ମୁମ୍ଵାଇ ୦୯।୦୪; ୪୩ତମ ଜନ୍ମଦିନରେ ନୂଆ ଫିଲ୍ମ ଘୋଷଣା କରିଛନ୍ତି ପୁଷ୍ପା ଅଲ୍ଲୁ ଅର୍ଜୁନ । ଫିଲ୍ମର ଟାଇଟଲ ‘ଏଏ ୨୨ ଏକ୍ସ ଏ୬’ ହୋଇପାରେ। ଆଟ୍ଲି ଏହାର ନିର୍ଦ୍ଦେଶନା ଦେବେ ଏବଂ ପ୍ରଯୋଜନା ଦାୟିତ୍ୱ ନିର୍ବାହ କରିବ ସନ୍ ପିକ୍ଚର୍ସ । ଗତ ମଙ୍ଗଳବାର ପ୍ରଡକ୍ସନ୍ ହାଉସ୍ ନିଜର ଇନ୍ଷ୍ଟା ଆକାଉଣ୍ଟ୍ରେ ଏ ବିଷୟରେ ସୂଚନା ଦେଇ ଅଲ୍ଲୁଙ୍କ ପରବର୍ତ୍ତୀ ପ୍ରୋଜେକ୍ଟକୁ ନେଇ ଇଣ୍ଡଷ୍ଟ୍ରିରେ ଚାଲିଥିବା ଗୁଜବରେ ପୂର୍ଣ୍ଣଚ୍ଛେଦ ପକାଇଛି।
ଏକ ଭିଡିଓ ମଧ୍ୟ ସେୟାର କରିଛି, ଯେଉଁଥିରେ ସନ୍ ପିକ୍ଚର୍ସ ମୁଖ୍ୟ କାଲାନିଥି ମାରନ୍ଙ୍କ ସହ ଅଲ୍ଲୁ ଓ ଆଟ୍ଲିଙ୍କ ବୈଠକ ଦେଖିବାକୁ ମିଳିଛି। ଆମେରିକାର ଶୀର୍ଷ ଭିଏଫ୍ଏକ୍ସ ଷ୍ଟୁଡିଓକୁ ଦୁହେଁ ଯାତ୍ରା କରୁଥିବା ମଧ୍ୟ ଏହା ଦର୍ଶାଇଛି । ଫିଲ୍ମଟି ଦମ୍ଦାର ଆକ୍ସନ୍-ପ୍ୟାକ୍ଡ ହେବ ବୋଲି ଏଥିରୁ ଜଣାପଡୁଛି । ୨୦୨୪ ଅଲ୍ଲୁଙ୍କ ପାଇଁ ସଫଳ ବର୍ଷ ଥିଲା । ତାଙ୍କର ‘ପୁଷ୍ପା-୨’ ବକ୍ସ ଅଫିସ୍ରେ ନୂଆ ଇତିହାସ ସୃଷ୍ଟି କରି ଅନେକ ରେକର୍ଡ ଭାଙ୍ଗିଲା । ସୁକୁମାରଙ୍କ ନିର୍ଦ୍ଦେଶିତ ଏହି ଆକ୍ସନ୍-ଡ୍ରାମା ଫିଲ୍ମରେ ପୁଷ୍ପରାଜ ଭୂମିକାରେ ନଜର ଆସିଥିଲେ ଅଲ୍ଲୁ । ରଶ୍ମିକା ମନ୍ଦାନା ଓ ଫହାଦ ଫାସିଲ ମୁଖ୍ୟ ଭୂମିକାରେ ଥିଲେ ।