ପଟ୍ଟାମୁଣ୍ଡାଇ ୨୮।୮: ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ମେଡିକାଲରେ ଉତ୍ତେଜନା । ପଟ୍ଟାମୁଣ୍ଡାଇ ମାଟିଆ ଗାଁ ସୁବ୍ରତ ମଲିକ ତାଙ୍କ ୪ ବର୍ଷର ପୁଅକୁ ଗତ ୨୩ ତାରିଖ ଦିନ ଥଣ୍ଡା ଜ୍ବର ଚିକିତ୍ସା ପାଇଁ ପଟ୍ଟାମୁଣ୍ଡାଇ ମେଡିକାଲକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ଔଷଧ ଓ ଇଞ୍ଜେକ୍ସନ ଦେଇଥିଲେ । ଏହାପରେ ହଠାତ ସେ ଅସୁସ୍ଥ ହୋଇପଡ଼ିଥିଲା ପରେ ତାଙ୍କ ଦୁଇଟି ଗୋଡ଼ ତଳେ ଲାଗିନଥିଲା । ଡାକ୍ତରଙ୍କ ଭୁଲ ଔଷଧ ଓ ଇଞ୍ଜେକ୍ସନ ଦ୍ୱାରା ତାଙ୍କ ପୁଅଙ୍କର ଏଭଳି ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି । ରୋହନଙ୍କ ପରିବାର ଲୋକେ ଏନେଇ ମେଡିକାଲ ଠୁ ଥାନା ଓ ଜିଲ୍ଲା ସ୍ତରୀୟ ମେଡିକାଲରେ ନ୍ୟାୟ ପାଇଁ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ତାଙ୍କ ଅଭିଯୋଗ କେହି ଶୁଣିନଥିଲେ । ଏନେଇ ପରିବାର ଲୋକେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଲିଖିତ ଭାବେ ଜଣାଇଥିଲେ ସୁଦ୍ଧା ଥାନା ଅଧିକାରିଣୀ ତାଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ସୁବ୍ରତ ମଲିକ କହିଛନ୍ତି । ଯାହାକୁ ନେଇ ପରିବାର ଲୋକଙ୍କ ସମେତ ଗାଁର ଶତାଧିକ ଲୋକେ ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ମେଡିକାଲରେ ଧାରଣାରେ ବସିଛନ୍ତି । ପଟ୍ଟାମୁଣ୍ଡାଇ ପୋଲିସ ସେଠାରେ ମୁତୟନ ରହିଛି ।
You Can Read:
ବୀଭତ୍ସ ହତ୍ୟାକାଣ୍ଡ : ଟାଙ୍ଗିଆରେ ଚୋଟ ପରେ ଚୋଟ ମାରି ଚାଲିଲେ, ଘଟଣାସ୍ଥଳରେ ହିଁ ଟଳିପଡ଼ିଲେ