ଘରୋଇ ନର୍ସିଂହୋମ୍‌ରେ ଭୁଲ୍ ଅସ୍ତ୍ରୋପଚାର ଅଭିଯୋଗ, ମେଡିକାଲ୍ ଟିମ୍ ଗଠନ କରି ତଦନ୍ତ ପାଇଁ ସିଡିଏମ୍ଓଙ୍କୁ ଅନୁରୋଧ

Published By : Prameya-News7 Bureau | June 06, 2025 IST

କଟକ ୬କଟକ ମଙ୍ଗଳବାଗର ଏକ ଘରୋଇ ନର୍ସିଂହୋମରେ ଜଣେ ମହିଳାଙ୍କ ଶରୀରରେ ଭୁଲ୍ ଅସ୍ତ୍ରୋପଚାର କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକ । 

ସୂଚନାଯୋଗ୍ୟ ଯେ, ଗତ ମେ’ ମାସରେ ମହିଳାଙ୍କର କିଛି ପ୍ରସୂତୀ ସମ୍ବନ୍ଧିତ ସମସ୍ୟା ଦେଖା ଦେଇଥିଲା । ପରିବାର ଲୋକ ସଂପୃକ୍ତ ନର୍ସିଂହୋମରେ ଦେଖାଇଲା ପରେ ଡାକ୍ତର ଏକ ଅସ୍ତ୍ରୋପଚାର କରାଇଥିଲେ । ତେବେ ମହିଳା ଜଣଙ୍କ କିଛି ଦିନ ଧରି ସୁସ୍ଥ ନ ହେବାରୁ ପରିବାର ଲୋକ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଦେଖାଇଥିଲେ । ସେଠାରେ ଡାକ୍ତର ପୂର୍ବ ଅସ୍ତ୍ରୋପଚାର ଭୁଲ ହୋଇଛି ଓ ସାନି ଏକ ଅସ୍ତ୍ରୋପଚାର କରିବାକୁ ପରାମର୍ଶ ଦେଇଥିଲେ । 

ଫଳରେ ଗତ ୪ ତାରିଖରେ ପରିବାର ପକ୍ଷରୁ ମଙ୍ଗଳବାଗ ଥାନାରେ ଅଭିଯୋଗ କରାଯାଇଛି । ଅଭିଯୋଗ ପାଇବା ପରେ ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି । ଏଥିସହ ପ୍ରକୃତରେ ଅପରେସନ କ’ଣ ଭୁଲ୍ ହୋଇଛି କେମିତି ହେଇଛି ଜାଣିବା ପାଇଁ ଏକ ମେଡିକାଲ୍ ଟିମ୍ ଗଠନ କରି ତଦନ୍ତ କରିବା ପାଇଁ ସିଡିଏମ୍‌ଓଙ୍କୁ ଅନୁରୋଧ କରାଯାଇଥିବା ଏସିପି କହିଛନ୍ତି ।

You Can Read:

ରଥଯାତ୍ରା ପାଇଁ ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ଗାଇଡ୍‌ଲାଇନ୍, କୋଭିଡ୍ ଭଳି ଲକ୍ଷଣ ଥିଲେ ଯିବାକୁ ବାରଣ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.