ଆଠଗଡ଼ ୧୪।୧: କଂସେଇଖାନା ଗୋ-ହତ୍ୟା, ଗୋ ମାଂସ ଚାଲାଣ ଓ ଗୋରୁ ଚୋରା ଚାଲାଣ ଅଭିଯୋଗରେ ଜଣେ ଗିରଫ । ଗିରଫ ଅଭିଯୁକ୍ତ ଜଣକ ହେଲେ ତିଗିରିଆ ଥାନା ଅନ୍ତର୍ଗତ କରଡ଼ାପଲ୍ଲୀ ଗ୍ରାମର ୫୦ ବର୍ଷ ବୟସ୍କ କବୀର ଖାଁ ବୋଲି ଜଣାପଡ଼ିଛି । ଅଭିଯୁକ୍ତକୁ ତିଗିରିଆ ମହାବୀର ବଜାର ଠାରୁ ଗିରଫ କରାଯାଇ ପରେ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସମରେନ୍ଦ୍ର ପାଇକରାୟ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ଗତ ଡିସେମ୍ବର ୧୦ ତାରିଖ ଦିନ ବିଶେଷ ସୂତ୍ରରୁ ଖବର ପାଇ ନିଜେ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷ ପ୍ରତୀକ ସିଂ ତତ୍ତ୍ବାବଧାନରେ ସ୍ବତନ୍ତ୍ର ପୋଲିସ ଫୋର୍ସ ତିଗିରିଆ ଥାନା ଅନ୍ତର୍ଗତ କରଡ଼ାପଲ୍ଲୀ ନିକଟ ବାରମାଣ ସଂରକ୍ଷିତ ଜଙ୍ଗଲରେ ଚଢାଉ କରାଯାଇଥିଲା । ଜଙ୍ଗଲର ବିଭିନ୍ନ ସ୍ଥାନରେ କଂସେଇଖାନା କରି ଅତି ଅସହାୟ ଓ ଦୟନୀୟ ଅବସ୍ଥାରେ ବନ୍ଧା ହୋଇ ରହିଥିବା ପାଞ୍ଚ ଶହରୁ ଉର୍ଦ୍ଧ୍ବ ଗାଈ, ଷଣ୍ଢ, ବଳଦ ଓ ବାଛୁରୀ ମାନଙ୍କୁ ମୃତ୍ୟୁ ମୁଖରୁ ଉଦ୍ଧାର କରାଯାଇଥିବା ବେଳେ ମାଫିଆମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ l
ରିଜର୍ଭ ଜଙ୍ଗଲରେ ଗୋ-ମାଫିଆଙ୍କ ରାଜ୍, ଭିତରେ ଚାଲିଥିଲା କଂସେଇଖାନା
ଏହି ଘଟଣାରେ ପୋଲିସ କେଶ୍ ନଂ ୨୯୪/୨୪ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖି ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ପୋଲିସ ।
You Can Read:
ମକର ମେଳା ପାଇଁ ଟି-ସେତୁରେ କଟକଣା, ୧୦ ପ୍ଲାଟୁନ ଫୋର୍ସ ମୁତୟନ