LIVE TV

ପିଲାଙ୍କ ସ୍ଵାସ୍ଥ୍ୟ ପାଇଁ ହାନିକାରକ ଏହି ସବୁ ଖାଦ୍ୟ, ହେଲଥ ଏକ୍ସପର୍ଟ ଦେଲେ ଚେତାବନୀ

NEWS7
alligation-against-khorda-district-magistrate-k-sudarshan-chakrabarti-by-his-perasonal-assistance-wife

ନୂଆଦିଲ୍ଲୀ ୨୨।୧୧; ପିଲାଙ୍କ ଖାଦ୍ୟପେୟ ଉପରେ ନିର୍ଭର କରିଥାଏ ସେମାନଙ୍କର ସ୍ୱାସ୍ଥ୍ୟ। ଅଧିକାଂଶ ବାପାମାଆ ପିଲାଙ୍କ ପେଟ ଭରିବା ପାଇଁ ସ୍ୱାସ୍ଥ୍ୟକର କିମ୍ୱା ଅସ୍ୱାସ୍ଥ୍ୟକର କିଛି ମଧ୍ୟ ଖୁଆଇ ଦିଅନ୍ତି। ଏହାସହ କିଛି ପିଲା ଜଙ୍କ ଫୁଡ୍ ଖାଇବାକୁ ଜିଦି କରନ୍ତି। ଏମିତି କିଛି ଖାଦ୍ୟ ଜିନିଷ ଅଛି , ଯାହାକୁ କେବେ ପିଲାଙ୍କୁ ଖାଇବାକୁ ଦେବା ଉଚିତ୍ ନୁହେଁ। କାହିଁକି ନା ସବୁଠୁ ଅଧିକ ହାନିକାରକ।

-ଅନେକ ଦିନରୁ ସକାଳେ ଗୋଟେ କପ୍ ଚା ଓ ବିସ୍କୁଟ୍ ଅଧିକାଂଶ ଘରେ ପିଲାମାନେ ଖାଇଥାଆନ୍ତି। କିନ୍ତୁ ପିଲାଙ୍କ ସ୍ୱାସ୍ଥ୍ୟ ପାଇଁ ସକାଳୁ ସକାଳୁ କଫି କି ଚା’ ନ ପିଇବା ଦେବା ଅନୁଚିତ୍। ଆପଣ ଚା ସ୍ଥାନରେ କ୍ଷୀର ଓ ବାଦାମ ଖାଇବାକୁ ଦେଇ ପାରିବେ।

ଵର୍ତ୍ତମାନ ପିଲାମାନେ ବର୍ଗର –ପିଜ୍ଜା ଖାଇବାକୁ ଦିଅନ୍ତି ଏବଂ ସେମାନେ ନିଜେ ବି ଏହାକୁ ଖାଇଥାନ୍ତି। ବର୍ଗର , ପିଜ୍ଜା , ଫ୍ରେଞ୍ଚ ଫ୍ରାଇଜ୍, ପାସ୍ତା , ମୋମୋଜ ପିଲାଙ୍କ ପାଇଁ କେବେ ବି ଭଲ ନୁହେଁ। ଏହି ସବୁ ଜିନିଷକୁ ଖାଇବା ଦ୍ୱାରା ପିଲା ଛୋଟବେଳୁ ହିଁ ମୋଟାପଣର ଶିକାର ହୁଅନ୍ତୁ। ଯାହାଫଳରେ ଅନେକ ରୋଗ ହେବାର ଆଶଙ୍କ ବଢିଯାଏ ।

ପିଲାଙ୍କୁ କମ୍ ବୟସରେ ହିଁ କୋଲ୍ଡ ଡ୍ରିଙ୍କ୍ ଓ ପେଷ୍ଟ୍ରି ଖାଇବା ଦିଅନ୍ତୁ ନାହିଁ। ଏହି ସବୁ ଜିନିଷରେ ସୁଗାର ଅଧିକ ମାତ୍ରାରେ ରହିଥାଏ। କୋଲ୍ଡ ଡ୍ରିଙ୍କରେ ସୋଡା ଥାଏ , ଯାହା ପେଟ ଓ ଅନ୍ତଃନଳୀ ପାଇଁ ଖରାପ ହୋଇଥାଏ। ଏସବୁକୁ ଖାଇବା ଦ୍ୱାରା ପେଟ ଖରାପ ହେବା ସହ ବ୍ଲଡ୍ ସୁଗାର ବଢିଥାଏ।

ଏତିକି ହିଁ ନହେଁ ପିଲାମାନେ ଚିପ୍ସ , କୁରକୁରେ ଓ ଚକୋଲେଟ୍ ମଧ୍ୟ ଖୁବ୍ ଖାଇଥାନ୍ତି। ଅଧିକାଂଶ ସମୟ ଏସବୁ ଖାଇବା ପାଇଁ ଖାଦ୍ଯ ଛାଡ଼ି ଦେଇଥା’ନ୍ତି। ପ୍ରୋସେସ୍ଡ ଫୁଡ୍ ଚିପ୍ସ , ଚକୋଲେଟରେ ବହୁ ମାତ୍ରାରେ ଲୁଣ –ଚିନି ରହିଥାଏ , ଯାହା ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ।

ପିଲାଙ୍କୁ ମ୍ୟାଗି ବା ନୁଡଲ୍ସ ମଧ୍ୟ ଦେବା ଉଚିତ୍ ନୁହେଁ। ଏହି ସବୁ ଜିନିଷରେ କେବଳ ମଇଦା ରହି ଥାଏ। ଯାହା ଅନ୍ତଃନଳୀ ଓ ପେଟ ପାଇଁ ଭଲ ନୁହେଁ। ଏହା ଦୀର୍ଘ ସମୟ ଯାଏ ହଜମ ହୋଇ ନଥାଏ ଏବଂ ପେଟ ଖରାପ ହୋଇ ଥାଏ।