଷା ପାଇଁ ନୌକା କିଣିବାରେ ମଧ୍ୟ ଏମିତି ଖେଳ ସାମ୍ନାକୁ ଆସିଛି। ଏସବୁ ହୋଇଛି ପାକିସ୍ତାନର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ଅଧୀନରେ ଥିବା ନାଗରିକ ଆଇନ ପ୍ରବର୍ତ୍ତନ ଏଜେନ୍ସିରେ। ଅଡିଟ୍ ରିପୋର୍ଟରେ ଏହି ଖୁଲାସା ହେବା ପରେ ସେଠାରେ ବିଶୃଙ୍ଖଳା ସୃଷ୍ଟି ହୋଇଛି।
ସଦ୍ୟତମ ଅଡିଟ୍ ରିପୋର୍ଟ ମୁତାବିକ, ଏସବୁ କ୍ରୟରେ ମୌଳିକ ନିୟମ ଗୁଡ଼ିକର ମଧ୍ୟ ପାଳନ ହୋଇନାହିଁ । ଦ ନ୍ୟୁଜ୍ ଇଣ୍ଟରନ୍ୟାସନାଲ ମୁତାବିକ ରିପୋର୍ଟରେ କୁହାଯାଇଛି ଯେ, ପୂରା ମାମଲାରେ ଅନିୟମିତ ଖର୍ଚ୍ଚ , କିଛି ଯୋଗାଣକାରୀଙ୍କୁ ଅନୁଗ୍ରହ କରିବା ଓ ନିୟମ ଭାଙ୍ଗିବା ଭଳି ଗୁରୁତର ଜିନିଷ ସାମ୍ନାକୁ ଆସିଛି। ଏହି ଅଡିଟ୍ ପାକିସ୍ତାନର ବିଭିନ୍ନ ଡିପାର୍ଟମେଣ୍ଟରେ ହୋଇଥିବା କ୍ରୟକୁ ନେଇ କରାଯାଇଛି। ଏଥିରେ ପାକିସ୍ତାନ ରେଞ୍ଜର୍ସ , ଫ୍ରଣ୍ଟିୟର କୋର , ପାକିସ୍ତାନୀ ତଟରକ୍ଷକ ବାହିନୀ ଆଦି ସାମିଲ ଅଛନ୍ତି। ରିପୋର୍ଟ ମୁତାବିକ , ଏହା ସ୍ପଷ୍ଟ ନଜର ଆସୁଛି ଯେ ,ଟଙ୍କାର ଖୁବ୍ ଦୁରୁପଯୋଗ ହୋଇଛି। ଏଥିରେ ଏହା ମଧ୍ୟ ପ୍ରଶ୍ନ ଉଠୁଛି ଯେ, ଟେଣ୍ଡର ପ୍ରକ୍ରିୟା ମଧ୍ୟ ସ୍ୱଚ୍ଛ ନଥିଲା। ଡେଲିଭରୀ ପୂର୍ବରୁ ବିଁ ଆଡଭାନ୍ସ ପେମେଣ୍ଟ ଦିଆଯାଇ ଥିଲା।
ଅଡିଟ୍ ରିପୋର୍ଟରେ ଅନେକ ଉଦାହରଣ ଦିଆଯାଇଛି, କେମିତି ଭୁଲ ଉପାୟରେ କ୍ରୟ କରାଯାଇଛି। ଗୋଟିଏ ଉଦାହରଣରେ କୁହାଯାଇଛି ଯେ, ପଞ୍ଜାବ ରେଞ୍ଜର୍ସ ପଶମ ମୋଜା ଓ ଅଧା ହାତ ବିଶିଷ୍ଟ ଜ୍ୟାକେଟ୍ ପାଇଁ ୪୩ ନିୟୁତ ପାକିସ୍ତାନ ଟଙ୍କାର ଚୁକ୍ତିନାମା ଦେଇଥିଲା। ଯେଉଁ କମ୍ପାନୀ ଗୁଡ଼ିକୁ ଏହି ଠିକା ଦିଆଯାଇଛି, ସେ ମାନଦଣ୍ଡକୁ ପୂରା କରୁ ନଥିଲେ। କିନ୍ତୁ ଏହା ସତ୍ତ୍ୱେ ଟେକ୍ନିକାଲ କମିଟି ଏହାକୁ ରିଜେକ୍ଟ କରି ନଥିଲେ। ଅଡିଟରମାନେ ଭୁଲ ଅନୁଗ୍ରହ ଖୋଜିବା ଓ ଏହି ମାମଲାରେ ଦାୟୀ କିଏ ସ୍ଥିର କରିବା ପାଇଁ ଯାଞ୍ଚର ଦାବି ମଧ୍ୟ କରିଛନ୍ତି।
କୋଷ୍ଟ ଗାର୍ଡ ବି କରିଛି ଖେଳ –
ରିପୋର୍ଟରେ ପାକିସ୍ତାନୀ କୋଷ୍ଟ ଗାର୍ଡ ଦ୍ୱାରା ଅନିୟମିତତା କଥା ମଧ୍ୟ କୁହାଯାଇଛି। ଏହି ମୁତାବିକ ପାକିସ୍ତାନ କୋଷ୍ଟ ଗାର୍ଡ ଏକ ପ୍ରାଇଭେଟ୍ କମ୍ପାନୀ ସହ ବୋଟ୍ ପାଇଁ କଣ୍ଟ୍ରାକ୍ଟ କରିଥିଲା। ମାମଲାରେ ୫୬୦ ମିଲିୟନ ପାକିସ୍ତାନୀ ଟଙ୍କାର ଆଡଭାନ୍ସ ପେମେଣ୍ଟ କରାଯାଇଛି। ଚାରି ମାସ ଭିତରେ ବୋଟ ମିଳି ଯିବାର ଥିଲା। ଡେଡଲାଇନ୍ ୨୩ ଜୁଲାଇ, ୨୦୨୪ ପାଇଁ ଥିଲା। କିନ୍ତୁ ଜାନୁଆରୀ ୨୦୨୫ ଯାଏ ଭୋଟର ଡେଲିଭରୀ ହୋଇ ପାରି ନଥିଲା।