ବରଗଡ଼ ୪।୬: ଚାଷୀଙ୍କ ସ୍କୁଟି ଡିକିରୁ ଟଙ୍କା ଲୁଟ୍ ଅଭିଯୋଗ । ୩ ଲକ୍ଷ ୫୦ ହଜାର ଟଙ୍କା ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି । ବରଗଡ଼ ଜିଲ୍ଲା ଗୌରପଡା ଅଞ୍ଚଳରେ ଏହି ଲୁଟ୍ ଘଟଣା ଘଟିଛି ।
ସୂଚନାଯୋଗ୍ୟ ଯେ, ଚାଷୀ ଜଣଙ୍କ ଷ୍ଟେଟ୍ ବ୍ୟାଙ୍କ ମୁଖ୍ୟ ଶାଖାରୁ ଧାନ ବିକ୍ରି ଟଙ୍କା ବାହାର କରିଥିବା ବେଳେ ଗୌରପଡା ଓ ଥାନା ଛକ ମଧ୍ୟରେ ଅଟକିଥିଲେ । ତେବେ ସ୍କୁଟି ଡ଼ିକି ଭାଙ୍ଗି ୩ ଲକ୍ଷ ୫୦ ହଜାର ଟଙ୍କା ଚୋରି ହୋଇଯାଇଛି । ଭେଡେନ ବ୍ଲକ ବୁର୍ଦା ଗାଁର ଚାଷୀ ସଚ୍ଚିଦାନନ୍ଦ ପଣ୍ଡା ଏ ନେଇ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ଗୋଟିଏ ପଟେ ଅଦିନିଆ ବର୍ଷାରେ ଧାନ ନଷ୍ଟ ତ ଅନ୍ୟପଟେ ଧାନ ବିକ୍ରି ଟଙ୍କା ଚୋରି ହୋଇଯାଇଛି ଯାହାକୁ ନେଇ ଚାଷୀ ସଚ୍ଚିଦାନନ୍ଦ ଚିନ୍ତାରେ ଥିଲେ । ପୋଲିସ ଏକ ଚୋରି ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ।
You Can Read:
ଢେଙ୍କାନାଳ ଗସ୍ତରେ ମୁଖ୍ୟମନ୍ତ୍ରୀ, ୪ ହଜାର କୋଟି ଟଙ୍କାର ୨୩ ପ୍ରକଳ୍ପର କଲେ ଶିଳାନ୍ୟାସ